ଭୁବନେଶ୍ୱର,୧୬।୭: ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ଏନେଇ ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଛି । ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧି । ଲୋୟର ପିଏମଜିରେ ପୋଲିସ- ବିଜେଡି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ଉପୁଜିଛି ଆନ୍ଦୋଳନ । ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ ସହ ଲୁହାବହା ଗ୍ୟାସ କରିଛି ପୋଲିସ । ଏହି ଲୁହାବୁହା ଗ୍ୟାସ ମାଡରେ ବବି ଦାସ ଆହତ ହୋଇଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ଆହତ ହୋଇଥିବା ସୂଚନା ମିଳିଛି ।
ସେହିପରି ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ଏପଟେ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବବି । ଏହି ସମୟରେ ଆନ୍ଦୋଳନ କାରୀଙ୍କୁ ଉଠାଇନେଇଛି ପୋଲିସ । ଶତାଧିକ ବିଜେଡି କର୍ମୀ ଅଟକ ଥିବା ସୂଚନା । ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିବାଦ ତୀବ୍ର ରୂପ ଧାରଣ କରିଛି ।
ଦମନଲୀଳା ଚଳାଇଛି ବିଜେପି ସରକାର।
ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ହେଉଥିବା ଆନ୍ଦୋଳନକୁ ଏତେ ଡ଼ର କ’ଣ ପାଇଁ?
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଛନ୍ତି ଦଳର ଅନେକ ନେତା ଓ କର୍ମୀ। ଯାହା ଆମର ସଂକଳ୍ପକୁ ଆହୁରି ମଜଭୁତ୍ କରୁଛି। ଏ ଲଢ଼େଇ ଆଗକୁ ଆହୁରି ଦୁର୍ବାର ହେବ।#ହଟାଅବିଜେପି #BJPAntiWomen… pic.twitter.com/CsKxb1Q0ct
— Biju Janata Dal (@bjd_odisha) July 16, 2025
ବିଜେଡିର ଜୋରଦାର ଆନ୍ଦୋଳନ: ବିଜେଡିର ବଡ଼ନେତାଙ୍କୁ ଉଠାଇ ନେଲା ପୋଲିସ, ବବି-ଡାନି- ସୁଲତା ଦେଓ…

