ବୈବାହିକ ଜୀବନରେ ଝଡ଼ ନା ଆଉ କିଛି! ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ରଣବୀର ନେଲେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ରଣବୀର ସିଂହ। ନିଜର ଅଭବ ଡ୍ରେସିଂ ଷ୍ଟାଇଲ୍‌ ସହ ଅଭିନୟକୁ ନେଇ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତା ବଡ଼ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟଗୁଡ଼ିକ ହଟାଇ ଦେଇଛନ୍ତି। ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇଦେଇଛି।

ଜୁଲାଇ ୬ ହେଉଛି ରଣବୀରଙ୍କ ଜନ୍ମଦିନ। ସେନିଜର ୪୦ତମ ଜନ୍ମଦିନ ପାଳନକରିବାକୁ ଯାଉଛନ୍ତି। ପ୍ରଶଂସକ ଏଥିଲାଗି ବେଶ ଉତ୍ସାହିତ ଥିବା ବେଳେ ଗୋଟିଏ ଦିନ ପୂର୍ବରୁ ରଣବୀରଙ୍କ ନିଷ୍ପତ୍ତି ଚକିତ କରିଛି। କେବଳ ଏତିକି ନୁହେଁ ରଣବୀର ନିଜର ପ୍ରୋଫାଇଲ ଫଟୋ ହଟାଇ ବ୍ଲାକ୍‌ କଲର୍‌ ଅପ୍‌ଡେଟ୍‌ କରିଦେଇଛନ୍ତି।

ସମସ୍ତ ପୋଷ୍ଟ ଡିଲିଟ କରିବା ସହିତ, ରଣବୀର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି। ସେ ଏକ କ୍ରସ ସୋର୍ଡ ଇମୋଜି ପୋଷ୍ଟ କରିଛନ୍ତି ଏବଂ ତା ସହିତ ୧୨:୧୨ ଲେଖିଛନ୍ତି। ଏବେ ସେ ସମସ୍ତ ପୋଷ୍ଟ କାହିଁକି ଡିଲିଟ କଲେ? ଏହି ୧୨:୧୨ ଏବଂ ସୋର୍ଡ ଇମୋଜିର ଅର୍ଥ କ’ଣ? ଏହା ବିଷୟରେ କେବଳ ରଣବୀର ହିଁ ଭଲ ଭାବରେ କହିପାରିବେ। ତଥାପି, ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ ଏପରି କରିବା ପଛରେ ତାଙ୍କର ଆଗାମୀ ଫିଲ୍ମ ’ଧୁରନ୍ଧର’ ସହ ଜଡିତ ହୋଇପାରେ।

Ranveer Insta

’ଏବେ ରଣବୀରଙ୍କ ପୋଷ୍ଟ ହଟାଇବାର କାରଣ ଏହି ଫିଲ୍ମ ସହିତ ଜଡିତ କି ନାହିଁ, ତାହା ଆଗାମୀ ସମୟରେ ହିଁ ଜଣାପଡିବ। ’ଧୁରନ୍ଧର’ରେ ରଣବୀର ସିଂହଙ୍କ ସହିତ ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ ଏବଂ ଆର. ମାଧବନ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ରଣବୀର ଜଣେ ଭାରତୀୟ ଗୁପ୍ତଚର ଏଜେଣ୍ଟ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri