Posted inUncategorized

ସୌରଜଗତରେ ଆନ୍ତଃନାକ୍ଷତ୍ରିକ ଅତିଥି

ସୌରଜଗତରେ ସମସ୍ତ ଗ୍ରହ, ଗ୍ରହାଣୁ, ବାମନ ଗ୍ରହ, ଧୂମକେତୁ ଆଦି ସୂର୍ଯ୍ୟଙ୍କୁ ପରିକ୍ରମା କରିଥାଆନ୍ତି। ଏହିସବୁ ବସ୍ତୁପିଣ୍ଡ ଉପରେ ସୂର୍ଯ୍ୟର ମାଧ୍ୟାକର୍ଷଣ ପ୍ରଭାବ ରହିଛି। ସୌରଜଗତର ଶେଷ ଗ୍ରହ ନେପଚୁନ ପରେ ଅନେକ ଦୂର ପର୍ଯ୍ୟନ୍ତ କୁଇପର ବଳୟ ରହିଛି, ଯେଉଁଥିରେ ଅନେକ ଗ୍ରହାଣୁ ରହିଛନ୍ତି। କୁଇପର ବଳୟ ପରେ ସୌରଜଗତ ଶେଷ ହୋଇଛି। ସୌରଜଗତ ସୀମା ପରେ ଏକ ଅନ୍ଧାରୁଆ ଅଞ୍ଚଳ ରହିଛି, ଯାହା ନାମ ହେଉଛି ଉର୍ଟ ବାଦଲ।
ବେଳେବେଳେ ସୌରଜଗତ ବାହାରୁ କିଛି ବସ୍ତୁପିଣ୍ଡ ସୌରଜଗତ ଭିତରକୁ ପ୍ରବେଶ କରିଥାଏ। ଏହା ଉପରେ ସୂର୍ଯ୍ୟଙ୍କର ମାଧ୍ୟାକର୍ଷଣ ପ୍ରଭାବ ପଡି ନ ଥାଏ। ଏଣୁ ଏହା ସୂର୍ଯ୍ୟକୁ ପରିକ୍ରମା କରି ନ ଥାଏ। ଅନୁମାନ କରାଯାଉଛି ଯେ, କୌଣସି ନକ୍ଷତ୍ରର ପ୍ରଭାବରେ ଏଗୁଡିକୁ ସୌରଜଗତକୁ ପ୍ରବେଶ କରିଥାଆନ୍ତି। ସୌରଜଗତ ଦେଇ କିଛି ଦିନ ଗତି କରିବା ପରେ ଏଗୁଡିକ ପୁନଶ୍ଚ ଆନ୍ତଃନାକ୍ଷତ୍ରିକ ମହାକାଶକୁ ଚାଲିଯାଆନ୍ତି।
ଆମର ପର୍ଯ୍ୟବେକ୍ଷଣ ପ୍ରଯୁକ୍ତିବିଦ୍ୟାର ଉନ୍ନତି ହେବା ପରେ ବର୍ତ୍ତମାନ ସୌରଜଗତକୁ ଅଳ୍ପ ଦିନ ପାଇଁ ପ୍ରବେଶ କରୁଥିବା ଆନ୍ତଃନାକ୍ଷତ୍ରିକ ବସ୍ତୁଗୁଡ଼ିକ ଚିହ୍ନଟ କରିପାରୁଛେ ଏବଂ ସେଗୁଡ଼ିକ ସମ୍ବନ୍ଧରେ କିଛି ତଥ୍ୟ ମଧ୍ୟ ହାସଲ କରିପାରୁଛେ। ଆମେମାନେ ଏପର୍ଯ୍ୟନ୍ତ ମାତ୍ର ତିନୋଟି ଅତିଥି ବସ୍ତୁପିଣ୍ଡକୁ ଚିହ୍ନଟ କରିପାରିଛେ। ସେଗୁଡିକ ହେଉଛି-ଓଉମୁଆମୁଆ, ବୋରିସୋଭ ଏବଂ ଆଟଲାସ।
ଓଉମୁଆମୁଆ
ସୌରଜଗତ ବାହାରୁ ଏହା ଭିତରକୁ ପଶି ଆସି ପୁଣି ପଳାଇ ଯାଇଥିବା ପ୍ରଥମ ଜଣା ଗ୍ରହାଣୁର ନାମ ହେଉଛି ଓଉମୁଆମୁଆ। ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାର ହାଓ୍ବାଇଠାରେ ଥିବା ପାନଷ୍ଟ୍ରାସ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ୨୦୧୭ ମସିହା ଅକ୍ଟୋବର ୧୯ ତାରିଖରେ ଆବିଷ୍କାର କରାଯାଇଥିଲା। ଏହି ପର୍ଯ୍ୟବେକ୍ଷଣ ‘ନାସା’ର ପୃଥିବୀର ସମୀପବର୍ତ୍ତୀ ବସ୍ତୁଗୁଡିକ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା। ସୂର୍ଯ୍ୟଠାରୁ ଏହାର ନିକଟତମ ବିନ୍ଦୁରୁ ପ୍ରାୟ ୪୦ ଦିନ ଗତି କରିବା ପରେ ଏହାକୁ ଆବିଷ୍କାର କରାଗଲା ଏବଂ ଏହା ସେତେବେଳକୁ ପୃଥିବୀଠାରୁ ପ୍ରାୟ ୩୩ ନିୟୁତ କିମି ଦୂରରେ ଥିଲା। ଏହାର ଆବିଷ୍କାରକ ହେଉଛନ୍ତି କାନାଡାର ଜ୍ୟୋତିର୍ବିଦ୍‌ ରବର୍ଟ ଉଇରିକ୍‌। ଏହାର ଆକାର ହେଉଛି ୨୩୦ ମିଟର x ୩୫ ମିଟର x ୩୫ ମିଟର। ଏହାର ଅସାଧାରଣ ଆକାର ଓ ଅନ୍ୟାନ୍ୟ ଉତ୍ସରୁ ଅନେକ ବ୍ୟକ୍ତି ଏହା ବାହାର ଗ୍ରହରୁ ଆସିଥିବା ମନେକଲେ। ଏହାର ବେଗ ଘଣ୍ଟା ପ୍ରତି ୩୦,୦୦୦ କିମି ଥିଲା ଏବଂ ଏହାର ଗତିପଥରୁ ଜଣାଗଲା ଯେ ଏହା ଆମ ସୌରଜଗତର ବସ୍ତୁପିଣ୍ଡ ନୁହେଁ। ୨୦୧୯ ମସିହା ଜୁଲାଇ ମାସ ସୁଦ୍ଧା ଜ୍ୟୋତିର୍ବିଦମାନେ ସିଦ୍ଧାନ୍ତରେ ପହଞ୍ଚତ୍ଲେ ଯେ ଏହା ହେଉଛି ଗୋଟିଏ ପ୍ରାକୃତିକ ବସ୍ତୁପିଣ୍ଡ ଏବଂ ଏହା ସୌରଜଗତ ବାହାରୁ ଆସିଛି। ଏହା ପୃଥିବୀକୁ ମାତ୍ର ଏକ ସପ୍ତାହ ଦେଖା ଯାଇଥିଲା। ଏଣୁ ଏହା ସମ୍ବନ୍ଧରେ ବିଶେଷ ଅଧ୍ୟୟନ କରାଯାଇପାରିଲା ନାହିଁ।
ବୋରିସୋଭ
ଏହାକୁ କ୍ରିମିୟାର ଜ୍ୟୋତିର୍ବିଦ ଗେନାଡି ବୋରିସୋଭ ୨୦୧୯ ମସିହା ଅଗଷ୍ଟ ୨୯ ତାରିଖରେ କ୍ରିମିୟାର ନୌଚିନିଜସ୍ଥିତି ମାର୍ଗୋ ପର୍ଯ୍ୟବେକ୍ଷଣାଗାରୁ ଆବିଷ୍କାର କରିଥିଲେ। ଏହା ହେଉଛି ଗୋଟିଏ ଧୂମକେତୁ। ଏହାର ଉତ୍‌କେନ୍ଦ୍ରତା ୩.୩୬ ଥିଲା ଏବଂ ସୂର୍ଯ୍ୟ ଚାରିପଟେ ଏହା ପରିକ୍ରମଣ କରି ନ ଥିଲା। ଏହା ୨୦୧୯ ମସିହା ଅକ୍ଟୋବର ମାସ ଶେଷ ଆଡକୁ ସୌରଜଗତରେ ପ୍ରବେଶ କରିଥିଲା ଏବଂ ସେହି ବର୍ଷ ଡିସେମ୍ବର ୮ ତାରିଖରେ ସୂର୍ଯ୍ୟଠାରୁ ଏହାର ନିକଟତମ ଦୂରତା ଦୁଇ ମହାଜାଗତିକ ଏକକ ଥିଲା। ଏହା ସେହି ବର୍ଷ ଡିସେମ୍ବର ୨୮ ତାରିଖରେ ପୃଥିବୀ ନିକଟତର ଥିଲା। ଏହାର ଲାଞ୍ଜର ଦୈର୍ଘ୍ୟ ପୃଥିବୀ ଆକାରର ୧୪ ଗୁଣ ଥିଲା। ଏହାର କୋମା ଏବଂ ଧୂଳି ଓ ଗ୍ୟାସ୍‌ର ବାଦଲ ଥିଲା। ଏହା ପୃଥିବୀ ଠାରୁ ୩୦୦ ନିୟୁତ କିମିରୁ ଅଧିକ ଦୂର ଦେଇ ଯାଇଥିବାରୁ ଏହାର ଠିକ୍‌ ଆକାର ଓ ଆକୃତି ନିର୍ଦ୍ଧାରଣ କରାଯାଇ ପାରି ନ ଥିଲା। ଏହାର ନାଭିକ ବ୍ୟାସ ୧.୪ରୁ ୧୬ କିମି ମଧ୍ୟରେ ଆକଳନ କରାଯାଇଛି।
ଆଟଲାସ
ସୌରଜଗତକୁ ଆସିଥିବା ତୃତୀୟ ଜଣା ଆନ୍ତଃନାକ୍ଷତ୍ରିକ ଅତିଥି ହେଉଛି ଆଟଲାସ।
ଏହା ହେଉଛି ଗୋଟିଏ ଧୂମକେତୁ। ଏହାକୁ ୨୦୨୫ ମସିହା ଜୁଲାଇ ୧ ତାରିଖରେ ଚିଲିରେ ଥିବା ଡିପ୍‌ ରାନ୍‌ଡେର୍ମ ସର୍ଭେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଚିହ୍ନଟ କରାଯାଇଛି। ଏହି ସର୍ଭେ ହେଉଛି ପୃଥିବୀ ସହିତ ସଂଘର୍ଷ ସମ୍ଭାବନା ଥିବା ଗ୍ରହାଣୁ ସମ୍ବନ୍ଧୀୟ ପ୍ରକଳ୍ପର ଅଂଶବିଶେଷ। ଏହି ପ୍ରକଳ୍ପର ନାମ ହେଉଛି ଆଟଲାସ ଏବଂ ଏହି ନାମକରଣ ଅନୁସାରେ ଆନ୍ତଃନାକ୍ଷତ୍ରିକ ଅଞ୍ଚଳରୁ ଆସିଥିବା ଧୂମକେତୁର ନାମକରଣ କରାଯାଇଛି।
ସୌରଜଗତକୁ ଆସିଥିବା ଅନ୍ୟ ଦୁଇ ଆନ୍ତଃନାକ୍ଷତ୍ରିକ ବସ୍ତୁପିଣ୍ଡଠାରୁ ଏହା ହେଉଛି ବଡ ଓ ଉଜ୍ଜ୍ୱଳ। ଏହାର କକ୍ଷର ଉତ୍‌କେନ୍ଦ୍ରତା ହେଉଛି ୬.୨। ସୂଚନାଯୋଗ୍ୟ ଯେ ଯେଉଁ ବସ୍ତୁପିଣ୍ଡର କକ୍ଷର ଉତ୍‌କେନ୍ଦ୍ରତା ଏକରୁ ଅଧିକ ହୋଇଥାଏ, ତାହା ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରି ନ ଥାଏ। ଅନ୍ୟ ଅର୍ଥରେ, ଏହା ଆନ୍ତଃନାକ୍ଷତ୍ରିକ ମହାକାଶରୁ ଆସିଛି ଏବଂ ପୁନଶ୍ଚ ସେଠାକୁ ଫେରିଯିବ। ତୁଳନାତ୍ମକ ଭାବେ ଉମୁଆମୁଆ ଓ ବୋରିସୋଭ କକ୍ଷର ଉତ୍‌କେନ୍ଦ୍ରତା ଯଥାକ୍ରମେ ହେଉଛି ୧.୨ ଓ ୩.୬। ଆଟଲାସ୍‌ର ବ୍ୟାସ ହେଉଛି ୧୫ କିମି। ୨୦୨୫ ମସିହା ଜୁଲାଇ ପ୍ରଥମ ସପ୍ତାହରେ ଏହା ବୃହସ୍ପତିର କକ୍ଷ ମଝିରେ ପୃଥିବୀଠାରୁ ୫୨୦ ନିୟୁତ କିମି ଏବଂ ସୂର୍ଯ୍ୟଠାରୁ ୬୭୦ ନିୟୁତ କିମି ଦୂରରେ ଥିଲା। ଏହା ଚଳିତ ବର୍ଷ ଡିସେମ୍ବର ୧୯ରେ ପୃଥିବୀ ନିକଟତମ ହେବ ଏବଂ ପୃଥିବୀଠାରୁ ଏହା ୨୭୦ ନିୟୁତ କିମି ଦୂର ଦେଇ ଗତି କରିବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ...

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି।...

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ...

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌...

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri