Posted inଭଦ୍ରକ

ପୂଜାରେ ବାଣ୍ଟିବେ ସଚେତନତା ବାର୍ତ୍ତା

ଆରଡ଼ି, ୧।୯ (ଡି.ଏନ.ଏ.)- ସୋମବାର ବିଦ୍ୟାଦାତା ବିଘ୍ନବିନାଶକ ଗଜାନନଙ୍କ ପୂଜା। ଏଥିପାଇଁ ଗଁାଠୁ ସହର ସବୁଠି ଚାଲିଛି ପ୍ରସ୍ତୁତି। କାରିଗରମାନେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି। ଭଦ୍ରକ ଜିଲାର ଆରଡ଼ି ନିକଟସ୍ଥ ଦୋହରାପାଟଣା ଗଁାରେ ୨୫ ବର୍ଷ ଧରି ଏହି ପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତବର୍ଷ ଭିନ୍ନ ଧରଣର ପୂଜାର ଆୟୋଜନ କରାଯାଇଛି। ୮ ମାସ ତଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ କ୍ଲବ ସଦସ୍ୟ ନୀଳମାଧବ ନାୟକଙ୍କ ସ୍ମୃତିରେ ଚଳିତବର୍ଷ ପୂଜା ପାଳନ କରାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା କହିଛନ୍ତି। ଏଥିସହିତ ନିଜ କ୍ଲବର ନାମକୁ ନୀଳମାଧବ କ୍ଲବ ଭାବେ ନାମିତ କରିଛନ୍ତି। ୫ ଦିନ ବ୍ୟାପୀ ପୂଜା ପାଳନ ଲାଗି ସ୍ଥିର ହୋଇଥିବା ବେଳେ ପୂଜା ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଚାର ପାଇଁ ଉଦ୍ୟମ କରାଯାଇଛି।
ପୂଜାର ପ୍ରଥମ ଓ ଦ୍ୱିତୀୟ ଦିନରେ ଗଁାର ଯୁବକମାନଙ୍କୁ ଏକତ୍ର କରାଯାଇ ଦ୍ରୁତଗତିରେ ଗାଡ଼ି ନ ଚଳାଇବାକୁ ଏକ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତୃତୀୟ ଓ ଚତୁର୍ଥ ଦିନରେ ମଦ୍ୟପାନ ନ କରିବା ପାଇଁ କ୍ଲବ ସଦସ୍ୟ ନିଜେ ଶପଥ କରିବା ସହ ଅନ୍ୟମାନଙ୍କୁ ଶପଥ କରାଇବେ। ୫ ମ ଦିନ ଗ୍ରାମ ସଫେଇ କାର୍ଯ୍ୟକ୍ରମ ସହ ନିରକ୍ଷର ମହିଳା ଓ ପୁରୁଷଙ୍କୁ ସାକ୍ଷର କରିବାକୁ ପ୍ରତି ଘର ବୁଲିବା ସହ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯିବ ବୋଲି କ୍ଲବର ସଭାପତି ଶୁଭେନ୍ଦୁ କୁମାର ନାୟକ ସୂଚନା ଦେଇଛନ୍ତି। ଏଥିସହିତ ଗଜାନନଙ୍କ ପୂଜା ଭକ୍ତି ଓ ଆଧ୍ୟାତ୍ମିକତାରେ ସମ୍ପାଦନ କରାଯିବ ବୋଲି ସମ୍ପାଦକ ସମ୍ବିତ କୁମାର ନାୟକ କହିଛନ୍ତି। ଏଭଳି ନିଆରା କାର୍ଯ୍ୟକ୍ରମ କ୍ଲବ ହାତକୁ ନେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri