ବଡ଼ ପଥର-ମାଟି ଖସି ଜାମ ହେଲା ରାସ୍ତା, ସିର୍ଲାର୧୩ ଗାଁ, ପାରିଗଡ ପଞ୍ଚାୟତକୁ ଯାତାୟତ ଠପ୍‌

ତୁମୁଡିବନ୍ଧ,୩।୭ (ଦୀପକ କୁମାର ପରାସେଠ): ଲଘୁଚାପଜନିତ ବର୍ଷା ଲାଗି ରହିଛି। ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ । କେଉଁଠି ରାସ୍ତାଧୋଇ ହୋଇ ଯାଇଥିବାବେଳେ କେଉଁଠି ବଡ଼ ପଥର ଓ ମାଟି ଅତଡା ଖସି ରାସ୍ତା ଜାମ ହୋଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ର୍ସିଲା ପଞ୍ଚାୟତରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ଯାହା ଫଳରେ ର୍ସିଲା ପଞ୍ଚାୟତର ୧୩ଗାଁ ଓ କୋଟଗଡ ବ୍ଲକର ପାରିଗଡ ପଞ୍ଚାୟତକୁ ଯାତାୟତ ବନ୍ଦ ହୋଇଥିବା ଜଣାପଡ଼ିଛି। ଫଳରେ ଦୁଇ ପଞ୍ଚାୟତର ଲୋକମାନେ ନାହିଁନଥିବା ହଇରାଣ ହେଉଛନ୍ତି।

ଲଘୁଚାପ ଜନିତ ଲଗାଣ ବର୍ଷାରେ ର୍ସିଲା ମାଲାଙ୍ଗ ପଦର ଠାରୁ ପାରିଗ ସଂଯୋଗ କରୁଥିବା ରାସ୍ତାର ଟେକଲା ମିଲା ଘାଟିରେ ପଥର ସହିତ ମାଟି ଅତଡା ଖସି ରାସ୍ତା ଜାମ ହୋଇ ଯାଇଛି। ଯାହାଫଳରେ ର୍ସିଲା ପଂଚାୟତର ୧୩ ଗୋଟି ଗାଁ ସହିତ କୋଟଗଡ ବ୍ଳକ ପାରିଗଡ଼ ପଞ୍ଚାୟତକୁ ଯାତାୟତ ଠପ ହୋଇଛି। ସେହି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ତୁମୁଡିବନ୍ଧ ଓ ବାଲିଗୁଡ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅଟେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ୧୦୮ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଥିବା ଜଣାପଡିଛି। ଏହା ବାବଦରେ ପାରିଗଡ ସମିତି ସଭ୍ୟ ସୁରୁଦା ପ୍ରଧାନ କହିଛନ୍ତି ଯେ ତୁରନ୍ତ ପଡ଼ିଥିବା ପଥର ଓ ମାଟି ହଟା ଯାଉ ଓ ଜାତାୟତର ବ୍ୟବସ୍ଥା କରାଯାଉ। ଏଥିସହ ସେହି ରାସ୍ତାରେ ପିଚୁ ଉଠିଯାଇ ଖାଲ ଖାମ ହୋଇଛି ଯାତାୟତରେ ବହୁ ଅସୁବିଧା ହେଉଛି ତାହାକୁ ମରାମତି କରାଯାଉ ବୋଲି ଦାବି କରିଛନ୍ତି। ର୍ସିଲା ପଂଚାୟତ ଟେକଲା ମିଲା ଗ୍ରାମର ରାଧାକାନ୍ତ ପାଟମାଝି କହିଛନ୍ତି ଯେ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଯେ ଟେକଲା ମିଲା ରାସ୍ତାର ଘାଟିରେ ପଡିଥିବା ବଡ଼ ପଥର ଓ ମାଟି ହଟାଯାଇ ଯାତାୟତର ବ୍ୟବସ୍ଥା ତୁରନ୍ତ କରାଯାଉ। ଏହି ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଶିବ ନାରାୟଣ ସେଠିଙ୍କୁ ପଚରିବାରୁ ସେ ରାସ୍ତାରେ ପଡ଼ିଥିବା ପଥର ଓ ମାଟି ହଟାଯାଇ ଯାତାୟତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ବାଂଲାଦେଶ ହିଂସାରେ ଖବରଦାତାଙ୍କ ମୃତ୍ୟୁ, ୪ ପୋଲିସ କର୍ମଚାରୀ ଆହତ: ଆଡଭାଇଜରୀ ଜାରି କଲା ଭାରତ

ଢାକା,୧୯।୧୨: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଢାକାରେ ଜନସାଧାରଣଙ୍କ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ଭାଜପା ପରେ ଆଜି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି

ଭୁବନେଶ୍ବର,୧୯ା୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧାଭାବ ଦେଖିବାକୁ ମିଳୁଛି । ଗତକାଲି ଭାଜପା ବିଧାୟକମାନେ ଏହି ପ୍ରସଙ୍ଗ ଉପରେ ପୁର୍ନବିଚାର...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଦ୍ୱିତୀୟ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଅଣଦେଖା କରିପାରିବ ନାହିଁ: ହାଇକୋର୍ଟ

ଆହ୍ଲାବାଦ୍,୧୯ା୧୨: ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri