ପୋଲ ମରାମତି ପାଇଁ ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ଦାରିଙ୍ଗବାଡି, ୧।୭ (ଅରୁଣ ସାହୁ): ୫୯ନଂ ଜାତୀୟ ରାଜପଥ ପିପଳପଙ୍କା ଗ୍ରାମ ନିକଟ ଏକ ଅଣ ଓସାରିଆ ପୋଲକୁ ମରାମତି ପାଇଁ ଅଘୋଷିତ ରାସ୍ତା ଅବରୋଧ କରାଯାଇଛି। ଗାଡ଼ି ମଟରା ଅଟକି ରହିବା ଯୋଗୁ ବ୍ରହ୍ମପୁର, ରାଇପୁର, ଦାରିଙ୍ଗବାଡ଼ି, ସୋରଡ଼ା, ଭଞ୍ଜନଗର ଯାଉଥିବା ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏହାକୁ ନେଇ ଯାତ୍ରୀ ଅସନ୍ତୋଷ ହେବା ସହ ଠିକାଦାର କାହିଁକି ଏହି ମରାମତି କାର୍ଯ୍ୟ ରାତିରେ ନକରି ଦିନରେ ରାସ୍ତା ବନ୍ଦ କରି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଜାତୀୟ ରାଜପଥକୁ ଅବରୋଧ କରାଯାଇ ମରାମତି କରାଯିବ ବୋଲି ପୂର୍ବରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଦେଇଛି। ରାସ୍ତା ଅବରୋଧ ଯୋଗୁ ଯାତ୍ରୀମାନେ ଉକ୍ତ ଜଙ୍ଗଲ ମଧ୍ୟରେ ଅଟକି ରହିଥିଲେ। ଗୋଟିଏ ପଟେ ଏବେ ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଚାଲିଥିବା ବେଳେ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥାନକୁ ଯାଇପାରୁ ନାହାନ୍ତି। ପ୍ରକାଶ ଯେ, ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ଏହି ରାଜପଥର ଦାରିଙ୍ଗବାଡ଼ି ବ୍ଲକ୍‌ ପଞ୍ଚୁପଲିଠାରୁ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ୍‌ ପିପଳପଙ୍କା ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୨୭ କି.ମି ରାସ୍ତା ଅଣ ଓସାରିଆ ସହ ସେଥି ମଧ୍ୟରେ ପ୍ରାୟ ୧୫ କିମି ରାସ୍ତା ଅଙ୍କାବଙ୍କା ଘାଟି ରାସ୍ତା ରହିଛି। ଅନେକ ସମୟରେ ଉକ୍ତ ଘାଟି ରାସ୍ତାରେ ଦୁର୍ଘଟଣା ଘଟୁଥିବା ନଜିର ରହିଥିବା ବେଳେ ସେହି ରାସ୍ତା ଦେଇ ଭାରିଯାନ ଯାତାୟାତ ସମ୍ଭବ ହେଉନାହିଁ। କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ନିର୍ମାଣ ବିଭାଗ ପକ୍ଷରୁ ୭ ଶହ ୧୮ କୋଟି ଟଙ୍କା ଅନୁଦାନ ରହିଛି। ତାହା ସମ୍ପ୍ରସାରଣ କାର୍ଯ୍ୟ କରାଗଲେ ହିଁ ସେହି ରାଜପଥ ବିପଦ ମୁକ୍ତ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ମା’ଙ୍କ ଆଶିଷ ପାଇଁ ୪୫ ବର୍ଷର ପ୍ରତୀକ୍ଷା ଅନ୍ତ: ଜମିଲା ଆଦିବାସୀଙ୍କ ‘ଟୋକିମରା’ ପର୍ବ, ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ

ଥୁଆମୂଳ ରାମପୁର, ୨୯।୧୨ (ଦୁର୍ଗା କୀର୍ତ୍ତି): ବଣ ପାହାଡ଼ ଘେରା କଳାହାଣ୍ଡିର ଶାନ୍ତ ପରିବେଶ ଏବେ ମାଦଳର ତାଳେ ତାଳେ ଉତ୍ସବମୁଖର। କଳାହାଣ୍ଡି ଜିଲା ଥୁଆମୂଳ...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

ନୁଆବର୍ଷ ପାଇଁ ହେଉଥିଲା କଫ ସିରପ୍‌ ଚାଲାଣ: ମାଡ଼ି ବସିଲା ପୋଲିସ

ପାଟଣାଗଡ଼ ୨୯ା୧୨ (ସଚ୍ଚିଦାନନ୍ଦ ମହାକୁର)- ବେଆଇନ ଭାବେ କଫ ସିରପ୍‌ ଚାଲାଣ ଘଟଣାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ନ୍ୟାଶନାଲ କବାଡ଼ି ପ୍ରତିଯୋଗିତା, ଶିବପ୍ରସାଦଙ୍କ ରାଇପୁର ଗସ୍ତ

ଗଞ୍ଜାମ,୨୯ା୧୨(ବିଦ୍ୟାଧର ସାହୁ): ଜାନୁଆରୀ ୬ରେ ରାଇପୁର ଭିଲାଇର ରାଜକୁମାର କଲେଜରେ ନ୍ୟାଶନାଲ ଇଭେଣ୍ଟ କବାଡ଼ି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଗଞ୍ଜାମର ପାଳିବନ୍ଧ ପଞ୍ଚାୟତ ଗୋଖର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri