ଭୁବନେଶ୍ୱର,୨୫।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ରଖିଛନ୍ତି। ବ୍ରାହ୍ମଣୀ ସତର୍କ ସଂକେତ ଉପରେ ରହିଥିବା ବେଳେ ଆଖୁଆପଦାରେ ବୈତରଣୀ ସ୍ଥିର ରହିଛି। ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଂକେତ ଉପରେ ରହିଛି। ଯାଜପୁରର ସର୍ବାଧିକ ୪୬ ଗାଁ, ୧୪ ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷେ ଲୋକଙ୍କୁ ସମସ୍ତ ସେବା ଯୋଗାଇବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୂଦ୍ଧା ବନ୍ୟା ଜନିତ ମୃତାହତ ଖବର ନାହିଁ। ବେଶି ସମୟ ପାଣିରେ ରୁହନ୍ତୁ ନାହିଁ, ସାପ ବିପଦ ରହିଛି। ଆଶ୍ରୟସ୍ଥଳୀକୁ ଆସିବାକୁ ଜନସାଧାରଣଙ୍କୁ ମନ୍ତ୍ରୀ ନିବେଦନ କରିଛନ୍ତି। ଏପରିକି ବନ୍ୟା ସମୟରେ ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ତୁରନ୍ତ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଛି। ପାଣି ଛାଡୁ ଛାଡୁ କ୍ଷତିପୂରଣ ମିଳିଯିବ ବୋଲି ମନ୍ତ୍ରୀ କହିଛନ୍ତି।


