Posted inଜାତୀୟ

ଭାଜପା ଅଧ୍ୟକ୍ଷ ଚୟନ ପାଇଁ ଚାଲିଛି କସରତ: ଆରଏସ୍‌ଏସ୍‌ ପାଖରେ ଅଟକିଛି ପେଞ୍ଚ

ନୂଆଦିଲ୍ଲୀ,୩୦ା୬:ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ବିଳମ୍ବିତ ହେଉଛି। ଏହାକୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମଧ୍ୟରେ ଅଚଳାବସ୍ଥା ଲାଗିରହିଛି। ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ଶେଷ ହେବାକୁ ଥିବାବେଳେ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ୨୦୨୪ ଜୁନ୍‌ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ହୋଇପାରି ନାହିଁ। ୨୦୧୯ରେ ଅମିତ୍‌ ଶାହା ଦଳ ଅଧ୍ୟକ୍ଷ ଥାଇ ଜେ.ପି. ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା ଏବଂ ୨୦୨୦ ଜାନୁଆରୀରେ ତାଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପଦୋନ୍ନତି ଦିଆଯାଇଥିଲା। ୨୦୨୪ ଜୁନ୍‌ରେ ମଧ୍ୟ ଅନୁରୂପ ଭାବେ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇପାରିଥାନ୍ତା ବୋଲି ଦଳର କେତେଜଣ ନେତା କହିଛନ୍ତି।
ଭାଜପା ଅଧ୍ୟକ୍ଷ ମନୋନୟନ ନେଇ ଆର୍‌ଏସ୍‌ଏସ୍‌ ନିଜ ମତାମତ ଦେଇସାରିଥିବା ଏହାର କାର୍ଯ୍ୟକର୍ତ୍ତା କହିଛନ୍ତି। ସଂଘ ବାଢ଼ିଥିବା ସର୍ତ୍ତ ଅନୁଯାୟୀ, ପରବର୍ତ୍ତୀ ଅଧ୍ୟକ୍ଷ ସାଂଗଠନିକ ଦୃଷ୍ଟିରୁ ସୁଦୃଢ଼ ହୋଇଥିବେ ଏବଂ ନିଯୁକ୍ତି ଜରିଆରେ ରାଜନୈତିକ ବାର୍ତ୍ତା ଦେବାକୁ ପ୍ରାଥମିକତା ଦେଉ ନ ଥିବେ। ଏଥିସହିତ ସରକାରରେ ଅଦଳବଦଳ ସମେତ ସାଂଗଠନିକ ପରିବର୍ତ୍ତନ ପାଇଁ ଆର୍‌ଏସ୍‌ଏସ୍‌ ଚାହୁଁଛି। ଜୁଲାଇ ୪ରେ ଦିଲ୍ଲୀରେ ଆର୍‌ଏସ୍‌ଏସ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି, ଯେଉଁଥିରେ ଏହାର ମୁଖ୍ୟ ମୋହନ ଭାଗବତ, ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଏବଂ ୬ ଜଣ ଯୁଗ୍ମ ସାଧାରଣ ସମ୍ପାଦକ ଯୋଗଦେବେ। ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ଚୂଡ଼ାନ୍ତ କରିବା ନେଇ ଏହି ବୈଠକରେ ଭାଜପା ନେତୃତ୍ୱ ଆର୍‌ଏସ୍‌ଏସ୍‌ ନେତାମାନଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ନୂଆ ଅଧ୍ୟକ୍ଷ ଦଳରେ ବଡ଼ ଧରଣର ପରିବର୍ତ୍ତନ କରିବେ। ବର୍ତ୍ତମାନର ସାଧାରଣ ସମ୍ପାଦକମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକଙ୍କୁ ବାଦ୍‌ ଦିଆଯାଇ ସେମାନଙ୍କ ସ୍ଥାନରେ ଯୁବ ନେତୃତ୍ୱଙ୍କୁ ସୁଯୋଗ ଦିଆଯିବ ବୋଲି ଭାଜପାର ବରିଷ୍ଠ ନେତା କହିଛନ୍ତି। ଆଗକୁ କେତେକ ପ୍ରମୁଖ ରାଜ୍ୟରେ ନିର୍ବାଚନ ଥିବାରୁ ସଂଗଠନକୁ ମଜଭୁତ କରିବା ଲାଗି ପ୍ରଭାବଶାଳୀ ନେତାଙ୍କୁ ଭାଜପା ସଂସଦୀୟ ବୋର୍ଡରେ ସାମିଲ କରାଯିବ। ତେବେ ଅଧ୍ୟକ୍ଷ ଚୟନକୁ ନେଇ ଏପର୍ଯ୍ୟନ୍ତ ଭାଜପା ନେତୃତ୍ୱ ଏବଂ ଆର୍‌ଏସ୍‌ଏସ୍‌ ମଧ୍ୟରେ ସହମତି ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା ମାତ୍ର ୧୪ ରାଜ୍ୟରେ ଭାଜପାର ସାଂଗଠନିକ ନିର୍ବାଚନ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri