ବଳଗଣ୍ଡି ନିକଟରେ ଅଟକିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କର ପବିତ୍ର ବାହୁଡ଼ାଯାତ୍ରା ଲଗାଣବର୍ଷା ମଧ୍ୟରେ ଶନିବାର ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବଡ଼ଦାଣ୍ଡର ମଧ୍ୟଭାଗ ବଳଗଣ୍ଡିରୁ ଅଳ୍ପ ବାଟ ଗଡ଼ି ରଥ ଅଟକିଯାଇଛି। ପ୍ରବଳ ବର୍ଷା ସହ ରଥ ବାମକୁ ଯିବାରୁ ରଥ ଅଟକି ଥିଲା। ସା ଆଳତି ସମୟ ହୋଇଥିବାରୁ ରଥ ଅଟକି ଯିବା ସହ ରବିବାର ସକାଳ ୯ଟାରେ ରଥ ଟଣା ଓ ସାରେ ସୁନାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ପ୍ରବଳ ବର୍ଷା ମଧ୍ୟରେ ଭୋର ୪ ଟାରୁ ଶ୍ରୀଜୀଉଙ୍କ ଅବକାଶ, ୫ଟାରେ ଲୁଗାଲାଗି, ୯ରେ ଧୂପ, ୧୦ଟାରେ ପୁଷ୍ପାଞ୍ଜଳୀ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୨ଟା ୧୦ରେ ଶ୍ରୀଜୀଉମାନଙ୍କ ପହଁଣ୍ଡି କରାଯାଇଥିଲା। କେନ୍ଦୁଝର ରାଜାସାହେବ ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରାପହଁରା କରିଥିଲେ। ଅପରାହ୍ନ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇ ଶ୍ରୀ ରଘୁନାଥଜୀଉ ମନ୍ଦିର ସହ ଗଳଗଣ୍ଡି ନିକଟରେ ପାରମ୍ପରିକ ଭୋଗନୀତି ପାଇଁ ଅଟକି ଥିଲା। ଲଗାଣ ବର୍ଷା କାରଣରୁ ରଥ ଅଟକି ରହି ଆଳତି ହୋଇଥିଲା।

ରାଜପୁରୋହିତ ପ୍ରସନ୍ନ ନନ୍ଦ, ବ୍ରହ୍ମା ଗଙ୍ଗାଧର ମିଶ୍ର, ବଡ଼ପଣ୍ଡା ରାଜକିଶୋର ପଣ୍ଡା, ବରିଷ୍ଠ ପୂଜାପଣ୍ଡା ସୁବ୍ରତ ତ୍ରିପାଠୀଙ୍କ ସମେତ ପୂଜାପଣ୍ଡା, ସୁଆର,ଖୁଣ୍ଟିଆ ସେବକମାନେ ସେବା ଯୋଗାଇଥିଲେ। ରବିବାର ରଥ ପହଞ୍ଚିବା ପରେ ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ରଥକୁ ବ୍ୟାରିକେଡ୍‌ ଓ ୱାଚ ଟାୱାର ନିର୍ମାଣ କରାଯିବ। ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀ ଜୀଉଙ୍କର ପବିତ୍ର ସୁନାବେଶ ଓ ବଡ଼ ଏକାଦଶୀ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri