ଓ୍ବାଶିଂଟନ୍,୧୪ା୮: ଆଲାସ୍କାରେ ଶୁକ୍ରବାର ହେବାକୁ ଥିବା ଶାନ୍ତି ଆଲୋଚନା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଲେ ଏହାର ଭୟଙ୍କର ପରିଣାମ ଭୋଗିବେ ବୋଲି ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ୟୁରୋପୀୟ ନେତାମାନଙ୍କ ସହ ଭର୍ଚୁଆଲ ବୈଠକ ବେଳେ ଟ୍ରମ୍ପ୍ ଅସ୍ତ୍ରବିରତି ଚାହୁଁଥିବା ବିଷୟ ପ୍ରକାଶ କରିଥିଲେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁ କହିଛନ୍ତି। ଉକ୍ତ ବୈଠକରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି, ରୁଷିଆ ୟୁକ୍ରେନ୍କୁ ଦଖଲ କରିବା ପାଇଁ ସକ୍ଷମ ବୋଲି ଦର୍ଶାଇବା ଲାଗି ପୁଟିନ୍ ସବୁ କ୍ଷେତ୍ରରେ ଚାପ ପ୍ରୟୋଗ କରୁଛନ୍ତି। ବିଭିନ୍ନ ଦେଶ ପକ୍ଷରୁ ଲଗାଯାଇଥିବା କଟକଣା ଯୋଗୁ ପୁଟିନ୍ ଘାବରେଇ ଯାଇଥିବାବେଳେ ତାଙ୍କ କ୍ଷେତ୍ରରେ ସେସବୁ ପ୍ରଭାବଶୂନ୍ୟ ବୋଲି ଦେଖାଇବାକୁ ଚାହୁଁଛନ୍ତି।


