ସକାଳେ ସ୍ପାଏ କ୍ୟାମେରା, ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌, ସୁରକ୍ଷା ନେଇ ପ୍ରଶ୍ନବାଚୀ

ପୁରୀ,୨୭ା୮(ଅଜିତ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଉପରେ ବୁଧବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଜୋନ୍‌ରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ମାର୍କେଟ ଛକରୁ ଶ୍ରୀମନ୍ଦିର ନିକଟ, ପୁଣି ଶ୍ରୀମନ୍ଦିର ନିକଟରୁ ଡ୍ରୋନ୍‌ଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ଚକ୍କର ମାରିଥିବା ଦେଖିବାକୁ ମିଳିଥିଲା। ମାର୍କେଟ ଛକଠାରୁ ଡ୍ରୋନ୍‌ଟି ଅପରେଟ୍‌ କରାଯାଇଥିବା ଅନୁମାନ କରାଯାଉଛି। ପୁରୀ ପୋଲିସ ଏହାର ତଦନ୍ତ କରିବାକୁ ଦାବି ଉଠିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

ସେହିପରି ଆଜି ମଧ୍ୟ ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଭେଦ କରି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ ସ୍ପାଏ କ୍ୟାମେରା ନେଇ ଫଟୋ ଉତ୍ତୋଳନ କରୁଥିବା ନେଇ ଅଭିଯୋଗ ହୋଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଚଷମାରେ ସ୍ପାଏ କ୍ୟାମେରା ନେବା ଘଟଣାକୁ ଆଜିର ଘଟଣାକୁ ମିଶାଇ ୪ ଥର ଘଟିଲାଣି। ତେବେ ଶ୍ରୀମନ୍ଦିର ଭିତରକୁ ବେଧ ମୋବାଇଲ ନେଇ ଫଟୋ, ଭି.ଉତ୍ତୋଳନ କରିବା ଘଟଣା ଥମିବାର ନାଁ ଧରୁନାହିଁ। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଘଟଣାର ପୁନରାବୃତ୍ତି ବାରମ୍ବାର ଦେଖିବାକୁ ମିଳୁଛି ବୋଲି ସାଧାରଣରେ ମତପୋଷଣ ପାଇଛି।

ମିଳିଥିବା ସୂଚନାନୁଯାୟୀ, ବୁଧବାର ସକାଳେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଅରୂପ ରାୟ (୩୧) ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ଦର୍ଶନ ପାଇଁ ଯିବା ବେଳେ ଚଷମା ସଂଯୁକ୍ତ ହିଡେନ କ୍ୟାମେରା ଶ୍ରୀମନ୍ଦିରକୁ ନେଇ ପ୍ରବେଶ କରିଥିଲେ। ହିଡେନ କ୍ୟାମେରାରେ ଶ୍ରୀମନ୍ଦିର ଭିତରେ ଶୁଟିଂ କରୁଥିବା ବେଳେ ମନ୍ଦିର ସୁରକ୍ଷାକର୍ମୀ ସନ୍ଦେହ କରିଥିଲେ। ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ହିଡେନ କ୍ୟାମେରାରେ ଶ୍ରୀମନ୍ଦିର ଭିତରର ଭିଜୁଆଲ ନେଉଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଗାରଦ ଓ ପରେ ସିଂହଦ୍ୱାର ଥାନାକୁ ନେଇଥିଲେ ସୁରକ୍ଷାକର୍ମୀ। ବ୍ୟକ୍ତିଙ୍କୁ ସିଂହ ଦ୍ୱାର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନାଯୋଗ୍ୟ ,ଚଳିତ ବର୍ଷ ଜାନୁଆରୀ ୫ ତାରିଖ ଭୋର ସମୟରେ ଡ୍ରୋନ୍‌ ଏବଂ ୧୨ ତାରିଖରେ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପରେ ଜାନୁଆରୀ ୧୯ରେ ଶ୍ରୀମନ୍ଦିରର ଗର୍ଭଗୃହର ସମ୍ବେଦନଶୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଥିଲା। ବୃନ୍ଦାବନର ଜଣେ ବ୍ୟକ୍ତି ବାଙ୍କେ ବିହାରୀ ଅନନ୍ତ ନିଜ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ପ୍ରଘଟ କରିଥିବା ଦେଖିବାକୁ ମିଳିଥିଲା। ଏହି ୩ଟି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। କିନ୍ତୁ ୩ଟି ଘଟଣା ମଧ୍ୟରୁ କେବଳ ବୃନ୍ଦାବନର ବାଙ୍କେ ବିହାରୀ ଅନନ୍ତ(୪୫) ଫେବୃଆରୀ ୧୯ରେ ସିଂହଦ୍ୱାର ଥାନାରେ ହାଜର ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଉପରୋକ୍ତ ଘଟଣାରେ ପୁଲିସ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନାହାନ୍ତି। ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଭିଡିଓ ଉତ୍ତୋଳନ କରିବାର ଚେଷ୍ଟା ପୂର୍ବରୁ ପ୍ରାୟ ୩ଥର ହୋଇ ସାରିଛି। ଯାହାକୁ ନେଇ ପୁନର୍ବାର ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଶତାଧିକ ପୋଲିସ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ମୁତୟନ ଥାଇ ବି ବାରମ୍ବାର ଏଭଳି ଘଟଣାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମଙ୍ଗଳବାର ନୂଆ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କାର୍ଯ୍ୟରେ ଯୋଗଦାନ ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲାପଣ ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବାରମ୍ବାର ଭିଡିଓ ପ୍ରଘଟ ଘଟଣାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଭାବାବେଗରେ ଆଘାତ ଲାଗିଛି ବୋଲି ସୂଚନା ମିଳିଛି।ଏନେଇ ସିଂହଦ୍ୱାର ଥାନା ପକ୍ଷରୁ କେସ୍‌ ନଂ ୧୩୧/୨୫ରେ ଏକ ମାମଲା ରୁଜୁ କରିଛି। ଘଟଣା ସମ୍ପର୍କରେ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି କି ଆଗରୁ ମଧ୍ୟ ହିଡେନ କ୍ୟାମେରାକୁ ନେଇ ଲୋକମାନଙ୍କୁ ସଚେତନ କରାଯାଇଛ। ଷ୍ଟାଫ୍‌ ଓ ସମସ୍ତ କର୍ମଚାରୀଙ୍କୁ ଆଲର୍ଟରେ ରଖାଯାଇଥିଲା। ଆଜି ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିରକୁ ଯାଇ ବେଳେ ସୁରକ୍ଷାରେ ଥିବା କର୍ମଚାରୀ ତାଙ୍କୁ ଧରିଥିଲେ। ଯାଞ୍ଚ ଚାଲିଛି। ସମସ୍ତ ଅଧିକାରୀ ଆଲର୍ଟ ରହୁଛନ୍ତି।ଏନେଇ ଷ୍ଟାଫ୍‌ଙ୍କୁ ମଧ୍ୟ ସୂଚନା ଦିଆଯାଉଛି ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri