ସାର କଳାବଜାର: ଅସନ୍ତୋଷ ଝାଡ଼ିଲା କୃଷକ ସଙ୍ଗଠନ

ସମ୍ବଲପୁର,୨୦ା୮(ପ୍ରମୋଦ ବହିଦାର):ସାର କଳାବଜାର ଅଭିଯୋଗରେ କୃଷି ବିଭାଗ ପକ୍ଷରୁ ସମ୍ବଲପୁର ବରେଇପାଲିସ୍ଥିତ ଇଣ୍ଡିଆନ ଏଣ୍ଟରପ୍ରାଇଜେସ୍‌ର ରିଟେଲ୍‌କାଉଣ୍ଟରକୁ ଗତ ୧୪ତାରିଖ ସିଲ୍‌ କରାଯାଇଥିଲା। ହେଲେ ଏଣ୍ଟରପ୍ରାଇଜେସ୍‌ର ରିଟେଲ୍‌ କାଉଣ୍ଟର ଅନ୍ୟପାର୍ଶ୍ୱରେ ଥିବା ହୋଲସେଲ୍‌ କାଉଣ୍ଟର ଯଥାରୀତି ଖୋଲା ରହିଥିଲା। ଫଳରେ ଉକ୍ତ ବ୍ୟବସାୟୀ ସେଠାରେ ଅଧିକ ଦରରେ ସାର ବିକ୍ରି କରି ଚାଲିଥିଲେ। ହୋଲସେଲକୁ ଖୋଲା ଛାଡ଼ି ଦେଇ ପରୋକ୍ଷରେ ସାର କଳାବଜାରକୁ ପ୍ରୋତ୍ସାହିତ କରାଯାଇଥିଲା ବୋଲି ସମ୍ବଲପୁର ଜିଲା କୃଷକ ସଙ୍ଗଠନ ଅଭିଯୋଗ କରିଛି। ଏହାକୁ ନେଇ ମଙ୍ଗଳବାର ସଙ୍ଗଠନର କର୍ମକର୍ତ୍ତାମାନେ ସଭାପତି ଉମେଶ ମିଶ୍ରଙ୍କ ନେତୃତ୍ୱରେ ସମ୍ବଲପୁର ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା ଓ ଜିଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ଜେନାଙ୍କୁ ସାକ୍ଷାତ କରି ଉକ୍ତ ବିଷୟରେ ଅବଗତ କରିଥିଲେ। ତୁରନ୍ତ ଉକ୍ତ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଲାଇସେନ୍ସ ବାତିଲ କରି ଦୋକାନକୁ ସମ୍ପୂର୍ଣ୍ଣ ସିଲ୍‌ କରିବାକୁ ଦାବି କରିଥିଲେ। କୃଷକ ସଙ୍ଗଠନର ଅଭିଯୋଗ ପରେ କୃଷି ଅଧିକାରୀ ଜେନା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଖାଲି ସେତିକି ନୁହେଁ ଜିଲାର ବିଭିନ୍ନ ହୋଲସେଲ୍‌ ଓ ରିଟେଲ୍‌ ଦୋକାନରେ ମଧ୍ୟ ସାରର ଷ୍ଟକ ଯାଞ୍ଚ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଆବାହକ ଅଶୋକ ପ୍ରଧାନ କହିଛନ୍ତି, ସମ୍ବଲପୁର ଜିଲା ଉପାନ୍ତ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ସାର କଳାବଜାର ହେବା ନଜିର ରହିଛି। ମାତ୍ର ସମ୍ବଲପୁର ସଦର ମହକୁମାରେ ଏପରି ହେବାର ନଜିର ନାହିଁ। ବିଭିନ୍ନ ପିଏସିଏସ୍‌ ମାନଙ୍କରେ ବର୍ତ୍ତମାନ ସାର ଅଭାବ ଏପରିକି ଆଦୌ ନ ଥିବା ବେଳେ ଘରୋଇ ଦୋକାନୀମାନେ ସାର କଳାବଜାର କରୁଛନ୍ତି। ସେହିପରି ସମ୍ବଲପୁର ଜିଲା କୃଷକ ସୁରକ୍ଷା ସଙ୍ଗଠନ ସଭାପତି ଉମେଶ ଚନ୍ଦ୍ର ମିଶ୍ର ଜିଲାର ଚାଷୀମାନଙ୍କୁ ଜିଲା କୃଷି ବିଭାଗର ସହଯୋଗ ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ। ସେ କହିଛନ୍ତି, ପିଏସିଏସ୍‌ ଓ ଏଲ୍‌ଏଏମ୍‌ପିଏସ୍‌ ମାନଙ୍କରେ ଚାଷୀଙ୍କୁ ସାର ମିଳୁନାହିଁ। ଅଥଚ ଖୋଲା ବଜାରରେ ସାର କଳାବଜାର ହେଉଛି। ତେବେ ସାର କଳାବଜାର କରୁଥିବା ବରେଇପାଲିସ୍ଥିତ ଇଣ୍ଡିଆନ ଏଣ୍ଟରପ୍ରାଇଜେସ୍‌ର ସିଲ୍‌ ପ୍ରକ୍ରିୟାର ତଦନ୍ତ କରିବା ସହ ଏଭଳି ଅସାଧୁ କାରବାରରେ ଲିପ୍ତ ଅଧିକାରୀ ଏବଂ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri