ବୃଦ୍ଧି ପାଉଛି ଗୟଳ ବଂଶ: ଘୁମୁସର ବନଖଣ୍ଡ ପାଲଟିଛି ବନ୍ୟପ୍ରାଣୀଙ୍କ ସୁରକ୍ଷିତ ବାସସ୍ଥଳୀ

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ବନ୍ୟପ୍ରାଣୀଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଯାଇଛି। ତେଣୁ ଏହି ବନଖଣ୍ଡରେ ବିରଳ ଗୟଳ ବଂଶ ଇତିମଧ୍ୟରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଥିସହ କୃଷ୍ଠସାର ମୃଗ, ହାତୀ, କଲରାପତରିଆ ବାଘ ସଂଖ୍ୟା ମଧ୍ୟ ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି। ଏହି ବନଖଣ୍ଡର ଏକ ରେଞ୍ଜରେ କଳା କଲରାପତରିଆ ବାଘ ମଧ୍ୟ ଥିବା ଲୋକେ ଆଲୋଚନା କରୁଛନ୍ତି। କଳା ବାଘ ଏକ ବିରଳ ବନ୍ୟପ୍ରାଣୀ। ଉଜ୍ଜଳା ଯୋଜନା ଆସିବା ପରେ ଜାଳେଣି କାଠ ଆବଶ୍ୟକତା ବହୁତ କମିଯାଇଛି।

ଅନ୍ୟପଟେ ଦିନକୁ ଦିନ ଜଙ୍ଗଲ ଆଇନ କଡାକଡି ଭାବେ ପାଳନ ହେଉଥିବା ଯୋଗୁ ଅବାଧ ଗଛକଟା ମଧ୍ୟ କମିଛି। କିନ୍ତୁ ଏବେବି କେତେକ ଜଙ୍ଗଲରେ ଜବରଦଖଲ, କାଠ ଚୋରୀ, ଶିକାର ସମସ୍ୟା ଅଛି। ତଥାପି ଘୁମୁସର ଉତ୍ତର ବନଖଣ୍ଡ ଜଙ୍ଗଲ ପ୍ରାୟ ସୁରକ୍ଷିତ ଥିବା ଅନୁମାନ କରାଯାଉଛି। ଗତବର୍ଷ ଜଙ୍ଗଲ ପୋଡି ବହୁତ କମିଥିଲା। ଏହା କେବଳ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଯୋଗୁ ସମ୍ଭବପର ହୋଇପାରିଛି।
ବର୍ତ୍ତମାନ ଏହି ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ମାଳତୀ ସଂରକ୍ଷିତ ଜଙ୍ଗଲରେ ଶତାଧିକ ଗୟଳ ସୁରକ୍ଷିତ ଭାବେ ଚଳପ୍ରଚଳ କରୁଛନ୍ତି। ଉକ୍ତ ବଂଶର ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ସଂମ୍ପୃକ୍ତ ଜଙ୍ଗଲରେ ନୂତନ ପୋଖରୀ ନିର୍ମାଣ ହେଉଛି। ଏଥିସହ ପୁରାତନ ପୋଖରୀ ଗୁଡ଼ିକର ପୁନରୁଦ୍ଧାର କରାଯାଉଛି । ଚାରଣ ଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି । ଆଗାମୀ ଦିନରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ୱାଚ ଟାୱାର ନିର୍ମାଣ ହେବ।

ଗୟଳ ଗଣନା ଏହି ବନଖଣ୍ଡରେ ହୋଇ ନ ଥିବାବେଳେ ଆଗାମୀ ଦିନରେ ତାହାର ଗଣନା ପାଇଁ ପ୍ରସ୍ତୁତି ଚାଲିଛି। ମହାବଳ ବାଘର ଖାଦ୍ୟ ହେଉଛି ଗୟଳ। କିନ୍ତୁ ଏହି ବନଖଣ୍ଡରେ ମହାବଳ ବାଘ ନ ଥିବା ବେଳେ ଶିକାରୀମାନେ ତାହା ଉପରେ ନଜର ପକାଉ ନାହାନ୍ତି। ତେଣୁ ବଂଶ ଧିରେ ଧିରେ ବୃଦ୍ଧି ପାଉଛି। କିଛି ମାସ ପୂର୍ବେ ମହାରାଷ୍ଟ୍ରରୁ ଏହି ବନଖଣ୍ଡକୁ ଚାଲିଆସିଥିବା ମହାବଳ ବାଘଟି ଦୁଇଟି ଗୟଳ ମାରି ଖାଇଥିଲା।

ଏଥିସହ ଏହି ବନଖଣ୍ଡର ଗାଲେରୀ ରେଞ୍ଜ ଚନ୍ଦ୍ରଗିରି ଏବଂ ଆମ୍ବଝାରି ଜଙ୍ଗଲରେ ଗୟଳ ଦେଖାଯାଆନ୍ତି। ରାଜ୍ୟର ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦେବ୍ରୀଗଡ ଅଭୟାରଣ୍ୟ ସମେତ ଆଉ କିଛି ଅଞ୍ଚଳରେ ମଧ୍ୟ ଗୟଳ ଦେଖାଦିଅନ୍ତି। ଏନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। କେତେକ ବିରଳ ବନ୍ୟପ୍ରାଣୀ ଏହି ବନଖଣ୍ଡରେ ଅଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଠାରୁ ପାଞ୍ଚ ଦିନିଆ ଗଞ୍ଜାମ, କନ୍ଧମାଳ ଏବଂ ବଉଦ ଜିଲା ଗସ୍ତରେ ଆସୁଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ।
ଶୁକ୍ରବାର ପିସିସିଏଫ ବ୍ରହ୍ମପୁର ବନଖଣ୍ଡର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବେ। ଶନିବାର ଦିଗପହଣ୍ଡି ରେଞ୍ଜ ସମେତ ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଏବଂ ଉତ୍ତର ବନଖଣ୍ଡର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ। ରବିବାର ମୁଜାଗଡ଼ ଠାରେ ଏକ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବାଲିଗୁଡା ବନଖଣ୍ଡର ଦାରିଙ୍ଗିବାଡି
ଅଭିମୁଖେ ଯିବେ। ମଙ୍ଗଳବାର ବଉଦ ବନଖଣ୍ଡ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି। ପିସିସିଏଫଙ୍କ ଗସ୍ତ ପୂର୍ବରୁ ବନ ବିଭାଗ ଅଧିକାରୀମାନେ ତତ୍ପର ହୋଇପଡ଼ିଲେଣି।

 


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri