ନୂଆଖାଇ ଆଗରୁ ବଢୁଛି ଅବାଧ ନିଶା କାରବାର

ବରଗଡ଼,୨୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଲିଥିବା ନିଶା କାରବାର ଚର୍ଚ୍ଚାର ବିଷୟ ହୋଇଛି। ଗାଁଠୁ ସହର ସବୁଠି ଏହି କାରବାର ବଢ଼ି ଚାଲିଛି। ତେବେ ଦିନକ ପରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଥିବାବେଳେ ଏହା ପୂର୍ବରୁ ଜିଲାର ଗାଁଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିପୁଳଭାବେ ନିଶା କାରବାର ବଢି ଚାଲିଛି । ଗ୍ରାମାଞ୍ଚଳରେ ବେଆଇନଭାବେ ଚାଲିଥିବା କୁଚିଆ ମଦ ବେପାରୀମାନେ ଏବେଠାରୁ ପର୍ଯ୍ୟାପ୍ତ ତୋରାମଦ ଠୁଳ କରି ରଖିଥିବା ବେଳେ ସହରର କୁଚିଆ ମଦ ବ୍ୟବସାୟୀ ମଧ୍ୟ ଏଥିରୁ ବାଦ ପଡି ନଥିବା ସାଧାରଣରେ ଆଲୋଚିତ ହେଉଛି। ଅନ୍ୟପକ୍ଷରେ ବର୍ଷବର୍ଷ ଧରି ରାଜପଥ ପାଶର୍‌ବରେ ରହିଥିବା ବିଭିନ୍ନ ଢାବା ଓପନ ବାର୍‌ ପାଲଟି ସେଠାରେ ବେଆଇନ ଭାବେ ମଦ ବିକ୍ରି ଚାଲି ଥିବାବେଳେ ସେଥିପ୍ରତି ଉଭୟ ଅବକାରୀ ଏବଂ ପୋଲିସ ଆଖିବୁଜି ଦେଇଥିବା ସାଧାରଣ ଜନତାଙ୍କୁ ଚକିତ କରିଛି। ଅବକାରୀ, ପୋଲିସ ବିଭାଗର ଜାଣତରେ ସେଠାରେ ଅବାଧ ମଦ କାରବାର ଚାଲିଛି ଏବଂ ଢାବା ଗୁଡିକରେ ଚାଲିଥିବା ବେଆଇନ ମଦ କାରବାର ପ୍ରତି ଆଖି ବୁଜି ଥିବା ଅବକାରୀ ଏବଂ ପୋଲିସ କେବଳ ଲୋକ ଦେଖାଣିଆ ଚଢାଉ କରି ମାସିକ ଟାର୍ଗେଟ ପୂରଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ଜିଲାରେ ନକଲୀ ମଦ ଗାଁଠୁ ସହର ସବୁଆଡ଼େ ବ୍ୟାପୁଛି ଏବଂ ଏହା ଲୋକଙ୍କ ପାଇଁ ଯଥେଷ୍ଟ ହାନିକାରକ ହୋଇ ପଡ଼ିଛି। ହେଲେ ଏଥିପ୍ରତି ବି ଠୋସ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହୋଇଛି। ଏଭଳି କାରବାରରେ କିଛି ମଦ, ବ୍ୟବହୃତ ସାମଗ୍ରୀ ଜବତ ସହିତ ଅଳ୍ପ କେତେଜଣଙ୍କୁ ଗିରଫ କରି ସେଥିରେ କାର୍ଯ୍ୟାନୁଷ୍ଠାନ ସୀମିତ ରହି ଯାଉଛି। କିନ୍ତୁ ପ୍ରସ୍ତୁତ ନକଲି ମଦ କେଉଁଠାକୁ ଚାଲାଣ ହୋଇ ବିକ୍ରି ହେଉଥିଲା ଏବଂ କେବେଠୁ ସେଭଳି ନକଲି ମଦ ପ୍ରସ୍ତୁତ ହେଉଥିଲା, ତାହା ବି ଅସମାହିତ ରହି ଯାଉଛି। ଫଳରେ ସେଭଳି କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଅନାୟାସରେ ଖସି ଯାଉଛନ୍ତି ଏବଂ ଉଭୟ ଅବକାରୀ ଓ ପୋଲିସର ସେଭଳି ଅଧା ପନ୍ତରିଆ କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣରେ ନାନା ସନ୍ଦେହ ଉପୁଜିଛି। ତେବେ ଜିଲାରେ କେବଳ ଚୋରାମଦ ନୁହେଁ, କଫ ସିରପ୍‌ଠାରୁ ଆରମ୍ଭ କରି ବ୍ରାଉନସୁଗାର ଯାଏ ନିଶାଦ୍ରବ୍ୟ ଅବାଧରେ ବିକ୍ରି ହେଉଛି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ଲୋକେ ବାରମ୍ବାର ଦାବି କରୁଛନ୍ତି। ଚିରାଚରିତ ଭାବେ ପୋଲିସ, ଅବକାରୀ ଧରପଗଡ଼ କରୁଛନ୍ତି। ମାତ୍ର ତାହା ଧର୍ମକୁ ଆଖିଠାର ଭଳି ହେଉଛି। ପୋଲିସ, ଅବକାରୀ କଫ ସିରପ, ବ୍ରାଉନସୁଗାର ଆଦି ନିଶାଦ୍ରବ୍ୟ ଜବତ କରୁଛନ୍ତି। କିଛି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରୁଛନ୍ତି। ସେଥିରେ କାର୍ଯ୍ୟାନୁଷ୍ଠାନ ସୀମିତ ରହି ଯାଉଛି। ତେବେ କେଉଁଠୁ ସେହି ନିଶାଦ୍ରବ୍ୟ ଆସୁଛି ଏବଂ ସେଥିରେ ଆଉ କାହାରିଙ୍କ ସମ୍ପୃକ୍ତି ରହିଛି, ତାହା କେବଳ ତଦନ୍ତାଧିନଭାବେ ରହି ଯାଉଛି। ଅବକାରୀ କିମ୍ବା ପୋଲିସ ଚେରକୁ ଛୁଇଁ ପାରୁ ନାହାନ୍ତି। ଅନ୍ୟପଟେ ନିଶା କାରବାର ବୃଦ୍ଧି ଯୋଗୁ ଜିଲାରେ ଦିନ ଦ୍ୱିପ୍ରହରରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଲୁଟ, ଆକ୍ରମଣଠାରୁ ଆରମ୍ଭ କରି ହତ୍ୟା ଭଳି ଅପରାଧ ଘଟୁଛି। କେବଳ ସେତିକି ନୁହେଁ, ଯୁବପୀଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଅନେକ ସମୟରେ ନିଶାସକ୍ତ ରୋଡ ରୋମିଓଙ୍କ ଦ୍ୱାରା ସ୍କୁଲ, କଲେଜ ଛାତ୍ରୀମାନେ ମଧ୍ୟ ଟାହିଆଟାପୁରାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଘାଟରେ ଯାତାୟାତ ପାଇଁ କେବଳ ମହିଳା ନୁହଁନ୍ତି, ପୁରୁଷମାନେ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେବେ ଏଭଳି ନିଶା କାରବାର ରୋକିବା ପାଇଁ ଜିଲାରେ ଅବକାରୀ କିମ୍ବା ପୋଲିସର ଅଭାବ ନାହିଁ। ୧୨ବ୍ଲକ ବିଶିଷ୍ଟ ବରଗଡ଼ ଜିଲାରେ ପୋଲିସ ମୁଖ୍ୟାଳୟ ସମେତ ୧୭ଥାନା ରହିଛି। ଗୋଡ଼ଭଗା, ରୁଷୁଡ଼ା ଓ ବିଜୟପଲ୍ଲୀରେ ପୋଲିସ ଫାଣ୍ଡି ଏବଂ ଡୁଙ୍ଗୁରି(ଅମ୍ବାଭୋନା) ଓ ନୃସିଂହନାଥରେ ପୋଲିସ ବିଟ ହାଉସ ଅଛି। ଜିଲା ସଦର ମହକୁମାରେ ପୋଲିସ ଆରକ୍ଷୀ ଅଧୀକ୍ଷକ(ଏସପି)ଙ୍କ କାର୍ଯ୍ୟାଳୟ, ଏସଡିପିଓଙ୍କ କାର୍ଯ୍ୟାଳୟ ରହିଛି। ପଦ୍ମପୁରରେ ମଧ୍ୟ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଅଛି। ସେହିପରି ସଦର ମହକୁମାରେ ବରଗଡ଼ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ବରଗଡ଼ ଓ ପଦ୍ମପୁରରେ ଅବକାରୀ ବିଭାଗର ରେଞ୍ଜ କାର୍ଯ୍ୟାଳୟ ଅଛି। ବରଗଡ଼ ଅବକାରୀ ରେଞ୍ଜ ଅଧିନରେ ଅତାବିରା, ଭଟଲି ଓ ବରଗଡ଼ ଏବଂ ପଦ୍ମପୁର ରେଞ୍ଜ ଅଧିନରେ ପଦ୍ମପୁର, ପାଇକମାଳ ଓ ସୋହେଲା ଅବକାରୀ ଷ୍ଟେଶନ ରହିଛି। କେବଳ ସେତିକି ନୁହେଁ, ଉଭୟ ପୋଲିସ ଏବଂ ଅବକାରୀ ବିଭାଗରେ ଯଥାକ୍ରମେ ଏନଏଚ ପାଟ୍ରୋଲିଂ ଏବଂ ମୋବାଇଲ ଟିମ ରହିଛନ୍ତି। ଏହାସତ୍ତ୍ୱେ ପୋଲିସ ଏବଂ ଅବକାରୀର ନାକତଳେ ନିଶା କାରବାର ବୃଦ୍ଧି ଉଭୟ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ସବୁଠି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri