ଚାଷୀଙ୍କୁ ବିଜେଡି ବିଭ୍ରାନ୍ତ କରୁଛି- ଭାଜପା

ବରଗଡ଼,୨୫ା୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ଉଠାଣରେ ଶିଥିଳତାକୁ ନେଇ ଗୋଟିଏ ପଟେ ଚାଷୀ ଅସନ୍ତୋଷ ତେଜି ଉଠିଥିବାବେଳେ ଏହାକୁ ନେଇ ଶାସକ ଭାଜପା ଏବଂ ବିରୋଧୀ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଚାଷୀଙ୍କ ଧାନ ଉଠାଣରେ ବିଫଳତା ଭାଜପା ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେବା ସହିତ ଏହି ସରକାର ଚାଷୀଙ୍କୁ ପ୍ରତାରଣା କରିଛି ବୋଲି ବିଜେଡି କହିଛି। ଅନ୍ୟପଟେ ମଙ୍ଗଳବାର ବରଗଡ଼ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଶାସକ ଭାଜପା ବିରୋଧୀ ବିଜେଡିକୁ କଡ଼ା ଜବାବ ଦେଇଛି। ଚାଷୀମାନେ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ ବିକିବା ସହିତ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନେ ପ୍ରଥମଥର ଲାଗି କ୍ଷତିପୂରଣ ପାଇ ଖୁସିରେ ଅଛନ୍ତି। ମାତ୍ର ବିଜେଡି କୁମ୍ଭୀର କାନ୍ଦଣା ଭଳି ଚାଷୀମାନଙ୍କୁ ବିଭ୍ରାନ୍ତ କରି ଚାଲିଛି ବୋଲି ଭାଜପା କହିଛି। ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥୀ କହିଥିଲେ, ଗତବର୍ଷ ରବିଧାନ ସଂଗ୍ରହ ସମୟରେ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମ୍‌ସି) ଅଧୀନ ମଣ୍ଡିଗୁଡ଼ିକରୁ ୨୪ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିଲା। ସେହି ସମୟରେ ବିଜେଡି ସରକାର ଚାଲିଥିଲା। ଏଥର ଏପର୍ଯ୍ୟନ୍ତ ଉକ୍ତ ଆରଏମ୍‌ସିରୁ ୨୩ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ କ୍ରୟ ସରିଲାଣି। ଆହୁରି ପ୍ରାୟ ଅଢ଼େଇ ଲକ୍ଷ କୁଇଣ୍ଟାଲ ବିକ୍ରି ଅପେକ୍ଷାରେ ରହିଛି। ସେସବୁକୁ ମଧ୍ୟ ଆସନ୍ତା ୩୦ତାରିଖ ସୁଦ୍ଧା କିଣାଯିବ ବୋଲି ସେ କହିଥିଲେ। ସେହିପରି ପୂର୍ବ ସରକାରରେ ଟୋକନ ଅବଧି ସରିଲେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟିକୁ କଥା ଯାଉଥିଲା। ମାତ୍ର ଏହି ସମସ୍ୟାର ସମାଧାନ କ୍ଷମତା ଏବେ ଜିଲାପାଳଙ୍କୁ ଦିଆଯାଇଛି। ଏହା ସହିତ ଅଦିନିଆ ବର୍ଷା ହେଲେ ପୂର୍ବ ସରକାର ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରୁ ନଥିଲା। ମାତ୍ର ଭାଜପା ସରକାର ପ୍ରଥମଥର ପାଇଁ ଏଭଳି ସ୍ଥିତିରେ କ୍ଷତିପୂରଣ ଘୋଷଣା କରିଛି। ଏହି ଦୃଷ୍ଟିରୁ ଭାଜପା ସରକାର ପୂର୍ବର ବିଜେଡି ସରକାର ତୁଳନାରେ ଚାଷୀଙ୍କ ହିତ ପାଇଁ ବହୁକିଛି ପଦକ୍ଷେପ ନେଇଛି ଏବଂ ଭାଜପା ଚାଷୀଙ୍କ ଦଳ ବୋଲି ଶତପଥୀ କହିଥିଲେ। ପୂର୍ବ ସରକାରଙ୍କ ବ୍ୟବସ୍ଥାରେ ଧାନ କିଣାବିକା ଚାଲିଛି, ସେଥିରେ ବହୁ ପରିବର୍ତ୍ତନର ଆବଶ୍ୟକତା ରହିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେସବୁ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ମଧ୍ୟ ସେ କହିଥିଲେ। ଖବରଦାତା ସମ୍ମିଳନୀରେ ଭାଜପା ଜିଲା ସଭାପତି ଡା. ଅରୂପାନନ୍ଦ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri