ନବଜାତ ଶିଶୁ କନ୍ୟା ସହ ମିଳିଲେ ମହିଳା: ପୋଷ୍ୟକନ୍ୟା ପାଇଁ ଚେଷ୍ଟା ବେଳେ…

ଦିଗପହଣ୍ଡି,୨୦।୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଶନିବାର ସକାଳେ ସ୍ଥାନୀୟ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏନଏସି ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣେ ମହିଳା ଓ ୪/୫ ଦିନ ପୂର୍ବରୁ ଜନ୍ମ ହୋଇଥିବା ତାଙ୍କ ନବଜାତକ ଶିଶୁକନ୍ୟାଙ୍କ ସମେତ ୩ ବର୍ଷ ବୟସର ଶିଶୁ କନ୍ୟାଙ୍କୁ ସିଡିପିିଓ ପୁଷ୍ପାଞ୍ଜଳି ଶତପଥୀଙ୍କୁ ହସ୍ତାନ୍ତର କରିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ଗୁରୁବାର ରାତିରେ ପରିମଳ ବ୍ୟବସ୍ଥା ତଦାରଖ କରୁଥିବା ବେଳେ ବସଷ୍ଟାଣ୍ଡରେ ଉକ୍ତ ନିଃସହାୟ ମହିଳାଙ୍କୁ ଠାବ କରିଥିଲେ। ମହିଳାଙ୍କ ପାଖରେ ନବଜାତକ ଶିଶୁକନ୍ୟା ଏବଂ ପ୍ରାୟ ୩ ବର୍ଷ ବୟସର ଶିଶୁକନ୍ୟା ଥିଲେ। ଖବରପାଇ ଦିଗପହଣ୍ଡି ସହରର କିଛି ନିଃସନ୍ତାନ ବ୍ୟକ୍ତି ଉକ୍ତ ନବଜାତକ ଶିଶୁକନ୍ୟାଙ୍କୁ ନେଇ ପୋଷ୍ୟକନ୍ୟା ଭାବେ ଲାଳନ ପାଳନ ପାଇଁ ଚେଷ୍ଟା କରିଥିଲେ। ଏହା ଜାଣିପାରି ଉପସ୍ଥିତ ଏନଏସି କର୍ମଚାରୀ ବୃନ୍ଦ ସେମାନଙ୍କୁ ସେଠାରୁ ଘଉଡାଇଥିଲେ। ଉପସ୍ଥିତ କାର୍ଯ୍ୟ ନିର୍ବାହୀ ଅଧିକାରୀତାଙ୍କୁ ଖାଦ୍ୟ ପାନୀୟ ଏବଂ ବେଡସିଟ ପ୍ରଭୃତି ଦେଇ ଯାତ୍ରୀ ପ୍ରତୀକ୍ଷାଳୟରେ କର୍ମଚାରୀଙ୍କ କଡା ହେଫାଜତରେ ସୁରକ୍ଷିତ ଅବସ୍ଥାରେ ରଖିଥିଲେ । ସକାଳେ ଏନଏସି କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସତ୍ୟନାରାୟଣ ଦାସଙ୍କ ସହ ଜଣେ ମହିଳା କର୍ମଚାରୀ ନିର୍ବାହୀ ଅଧିକାରୀଙ୍କ ଗାଡ଼ିରେ ଉଦ୍ଧାର କରାଯାଇଥିବା ମହିଳା ଜଣକ କହିବା ପ୍ରକାରେ ତାଙ୍କ ବାପଘର ଗାଁ କେ.ନୂଆଗାଁ ଥାନା ନୂଆପଡ଼ା ନିକଟସ୍ଥ କୃପାସିନ୍ଧୁପୁରକୁ ନିଆଯାଇଥିଲା। ସେଠାରେ ତାଙ୍କ ପରିବାରର କୌଣସି ବ୍ୟକ୍ତି ରହୁନଥିବା ଗାଁ ଲୋକେ ଜଣାଇଥିଲେ। ଉଦ୍ଧାର ମହିଳା ଓ ଉଭୟ ଶିଶୁକନ୍ୟାଙ୍କ ସମ୍ପର୍କରେ ସିଡିପିଓ ବିଡିଓ ଅନାମିକା ପାଣ୍ଡେଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ଥିବା ୱାନଷ୍ଟପ ସେଣ୍ଟରରେ ଛଡାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri