ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ପ୍ରେସମିଟ୍‌ କରି ବିଜେଡିର ବଡ଼ ଘୋଷଣା, ଆଜିଠୁ ହେବ…

ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ବିଜେଡି ବଡ଼ ଦାବି କରିଛି। ପ୍ରେସମିଟ୍‌ କରି ବିଜେଡି କହିଛି, ଏହା ଏକ ଛୋଟ କଥା ନୁହେଁ। ଏହା ସାରା ନାରୀଜାତି ପାଇଁ ଅସମ୍ମାନ। ସାରା ଛାତ୍ରୀ ସମାଜ ପାଇଁ ଅସମ୍ମାନ। ଏହାକୁ କେବେ ବି କ୍ଷମା କରାଯିବ ନାହିଁ। ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର। ହେଲେ ସରକାର କାହାକୁ ଦଣ୍ଡ ଦେବେ, ତାଙ୍କୁ ନିଜେ ମୃତା ସୌମ୍ୟାଶ୍ରୀ ଟୁଇଟ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ହେଲେ ସରକାରଙ୍କ ଅପାରଗତା ଯୋଗୁ ନ୍ୟାୟ ମିଳିପାରିଲା ନାହିଁ। କାହାକୁ ଦଣ୍ଡ ଦିଆଯିବ ବୋଲି ପ୍ରଶ୍ନ କରିଛି ବିଜେଡି। ସରକାର ପ୍ରତ୍ୟକ୍ଷ ଭାବେ ଦାୟୀ। ସରକାର ମୃତଙ୍କ ପରିବାରକୁ ୨ କୋଟି କ୍ଷତିପୂରଣ ଦେବାକୁ ଦାବି କରୁଛୁ।

ଏହା ସହ ବିଜେଡି ଆହୁରି କହିଛି ଯେ, ରାତାରାତି ମୃତକଙ୍କୁ ପୁରୀ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା। ମୃତକଙ୍କ ବାପା ଗାଁକୁ ନେବାକୁ କହିଥିଲେ ବୋଲି ଛଡାଗଲା। ନ ହେଲେ ଲଚେଇକି ମର ଶରୀରକୁ ପୋଡିଦେବାକୁ ବସିଥିଲେ। ଏ ଯେଉଁ ପରିସ୍ଥିତି ହୋଇଛି ସାରା ଓଡ଼ିଶାରେ ଆଜିଠୁ ବ୍ୟାପକ ଛାତ୍ର ଆନ୍ଦୋଳନ ହେବ, ବ୍ୟାପକ ଭାବେ ଯୁବ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇବେ। ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଯେଉଁ ପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି ଯେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି କହିଛି।

ସପଟେ କଂଗ୍ରେସ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି।ଏହି ସମୟରେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରହିବ । ଏହା ସହ ଆଜି ସବୁ ସହରରେ ଜଳାଯିବ କ୍ୟାଣ୍ଡେଲ ଲାଇଟ । ତେବେ ଓଡ଼ିଶା ବନ୍ଦ ଡାକରାରେ ସମସ୍ତେ ସାମିଲ ହେବା ପାଇଁ ଆଦ୍ୱାନ ଦେଇଛି ଦଳ । ଏଥିସହ ଆହୁରି ଏକ ଖବର ସାମ୍ନାକୁ ଆସୁଛି ବର୍ତ୍ତମାନ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ , ଆଗକୁ ସଂସଦରେ ବସିବ ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଆଜି କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri