ଭାରତକୁ କାଳ ରୁଷୀୟ ତୈଳ: ଟ୍ରମ୍ପ କରୁଛନ୍ତି ବଡ଼ ଷଡଯନ୍ତ୍ର

ଓ୍ବାଶିଂଟନ,୨୫ା୬:ଆମେରିକା ସିନେଟ୍‌ରେ ଏକ ନୂଆ ବିଲ୍‌ ଅଣାଯାଇଛି, ଯାହା ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସାଙ୍କ୍‌ଶନିଂ ରୁଷିଆ ଆକ୍ଟ, ୨୦୨୫ ନାମକ ଏହି ବିଧେୟକ ଭାରତ ଏବଂ ଚାଇନା ଭଳି ଦେଶର ଆମେରିକା ସହ ବାଣିଜ୍ୟକୁ ବଦଳାଇଦେଇପାରେ। ସିନେଟର ଲିଣ୍ଡ୍‌ସେ ଗ୍ରାହାମ୍‌ ଆଣିଥିବା ଏହି ବିଲ୍‌କୁ ‘ଅର୍ଥନୀତିର ବଙ୍କର ବଷ୍ଟର’ ବୋଲି କହିଛନ୍ତି। ଏହା ରୁଷିଆ ସମେତ ଏହାଠାରୁ ଇନ୍ଧନ କିଣି ଏହାର ଅର୍ଥନୀତିକୁ ସହାୟତା କରୁଥିବା ଦେଶଗୁଡ଼ିକ ଉପରେ ଶକ୍ତ ପ୍ରହାର ହେବ।
ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇଥିବା ରୁଷିଆକୁ ଦଣ୍ଡିତ କରିବା ବିଲ୍‌ର ମୁଖ୍ୟ ଚିନ୍ତାଧାରା। କିନ୍ତୁ ଏହା ସେତିକିରେ ଅଟକି ନାହିଁ। ରୁଷିଆରୁ ତୈଳ ଓ ୟୁରାନିୟମ୍‌ କିଣୁଥିବା ଦେଶଗୁଡ଼ିକୁ ମଧ୍ୟ ଏଥିରେ ଟାର୍ଗେଟ କରାଯାଇଛି। ବିଲ୍‌ ଗୃହୀତ ହେଲେ ଆମେରିକା ରାଷ୍ଟ୍ରପତି ଏଭଳି ଦେଶଗୁଡ଼ିକରୁ ଆସୁଥିବା ସାମଗ୍ରୀ ଓ ସେବା ଉପରେ ୫୦୦ ପ୍ରତିଶତ ଟାରିଫ୍‌ ଲଗାଇବାକୁ କ୍ଷମତା ପାଇବେ। ବିଲ୍‌ ଅନୁଯାୟୀ, ଯେଉଁ ଦେଶଗୁଡ଼ିକ ଜାଣିଶୁଣି ରୁଷିଆ ସହ ୟୁରାନିୟମ ଓ ପେଟ୍ରୋଲିୟମ୍‌ ସାମଗ୍ରୀ କାରବାରରେ ସମ୍ପୃକ୍ତ ରହିଛନ୍ତି, ସେହି ଦେଶଗୁଡ଼ିକରୁ ଆମେରିକା ଆମଦାନୀ କରୁଥିବା ସମସ୍ତ ସାମଗ୍ରୀ ଓ ସେବା ଉପରେ ଶୁଳ୍କ ପରିମାଣକୁ ଏହାର ରାଷ୍ଟ୍ରପତି ୫୦୦ ପ୍ରତିଶତକୁ ବଢ଼ାଇବେ, ଯାହାକି ସ୍ବାଭାବିକଠାରୁ ୫ ଗୁଣ ଅଧିକ। ଏହା ବ୍ୟତୀତ ରୁଷିଆର ନେତା, ବ୍ୟାଙ୍କ ଏବଂ ସାମରିକ ଠିକାଦାରମାନଙ୍କ ଉପରେ କଟକଣା ଲାଗୁ କରାଯିବାକୁ ବିଲ୍‌ରେ ବ୍ୟବସ୍ଥା ରହିଛି। ରୁଷିଆ ଯଦି ଯୁଦ୍ଧ ବଢ଼ାଇଚାଲେ ଏବଂ ଶାନ୍ତି ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି କରେ ତେବେ କଠୋର ଭାବେ ଦଣ୍ଡିତ କରାଯିବ। ସିନେଟର ଗ୍ରାହାମ କହିଛନ୍ତି, ରୁଷିଆ ସାଙ୍କ୍‌ଶନ ବିଲ୍‌ ପାଇଁ ଆମେ ୮୪ ଜଣ ସହପ୍ରାୟୋଜକ ପାଇଛୁ। ତେଣୁ ବିଲ୍‌ ଗୃହୀତ ହୋଇଯିବ ବୋଲି ସେ କହିଛନ୍ତି।

ଭାରତ ଓ ଚାଇନାକୁ କଡ଼ା ଧମକ ଦେଇ ଗ୍ରାହାମ କହିଛନ୍ତି, ଯଦି ସେମାନେ ପୁଟିନ୍‌ଙ୍କ ଯୁଦ୍ଧ ମେଶିନ୍‌କୁ ସହାୟତା ଜାରି ରଖନ୍ତି, ତେବେ ସେମାନଙ୍କୁ ଅନ୍ୟ କାହାକୁ ନୁହେଁ, ନିଜକୁ ହିଁ ଦାୟୀ କରିବାକୁ ପଡ଼ିବ। ୟୁକ୍ରେନ୍‌ ସହ ଯୁଦ୍ଧ ଲାଗି ରହିଥିବାବେଳେ ରୁଷିଆରୁ ଭାରତ ଏବଂ ଚାଇନା ତୈଳ ଆମଦାନୀ ବଢ଼ାଇଥିବାରୁ ସେମାନେ ଆମେରିକାର ଟାର୍ଗେଟରେ ରହିଛନ୍ତି। ସାଉଦି ଆରବ ଏବଂ ଇରାକକୁ ଟପି ରୁଷିଆ ଏବେ ଭାରତର ସର୍ବାଧିକ ତୈଳ ଯୋଗାଣକାରୀ ହୋଇଛି। ଜୁନ୍‌ରେ ଭାରତ ରୁଷିଆରୁ ଦୈନିକ ୨ରୁ ୨.୨ ନିୟୁତ ବ୍ୟାରେଲ୍‌ ତୈଳ ଆମଦାନୀ କରୁଛି, ଯାହା ଗତ ଦୁଇବର୍ଷରେ ସର୍ବାଧିକ। ଇରାନ ଏବଂ ଇସ୍ରାଏଲ୍‌ ଯୁଦ୍ଧକୁ ନେଇ ବିଶ୍ୱ ତୈଳ ବଜାରରେ ଅସ୍ଥିରତା ଦେଖାଦେଇଥିବାବେଳେ ଭାରତ ରୁଷିଆରୁ ଅଧିକ ତୈଳ କିଣୁଛି। ସାମ୍ପ୍ରତିକ ବୈଶ୍ୱିକ ସ୍ଥିତିରେ ରୁଷିଆର ତୈଳ ଆମଦାନୀ ସବୁଠୁ ଭଲ ଡିଲ୍‌ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବାରମ୍ବାର କହିଆସୁଛନ୍ତି। ଯୁଦ୍ଧରେ ଭାରତ ରୁଷିଆକୁ ପ୍ରତ୍ୟକ୍ଷ ସମର୍ଥନ କରୁନାହିଁ, ତେବେ ଏହା ଜାତୀୟ ସ୍ବାର୍ଥ ପାଇଁ ସେଠାରୁ ତୈଳ କିଣିବାକୁ ନିଷ୍ପତ୍ତି ନେଇଛି। ତେବେ ରୁଷିଆରୁ ତୈଳ କିଣିବାକୁ ଆମେରିକାର ଆଇନ ପ୍ରଣେତାମାନେ ଯୁଦ୍ଧକୁ ପରୋକ୍ଷ ସମର୍ଥନ ଭାବେ ଦେଖୁଛନ୍ତି। ଶାସକ ରିପବ୍ଲିକାନ୍‌ ପାର୍ଟି ସିନେଟର ଲିଣ୍ଡ୍‌ସେ ଗ୍ରାହାମ୍‌ ଏବଂ ବିରୋଧୀ ଡେମୋକ୍ରାଟ୍‌ ରିଚାର୍ଡ ବ୍ଲୁମେନ୍ଥଲ ଗତ ଏପ୍ରିଲରେ ଏହି ବିଲ୍‌ ଆଣିଥିଲେ। ଇତିମଧ୍ୟରେ ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧକୁ ନେଇ ଭୂରାଜନୈତିକ ପରିବର୍ତ୍ତନ ସହ ତୈଳ ଦର ବୃଦ୍ଧି ପାଇଥିବାବେଳେ ଉକ୍ତ ବିଲ୍‌କୁ ଗୃହୀତ କରାଇବା ପାଇଁ ଜୋର୍‌ଦାର ଉଦ୍ୟମ ଚାଲିଛି। ୟୁକ୍ରେନ୍‌ରେ ଶାନ୍ତି ଫେରାଇ ଆଣିବାରେ ଏହା ବିଶେଷ ସହାୟକ ହେବ ବୋଲି ବିଲ୍‌ ସମର୍ଥକମାନେ ଯୁକ୍ତି ବାଢ଼ୁଥିବାବେଳେ ସମାଲୋଚକମାନେ ଏହାର ଦୁଷ୍ପରିଣାମ ସମ୍ପର୍କରେ ଟ୍ରମ୍ପ୍‌ ପ୍ରଶାସନକୁ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri