ସାର ଯୋଗାଣ ନ ହେଲେ ଆନ୍ଦୋଳନ

ନୂଆପଡ଼ା,୨୨ା୮ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ୟୁରିଆ ସାରର କୃତ୍ରିମ ଅଭାବ ଦେଖାଦେଇଛି। ଡିଲରମାନେ ମନଇଚ୍ଛା ଦରରେ ସାର ବିକ୍ରୟ କରୁଛନ୍ତି। ଏହା ପ୍ରତିବାଦରେ ଶୁକ୍ରବାର ଜିଲା କଂଗ୍ରେସ କମିଟି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛ। କମିଟିର ଜିଲା ସଂଯୋଜକ ଘାସିରାମ ମାଝିଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଏତଙ୍କୁ ଦାବିପତ୍ର ପ୍ରଦାନ କରି ଦୁଇ ଦିନ ଭିତରେ ୟୁରିଆ ସାର ଯୋଗାଇ ନ ଦେଲେ ଆସନ୍ତା ୨୫ରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଜିଲାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି ା ଧାନ ସହ ମାଣ୍ଡିଆ, ଗୁର୍ଜି, କୋଦୋ ଡାଲିଜାତୀୟ ଅର୍ଥକରୀ ଫସଲ କରିଥାନ୍ତି। ସ୍ବଳ୍ପ ବୃଷ୍ଟିପାତ ଯୋଗୁ ରୁଆ ବେଉଷଣ ହୋଇପାରି ନ ଥିଲା। ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷୀମାନେ ରୁଆ ବେଉଷଣ କାମ ଆରମ୍ଭ କରିଛନ୍ତି। ଏପରି ସମୟରେ ଜିଲାରେ ରାସାୟନିକ ସାରର କୃତ୍ରିମ ଅଭାବ ଦେଖାଦେଇଥିବାରୁ ଚାଷୀମାନେ ଡିଲରଙ୍କଠାରୁ ଚଢା ଦରରେ ସାର କିଣୁଡଛନ୍ତି। ସରକାରୀ ମୂଲ୍ୟ ୟୁରିଆ ସାର ୨୬୬ ଟଙ୍କା ୫୦ ପଇସା ଥିବାବେଳେ ୮ ଶହରୁ ଏକ ହଜାର ଟଙ୍କାରେ ବିକ୍ରୟ ହେଉଛି। ଡିଏପି ସାର ୧୮୪୬ର ମୂଲ୍ୟ ୧୩୫୦ ଟଙ୍କା, ୧୬୧୬ର ମୂଲ୍ୟ ୧୬ ଶହ ଓ ୨୦୨୦ର ମୂଲ୍ୟ ୧୪୫୦ ଟଙ୍କା ରହିଥିବା ବେଳେ ଡିଲରମାନେ ୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରୟ କରୁଥିବା କର୍ମକର୍ତ୍ତା ଦର୍ଶାଇଛନ୍ତି। ଏହାର ସମାଧାନ ନ ହେଲେ ଜିଲା କଂଗ୍ରେସ କିଷାନ ସେଲ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛ। ଏହି ସମୟରେ କଂଗ୍ରେସ ଜିଲା ସଂଯୋଜକ ମାଝି ସମେତ ଯୁବ କଂଗ୍ରେସ ଜିଲା ସଭାପତି ଅମିତ କୁମାର ଅହିର, ହରି ମାଝି, ଆଶିଫ ଖାନ, ଇଶାଫ ଖାନ, ସୁଶାନ୍ତ ସାହୁ, ସିଦମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri