ଟ୍ରମ୍ପଙ୍କ ଘୋଷଣା ପରେ ଏତେ ଖସିଲା ସୁନାଦର, ଭୁବନେଶ୍ୱରରେ କେତେ ଅଛି ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୧୨।୮: ଗତ ଗୋଟିଏ ସପ୍ତାହ ଧରି ସୁନା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା। କିନ୍ତୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରୁଥ୍‌ ସୋସିଆଲ ମିଡିଆରେ କେବଳ ଗୋଟିଏ ଘୋଷଣା ସହିତ, ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର ମୂଲ୍ୟ ହଠାତ୍‌ ୧୪୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ପ୍ରକୃତରେ, ଟ୍ରମ୍ପ ସୁନାକୁ ଟାରିଫ୍‌ରୁ ଦୂରେଇ ରଖିବାକୁ ଘୋଷଣା କରିଛନ୍ତି।

ସୋମବାର ଟ୍ରମ୍ପ ତାଙ୍କ ଟ୍ରୁଥ୍‌ ସୋସିଆଲରେ କହିଥିଲେ ଯେ ସେ ସୁନା ବାରଗୁଡ଼ିକୁ ଟାରିଫ୍‌ରୁ ମୁକ୍ତ କରୁଛନ୍ତି। କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବିଭାଗର ନିଷ୍ପତ୍ତିର କିଛି ଦିନ ପରେ ଟ୍ରମ୍ପ ଏହା ଘୋଷଣା କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ସୁନା ବୁଲାନ ପାରସ୍ପରିକ ଟାରିଫ୍‌ ଉପରେ ନିର୍ଭରଶୀଳ। ସୋମବାର ଟ୍ରମ୍ପ କହିବା ମାତ୍ରେ ସୁନା ଉପରେ କୌଣସି ଟାରିଫ୍‌ ରହିବ ନାହିଁ, ସୁନା ଫ୍ୟୁଚର୍ସ ମୂଲ୍ୟରେ ଏକ ବଡ଼ ହ୍ରାସ ଦେଖାଯାଇଛି। ସମସ୍ତ କ୍ୟାରେଟ ସ୍ତର – ୨୪K, ୨୨K ଏବଂ ୧୮K ପାଇଁ ଆଜିର ୧ ଗ୍ରାମ ସୁନା ମୂଲ୍ୟ ଗତକାଲି ତୁଳନାରେ ଏକ ସ୍ପଷ୍ଟ ହ୍ରାସ ଧାରା ଦର୍ଶାଉଛି।

ଆଜି ୧୦ ଗ୍ରାମ ପିଛା ୨୪ କ୍ୟାରେଟକୁ ଅଛି ୧,୦୧,୪୦୦। ଗତକାଲି ଥିଲା ୧,୦୨,୨୮୦। ତେବେ ଆଜି ୮୮୦ ହ୍ରାସ ପାଇଛି। ସେହିପରି ଆଜି ୧୦ ଗ୍ରାମ ପିଛା ୨୨ କ୍ୟାରେଟକୁ ଅଛି ୯୨,୯୫୦ । ଗତ କାଲି ଥିଲା ୯୩,୭୫୦। ଗତକାଲି ତୁଳନାରେ ଆଜି ୮୦୦ଟଙ୍କା କମିଛି।

ସେହିପରି ଆଜି ଭୁବନେଶ୍ୱରରେ ମଧ୍ୟ ସୁନା ହ୍ରାସ ପାଇଛି। ଆଜି ୧୦ ଗ୍ରାମ ପିଛା ୨୪ କ୍ୟାରେଟକୁ ୧,୦୧,୪୦୦ ଟଙ୍କା ଥିବା ବେଳେ ଗତକାଲି ୧,୦୨,୨୮୦ ଥିଲା। ତେବେ ଗତକାଲି ତୁଳନାରେ ଆଜି ୮୮୦ ଟଙ୍କା ହ୍ରାସ ପାଇଛି। ୨୨ କ୍ୟାରେଟକୁ ୯୨,୯୫୦ ରହିଥିବା ବେଳେ ଗତକାଲି‘୯୩,୭୫୦ ଥିଲା। ଆଜି ୮୦୦ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri