କାମ ଚାପରେ କେମିତି ରଖିବେ ମାଇଣ୍ଡ୍‌ ଫ୍ରି:ମନକୁ ରିଲାକ୍ସ କରିବାର ଉପାୟ ଜାଣନ୍ତୁ…

ଅତ୍ୟଧିକ କାମ ଚାପରେ ବ୍ୟତିବ୍ୟସ୍ତ ହୋଇ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଏ ମନ। ନୀତିଦିନିଆ ଜୀବନରେ ବିଭିନ୍ନ ଭାବରେ ଏହାର ପ୍ରଭାବ ପଡ଼େ। କାର୍ଯ୍ୟ ଦକ୍ଷତା କମିଯାଏ, ବିରକ୍ତ ଲାଗେ। ଏମିତି ଅନୁଭବକଲେ ମନକୁ ରିଲାକ୍ସ କରିବାର ଉପାୟ ଜାଣନ୍ତୁ…

ଅତ୍ୟଧିକ କାମର ଚାପରେ ଅନେକ ସମୟରେ ମନ ଭାରାକ୍ରାନ୍ତ ହୋଇଯାଏ। ଶରୀର ବି ଥକିଯାଏ, ତା’ ସହ ମନ ବି ଅଶାନ୍ତ ରହେ। ଏଥିପାଇଁ ବିରକ୍ତି ଭାବନା ସୃଷ୍ଟି ହୁଏ ଓ ଚିଡ଼ିଚିଡ଼ା ବି ଅନୁଭବ ହୁଏ। ମନେହୁଏ ଯେମିତି କିଛି କାମ କରିହେବ ନାହିଁ। ବାଧ୍ୟବାଧକତାରେ ସବୁ କାମ କରିବା ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟିହୁଏ। ଏଭଳି ସ୍ଥିତି ଆସିଲେ ଜାଣିନେବାକୁ ହେବ ଯେ ମନ ଭାରାକ୍ରାନ୍ତ ହୋଇଯାଇଛି। ତେଣୁ ମନକୁ ଖୁସି କରି ପୁଣି ଥରେ ଉତ୍ସାହ ଭରିବାକୁ ହେବ। ଏମିତି ଅବସ୍ଥାକୁ ମୁଡ୍‌ ଖରାପ ଅଛି ବୋଲି କହିହେବ। ମୁଡ୍‌ ଖରାପ ଥିଲେ କାମ କରିବାକୁ ଇଚ୍ଛା ହୁଏନି, ଦୁର୍ବଳ ଲାଗେ। ଏଭଳି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଆପଣଙ୍କୁ କିଛି ସମୟର ମାନସିକ ବିଶ୍ରାମ ଦରକାର। ତେବେ କେଉଁ ସବୁ ଲକ୍ଷଣ ଥିଲେ ଏନେଇ ସଚେତନ ହେବେ ଜାଣିରଖନ୍ତୁ।
କାମ ଶେଷ କରିପାରୁ ନ ଥିବେ: ବେଳେବେଳେ ଏମିତି ମନେହେବ କି ଅନେକ ସମୟ ହେଲାଣି କାମ ଆରମ୍ଭ କରିଛନ୍ତି କିନ୍ତୁ ଶେଷ କରିପାରୁନାହାନ୍ତି। ଆରମ୍ଭ ବେଳକୁ କାମଟି ଖୁବ୍‌ ସହଜ ଲାଗିବ ହେଲେ ଶେଷ କରିବା ପାଇଁ ବହୁ କଷ୍ଟ ଲାଗୁଥିବ। ଏମିତିକି ଛୋଟ ବା ସହଜ କାମ ମଧ୍ୟ ବୋଝ ଭଳି ଲାଗିବ। ତେଣୁ ବାରମ୍ବାର କାମ ଶେଷ କରିବା ପାଇଁ ସମୟ ନେବାକୁ ବାଧ୍ୟ ହେବେ। ଆଉ କିଛି ସମୟ ପରେ ଅବା କାଲି କରିବି ଭାବି କାମ ବନ୍ଦ କରି ଦେଉଥିବେ। ଏମିତି ବାରମ୍ବାର କରିବା ପରେ ବହୁ ବିଳମ୍ବରେ କାମଟିକୁ ଶେଷ କରିପାରିବେ। ଏଭଳି ଅବସ୍ଥା ଏହି ସଙ୍କେତ ଦେଇଥାଏ ଯେ ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ନାହିଁ। ଏହା ହେଉଛି ମନର ଓଭରଲୋଡ୍‌ ଅବସ୍ଥା। ମସ୍ତିଷ୍କ କ୍ଳାନ୍ତ, ବିକ୍ଷିପ୍ତ ଓ ଧ୍ୟାନ କେନ୍ଦ୍ରିତ କରିବାକୁ ସଂଘର୍ଷ କରୁଛି।
ବାରମ୍ବାର ବିଭିନ୍ନ ଆପ୍‌ ବଦଳାଇବା: ଡିଜିଟାଲ କ୍ଷେତ୍ରରେ ବିଭିନ୍ନ କାମ କରୁଥିଲେ ସେ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବେ। କୌଣସି କାମରେ ମନ ଲଗାଇପାରୁ ନ ଥିବେ। କାମ କରିବା ସମୟରେ ଅତି ଶୀଘ୍ର ବିଚଳିତ ହୋଇପଡ଼ିବା ଓ ବ୍ୟତିବ୍ୟସ୍ତ ହୋଇ ଫୋନ୍‌ କିମ୍ବା କମ୍ପ୍ୟୁଟରରେ ବାରମ୍ବାର ବିଭିନ୍ନ ଆପ୍‌ ବଦଳାଇ ଚାଲିଥିବେ। ଏହି ଅବସ୍ଥାକୁ ଅନ୍ୟମନସ୍କତା ବୋଲି ଭାବିବା ଭୁଲ୍‌ ହୋଇପାରେ। ଏହା ମାନସିକ ଅସ୍ଥିରତାର ଏକ ଲକ୍ଷଣ। ଏହା ଦର୍ଶାଏ ଯେ ଆପଣଙ୍କ ମନ ଦିଆଯାଇଥିବା କାମ ଉପରେ ଫୋକସ୍‌ କରିପାରୁନାହିଁ। କାରଣ ମନ ଅତ୍ୟଧିକ ଉତ୍ତେଜିତ ଓ କ୍ଳାନ୍ତ ହୋଇପଡ଼ିଛି। ଏହି ଅବସ୍ଥା ରହିଲେ ଧୀରେ ଧୀରେ କାର୍ଯ୍ୟଦକ୍ଷତା ବି କମ୍‌ ହୋଇଯିବ।
ଅତ୍ୟନ୍ତ କଷ୍ଟ: ଯେଉଁ କାମ ଦିନେ କରିବା ପାଇଁ ଅତ୍ୟନ୍ତ ସହଜ ମନେ ହେଉଥିଲା ସେହି କାମ କରିବା ପାଇଁ ଖୁବ୍‌ କଷ୍ଟ ଲାଗିବ। ଅତ୍ୟନ୍ତ ଉତ୍ସାହର ସହ କାମ ଶେଷକରି ଲକ୍ଷ୍ୟ ହାସଲ କରିଥିବା କାମ ମଧ୍ୟ କରିବା ପାଇଁ କଷ୍ଟ ଲାଗିବ। କାମ କରିବାର ଶକ୍ତି କ୍ଷୀଣ ହେବା ଭଳି ମନେ ହେବ। ସମ୍ପୂର୍ଣ୍ଣ ଅନାଗ୍ରହରେ କାମ କରୁଥିବେ। ଏହି ଅବସ୍ଥାର ଅର୍ଥ ହେଉଛି ମନ ଅତ୍ୟନ୍ତ ଭାରାକ୍ରାନ୍ତ ହୋଇପଡ଼ିଛି। ଏହି ସମୟରେ ତୁରନ୍ତ ମନକୁ ରିଚାର୍ଜ କରିବାକୁ ହେବ।
ନିଦ ଅଳସୁଆ: ଶୋଇକି ଉଠିବା ପରେ ସମସ୍ତଙ୍କୁ ଫ୍ରେଶ୍‌ ଲାଗେ। ହେଲେ ବେଳେବେଳେ ବହୁ ସମୟ ଶୋଇବା ପରେ ବି ଉଠିବା ପରେ ସେମିତି ଅନୁଭବ ହେଉ ନ ଥିବ। ତେଣୁ କିଛି ବି କାମ କରିବା ପାଇଁ ଆଦୌ ଇଚ୍ଛା ହେଉ ନ ଥିବ। ଏମିତିକି ଶରୀର ବି ଅସୁସ୍ଥ ଥିବା ଭଳି ଲାଗୁଥିବ। ଏହାର ଏକମାତ୍ର କାରଣ ହେଉଛି ମନ। ମାନସିକ କ୍ଳାନ୍ତି ଅନେକ ସମୟରେ ଶାରୀରିକ ଅସୁସ୍ଥତା ଅନୁଭବ କରାଇଥାଏ। ତେଣୁ ଅଧିକ ସମୟ ଶୋଇବା ପରେ ହୁଏତ ଶରୀର କିଛିମାତ୍ରାରେ ସୁସ୍ଥ ହୋଇପାରେ, ମାତ୍ର ମନକୁ ସୁସ୍ଥକରିବା ନିହାତି ଦରକାର। ସତେଜ ଅନୁଭବ କରିବା ପାଇଁ ସ୍ଥିରତା, ସଚେତନତା ଓ କିଛି ସମୟ ଆବଶ୍ୟକ।
ଚିଡ଼ିଚିଡ଼ା ଲାଗିବା: କୌଣସି କାରଣ ନ ଥାଇ ପ୍ରତ୍ୟେକ କଥାରେ ଚିଡ଼ିଚିଡ଼ା ଲାଗୁଥିବ। ବେଳେବେଳେ ଚାହୁଁ ନ ଥିଲେ ବି ଅନ୍ୟମାନଙ୍କୁ ବିରକ୍ତି ଭାବରେ ଏଣୁତେଣୁ କିଛି କହିଦେଉଥିବେ। ଏସବୁ ପାଇଁ କେବେକେବେ ଅନ୍ୟମାନଙ୍କ ସହ ଝଗଡ଼ା ବି ହୋଇପାରେ। ସବୁ ସରିବା ପରେ ଆପଣ ହୁଏତ ଚିନ୍ତା କରିପାରନ୍ତି କି ଭୁଲ୍‌ ହୋଇଗଲା। ଅନାବଶ୍ୟକଭାବେ ଆପଣ ଅନେକ କିଛି କଟୁ କଥା କହି ଦେଇଛନ୍ତି। ଏସବୁ ଲକ୍ଷଣ ବି ମନ ଉପରେ ଚାପ କାରଣରୁ ହୋଇଥାଏ। ଏହି ପରିସ୍ଥିତିରେ ବୁଝିନେବା ଦରକାର କି ମନ ଭାରାକ୍ରାନ୍ତ ହୋଇଯାଇଛି, ଏଥିରୁ ମୁକୁଳିବାକୁ ହେଲେ ଏକ ଗ୍ୟାପ୍‌ ଦରକାର।
ଉପାୟ:
ମନର ବିଚାର ଓ ଭାବନାକୁ ପ୍ରଥମେ ଡାଏରୀରେ ଲେଖନ୍ତୁ। ଦେଖିବେ ମନ କିଛି ମାତ୍ରାରେ ହାଲ୍‌କା ହୋଇଯିବ। ପ୍ରତିଦିନ ଏଭଳି ଅଭ୍ୟାସକରି ଡାଏରୀ ଲେଖିଲେ ନିଜକୁ ବହୁତ ଭଲ ଲାଗିବ। ପର ମୁହୂର୍ତ୍ତରେ ନିଜେ ସେସବୁ ପଢ଼ିଲେ ବି ଏକ ଭିନ୍ନ ଆନନ୍ଦ ପାଇପାରିବେ ଓ ନିଜ କାମରେ ଅଧିକ ଫୋକସ୍‌ କରିପାରିବେ।
ଅଶାନ୍ତ ଥିଲେ ଆପଣଙ୍କୁ ଭଲ ଲାଗୁଥିବା ଭଳି ବିଭିନ୍ନ ପ୍ରକାର ସଙ୍ଗୀତ ଶୁଣନ୍ତୁ। ଏହା ଏକ ଥୋରାପୀ ଭଳି କାମ ଦେଇଥାଏ। ଫଳରେ ଆଙ୍ଗ୍‌ଜାଇଟି କମ୍‌ ହେବା ସହ ମନ ଶାନ୍ତ ରହିଥାଏ।
ଶାନ୍ତି ନିମନ୍ତେ ଭଲଭାବେ ଶୋଇବା ଜରୁରୀ। ରାତିରେ ୭ ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ଥକ୍କାପଣ ଦୂରହେବା ସହ ମନ ବି ଭଲ ଲାଗିବ।
କାମ କରିବାକୁ ଇଚ୍ଛା ହେଉ ନ ଥାଏ ତେବେ କିଛି ସମୟର ବ୍ରେକ୍‌ ନିଅନ୍ତୁ। ଏହି ସମୟରେ ଘର ବାହାରେ ଏକ ଖୋଲା ପରିବେଶରେ ଅଥବା ନିଜ ବଗିଚାରେ ଥିବା ଗଛ ମୂଳରେ କଟାନ୍ତୁ। ନଚେତ୍‌ ସୁବିଧା ହେଲେ କିଛି ସମୟ ପାଇଁ ବାହାରେ କୌଣସି ସ୍ଥାନ କିମ୍ବା ପାର୍କକୁ ଯାଆନ୍ତୁ। ଏହା ପରେ ମନ ଫ୍ରେଶ୍‌ ଲାଗିବ।
ଘରେ ହେଉ ଅବା ଅଫିସ ଯେଉଁଠି କାମ କରୁଛନ୍ତି ସେହି ସ୍ଥାନକୁ ନିଜ ଢଙ୍ଗରେ ସଜାଇ ରଖନ୍ତୁ। ଫଳରେ କାମ କରିବା ପାଇଁ ଆଗ୍ରହ ସୃଷ୍ଟି ହେବ।
ମହିଳାଙ୍କୁ ସବୁଠୁ ବେଶି ଭଲ ଲାଗେ ମାର୍କେଟିଂ। ଯଦି ସୁବିଧା ହୁଏ ତେବେ ସପିଂ କରନ୍ତୁ। ମନ ଭଲ ଲାଗିବ।
ମେଡିଟେଶନ କଲେ ଅବସାଦରୁ ମୁକ୍ତି ମିଳିବା ସହ ରିଲାକ୍ସ ଅନୁଭବ କରିହେବ।
ମନକୁ ଏକ ନିର୍ଦ୍ଦିଷ୍ଟ ଗ୍ୟାପ୍‌ରେ ଡିଜିଟାଲ ଡିଟକ୍ସ କରାନ୍ତୁ। ଏସବୁ କାମରୁ ବାହାରି ମନପସନ୍ଦର କିଛି କାମକରି ପୁଣି ଥରେ ରିସେଟ୍‌ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri