ନୀଳଗିରି, ୧୯।୮(ପ୍ରଶାନ୍ତ ବିଶ୍ୱାଳ)-ବାଲେଶ୍ୱର ଜିଲା ନୀଳଗିରି ଥାନା କାଂଶ ପଞ୍ଚାୟତ କୁହ୍ଲାପାଳ ଗାଁରେ ପାରିବାରିକ କଳହରୁ ଜଣେ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ବାମୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଶାଶୁଘର ପକ୍ଷରୁ ଆକ୍ରମଣରେ ବୋହୂଙ୍କ ସମେତ ତାଙ୍କ ପରିବାର ଲୋକେ ମଧ୍ୟ ଆହତ ହୋଇଥିବା ନେଇ ଥାନାରେ ଏତଲା ହୋଇଛି।
କୁହ୍ଲାପାଳ ଗାଁର ମହାଶିଷ ମହାପାତ୍ର ଝାଡ଼ଖଣ୍ଡ ଭାଲୁପାତଡ଼ା ଗାଁରେ ଜ୍ୟୋତ୍ସ୍ନା ମହାପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ମହାଶିଷ ଛତିଶଗଡ଼ ଜଗଲପୁର ଷ୍ଟେଶନରେ କାର୍ଯ୍ୟରତ ଥିଲେ। ବିବାହର ବର୍ଷକଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା। ଫଳରେ ୩ମାସ ହେବ ବୋହୂ ଜ୍ୟୋତ୍ସ୍ନା ତାଙ୍କ ବାପଘରକୁ ପଳାଇ ଯାଇଥିଲେ। ମଙ୍ଗଳବାର ଅପରାହ୍ନରେ ଜ୍ୟୋତ୍ସ୍ନା ଓ ତାଙ୍କ ବାପା, କକା, ମା’, ମାଉସୀ ଓ ଭାଉଜ ଘରେ ପହଞ୍ଚତ୍ ମହାଶିଷ ଏବଂ ତାଙ୍କ ମା’ ବାପାଙ୍କୁ ସ୍ତ୍ରୀ ପିଲାଙ୍କ କଥା ବୁଝୁ ନାହିଁ ବୋଲି କହିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ବୋହୂଙ୍କୁ ସ୍ବାମୀ, ଶ୍ୱଶୁର ଓ ଶାଶୁ ଘରୁ ତଡ଼ି ଦେବା ସହିତ ମାଡ଼ ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଜ୍ୟୋତ୍ସ୍ନାଙ୍କ ବାପଘର ଲୋକେ ମାଡ଼ ମାରିବାରୁ ମା’, ବାପା ଓ ପୁଅ ଆହତ ହୋଇଥିଲେ। ଏ ସମ୍ପର୍କରେ ମହାଶିଷ କହିଛନ୍ତି, ତାଙ୍କ ସରକାରୀ ଚାକିରି ହାତେଇବା ପାଇଁ ଶ୍ୱଶୁର ଘର ଲୋକ ଓ ସ୍ତ୍ରୀ ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ଆଇଆଇସି କହିଛନ୍ତି।

