ନିଆଁରେ ପୋଡ଼ି ହୋଇଯାଇଥିଲେ ଆଦିବାସୀ ଝିଅ, ଏବେ ମିଳୁନି ଆୟୁଷ୍ମାନ ଚିକିତ୍ସା କାର୍ଡ, ସରକାର ଚାହିଁଲେ…

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁଇ ବର୍ଷ ତଳେ ଶୀତ ଋତୁରେ ନିଆଁ ପୁଇଁ ହେଉଥିବା ବେଳେ ନିଆଁରେ ପୋଡ଼ି ହୋଇ ଆହତ ହୋଇ ଶାରୀରିକ ଭିନ୍ନକ୍ଷମ ହୋଇଥିବା ଜଣେ ୮ ବର୍ଷର ଆଦିବାସୀ ଝିଅ ଏବେ ଅର୍ଥାଭାବରୁ ଅପରେଶନ ହୋଇ ପାରୁ ନ ଥିବାରୁ ପରିବାର ଲୋକେ ଚିନ୍ତାରେ ରହିଛନ୍ତି। ତାଙ୍କ ନାମ ଦୀପାଞ୍ଜଳି ମୁଣ୍ଡା। ସେ ଏବେ ପ୍ରଥମ ଶ୍ରେଣୀରେ ଗାଁ ସ୍କୁଲରେ ନାମ ଲେଖାଇଥିବା ବେଳେ ନିଆଁରେ ପୋଡ଼ି ଯାଇ ବାମ ଗୋଡ଼ଟି ଚଳପ୍ରଚଳ ହୋଇ ପାରୁ ନ ଥିବାରୁ ବହୁ କଷ୍ଟରେ ଯିବା ଆସିବା କରୁଛନ୍ତି।
ପ୍ରକାଶ ଯେ, ଦୁଇ ବର୍ଷ ତଳେ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପଞ୍ଚାୟତ ଭଅଁରପୁର ଗାଁର ସୁଶାନ୍ତ ମୁଣ୍ତା ଓ ଲକ୍ଷ୍ମୀଙ୍କ କନ୍ୟା ଦୀପାଞ୍ଜଳି (୮) ଥଣ୍ତାରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁ ହେଉଥିବାବେଳେ ଅସାବଧାନତା କାରଣରୁ ପୋଷାକରେ ନିଆଁ ଲାଗି ଯାଇଥିଲା। ନିଆଁରେ ପଡ଼ିଯିବାରୁ ଦେହ, ହାତ ଓ ଗୋଡ଼ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବହୁ କଷ୍ଟ ଯନ୍ତ୍ରଣା ସହି ଦୀର୍ଘ ମାସ ପରେ ସୁସ୍ଥ ହୋଇଥିଲେ। ଛୋଟ ପିଲାଟି ଯନ୍ତ୍ରଣାରେ ବହୁକଷ୍ଟ ପାଉଛି। ବାମଗୋଡ଼ ଚମଡ଼ା ପୋଡ଼ିଯାଇ ମାଂସ ସହ ଲାଗି ଯାଇଥିବାରୁ ଦୀପାଞ୍ଜଳି ଚଳପ୍ରଚଳ କରିପାରୁନାହିଁ।
ଆୟୁଷମାନ କାର୍ଡ ନ ଥିବାରୁ ଦୀପାଞ୍ଜଳିଙ୍କ ମାଗଣା ଅପରେଶନ ହୋଇପାରିଲାନି। ପରିବାର ଆର୍ଥିକ ଅନଟନ ଯୋଗୁ ମେଡିକାଲରୁ ଆସି ଏବେ ଘରେ ପଡ଼ିରହିଛନ୍ତି କୁନି ଝିଅ ଜଣକ।
ତାଙ୍କ ବାପା ସୁଶାନ୍ତ ଜଣେ ମିସ୍ତ୍ରୀ। ବହୁ କଷ୍ଟରେ ଯାହା କିଛି ଖଟି ଆଣନ୍ତି ସେଥିରେ ସ୍ତ୍ରୀ, ଚାରି ଝିଅଙ୍କୁ ନେଇ ସଂସାର ଚଳାଇ ଆସୁଛନ୍ତି। ବଡ଼ ଝିଅ ଲିପ୍ସା ଏସ୍‌ଟି/ ଏସ୍‌ସି ସ୍କୁଲରେ ୭ ମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ତଳ ଭଉଣୀ ଝରଣା ଗାଁ ସ୍କୁଲରେ ୪ ଶ୍ରେଣୀରେ ପଢୁଛନ୍ତି। ଦୀପାଞ୍ଜଳି ଅସୁସ୍ଥତା କାରଣରୁ ଏବେ ପ୍ରଥମ ଶ୍ରେଣୀରେ ନାମ ଲେଖିଥିବା ତାଙ୍କ ବାପା କହିଛନ୍ତି। ଏହା ପରେ ଆଉ ଜଣେ ତିନି ବର୍ଷର ସାନ ଝିଅ ଘରେ ଅଛି।

ଗତ ଜୁନ୍‌ ମାସରେ ଦିପାଞ୍ଜଳିଙ୍କର ପ୍ଲାଷ୍ଟିକ ସର୍ଜରୀ ହେବାର ଥିଲା। ଏଥିପାଇଁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବା ଜଣେ ସୁପର ସ୍ପେସାଲିଷ୍ଟ ଡାକ୍ତର ଅପରେଶନ କରିବା ନେଇ କହିଥିଲେ। କିନ୍ତୁ ହଠାତ୍‌ ଆୟୁଷ୍ମାନ କାର୍ଡର ପ୍ରଚଳନ ଝିଅର ଅପରେଶନରେ ବାଧା ସୃଷ୍ଟି ହେଲା ବୋଲି ସୁଶାନ୍ତ କହିଛନ୍ତି। କାରଣ ଝିଅ ନାମରେ ଆୟୁଷ୍ମାନ କାର୍ଡ ହୋଇ ପାରିଲା ନାହିଁ। ଏଣୁ ମାଗଣା ଚିକିତ୍ସା ହୋଇପାରୁନାହିଁ। ତେବେ ଡାକ୍ତର କହିଲେ ଏବେ ଅପରେଶନ ପାଇଁ ୧.୨୦ ଲକ୍ଷ ଟଙ୍କା ଆବଶ୍ୟକ। ଏତେ ଟଙ୍କା କେଉଁଠୁ ଯୋଗାଡ଼ କରିବି । ତାର ଚିକିତ୍ସା ଓ ଘର ଚଳାଇବାରେ ସବୁ ସାରି ଦେଇଛି ବୋଲି ସୁଶାନ୍ତ କହିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କଲେ ଝିଅର ଅପରେଶନ ହୋଇ ପାରିବ ଏବଂ ଚଲାବୁଲା କରିବା ସହ ଭବିଷ୍ୟତରେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରନ୍ତା ବୋଲି ସୁଶାନ୍ତ କହିଛନ୍ତି। ଏଣୁ ତୁରନ୍ତ ଝିଅଟିର ଅପରେଶନ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ମଧ୍ୟ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri