ଭିଡ଼କୁ ଭୟ କରୁଛନ୍ତି କି

ମାନୁ ମାଉସୀଙ୍କୁ ମୁଁ ପୁରୀ ରଥଯାତ୍ରା ଦେଖିଯିବାକୁ କହିଲି। ସେ ମନାକଲେ। କାରଣ ପଚାରିବାରୁ କହିଲେ- ମୁଁ ପିଲାବେଳେ ଥରେ ରଥଯାତ୍ରାକୁ ଯାଇଥିଲି। ଭିଡ଼ରେ ମତେ ଚାରିକଡ଼ୁ ଚାପିଦେଲେ। ସେହି ଦିନଠାରୁ ଭିଡ଼ ଦେଖିଲେ ମତେ ଡର ଲାଗେ। ମୁଁ କହିଲି ଏହା ଫୋବିୟା। କୌଣସି ସ୍ଥାନ, ବସ୍ତୁ , କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟ ହେଉଛଇ ଫୋବିୟା। ଯେପରି କି କେତେକ ଲୋକ ଭିଡ଼ ଭିତରକୁ ଯିବାକୁ ଏବଂ ଉଚ୍ଚ ସ୍ଥାନକୁ ଯିବାକୁ ଭୟ କରନ୍ତି, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି, କୌଣସି ଜୀବଜନ୍ତୁ କିଛି କ୍ଷତି କରିବ ନାହିଁ ଜାଣି ମଧ୍ୟ ତାକୁ ଭୟ କରନ୍ତି। ସେଥିଯୋଗୁ ସେମାନେ ସେହି ସ୍ଥାନ, ବସ୍ତୁ ବା କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚାହାନ୍ତି।
ପ୍ରାୟ ପ୍ରତ୍ୟେକ ଲୋକଙ୍କଠାରେ ଏକପ୍ରକାର ଭୟ ଅଳ୍ପ ବହୁତେ ଥାଏ; ମାତ୍ର ଯେତେବେଳେ ଅତ୍ୟଧିକ ହୋଇ ମାନସିକ ବ୍ୟଥା ଦିଏ ଏବଂ ନିଜର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି କରେ ସେତେବେଳେ ଏହା ଏକ ରୋଗ ବୋଲି ଧରାଯାଏ। ଅସ୍ବାଭାବିକ ପରିସ୍ଥିତିର ଭୟାବହତାକୁ ସମ୍ଭାବନା କରି ଲୋକଟିର ମନରେ କଷ୍ଟ ହୋଇଥାଏ। ତେଣୁ ସେ ଏପରି ପରିସ୍ଥିତିଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ ଏବଂ ଏହାର ସାମ୍‌ନା କଲେ ଆତଙ୍କିତ ହୋଇଯାଏ।
କୌଣସି ପରିସ୍ଥିତି ପ୍ରତି ଅସ୍ବାଭାବିକ ଭୟକୁ ଆଗାରୋଫୋବିୟା କୁହାଯାଏ। ସାଧାରଣତଃ ଏ ପ୍ରକାର ଫୋବିୟା ପୁରୁଷଙ୍କ ତୁଳନାରେ ସ୍ତ୍ରୀ ଲୋକଙ୍କଠାରେ ଅଧିକ ହୋଇଥାଏ। ଏଥିରେ ମନୁଷ୍ୟ ଯେତେବେଳେ ନିଜ ପରିବାର ବା ଚିରାଚରିତ ପରିସ୍ଥିତିରୁ ଦୂରେଇଯାଏ ତାକୁ ଅଧିକ ଭୟ ଲାଗିଥାଏ। ଗୋଟିଏ ପରିସ୍ଥିତିରୁ ଆଉ ଗୋଟିଏ ପରିସ୍ଥିତିକୁ ଗଲେ ଲୋକଟି ହଠାତ୍‌ ବିଚଳିତ ହୋଇପଡ଼େ। ସେହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ତା’ର ସାହସ ହୁଏ ନାହିଁ କି ସେ ଉପାୟ ପାଏ ନାହିଁ। ଉଦାହରଣସ୍ବରୂପ ଘରଠାରୁ ଦୂରରେ ଏକା ରହିବା, ଭିଡ଼ ଭିତରେ ରହିଯିବା, ଟ୍ରେନ୍‌, ବସ୍‌ ଆଦିରେ ଏକାକୀ ବୁଲିବା ଇତ୍ୟାଦି କାର୍ଯ୍ୟଗୁଡ଼ିକୁ ସେ ସମ୍ମୁଖୀନ ହୋଇପାରେ ନାହିଁ। ଧୀରେ ଧୀରେ ପରିସ୍ଥିତି ଅଧିକ ଜଟିଳ ହୋଇଥାଏ। ଲୋକଟିର ନିଜର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୁଏ। ସେ ବାହାରକୁ ନ ଯାଇ ଘର ଭିତରେ ରହିବାକୁ ଭଲ ପାଏ। କେବଳ ଜଣେ ଦି’ଜଣ ବିଶ୍ୱସ୍ତ ଲୋକଙ୍କ ସହିତ ଘର ଛାଡ଼ିଯାଏ।
ଏପ୍ରକାର ରୋଗରେ ଗୋଟିଏ ନିର୍ଦ୍ଦିଷ୍ଟ ବସ୍ତୁ, ଅବସ୍ଥା, ପରିସ୍ଥିତି ବା କାର୍ଯ୍ୟ ପ୍ରତି ଅସ୍ବାଭାବିକ ଭୟ ଉପୁଜିଥାଏ। ଏହି ଭୟ ପ୍ରକୃତ ପରିସ୍ଥିତି ତୁଳନାରେ ଅଧିକ ହୋଇଥାଏ। ଲୋକଟି ନିଜର ଏପରି ଭୟକୁ ନିୟନ୍ତ୍ରଣ କରିପାରେ ନାହିଁ। ତେଣୁ ସେ ମାନସିକ ଯନ୍ତ୍ରଣା ପାଇଥାଏ। ଏଥିପାଇଁ ଲୋକଟି ଏପରି ବସ୍ତୁ, ଅବସ୍ଥା କାର୍ଯ୍ୟରୁ ଦୂରେଇ ରହିବାକୁ ଚେଷ୍ଟା କରେ। ଏ ରୋଗ ପ୍ରାୟତଃ ୨୫-୩୫ ବର୍ଷ ବୟସରେ ହଠାତ୍‌ ଆରମ୍ଭ ହୋଇଥାଏ। ଧୀରେ ଧୀରେ ଏହା ଅତ୍ୟଧିକ ହୋଇଥାଏ ଏବଂ ନିଜର ଦୈନନ୍ଦିନ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥାଏ।
ଏହା ସେରୋଟୋନିନ, ଗାବା, ଆଡ୍ର଼େନାଲିନ୍‌, ଡୋପାମିନ ଆଦି ନ୍ୟୁରୋଟ୍ରାନ୍‌ସମିଟର ବିଶୃଙ୍ଖଳତା ଯୋଗୁ ହୋଇଥାଏ। ନ୍ୟୁରୋଟ୍ରାନ୍‌ସମିଟର ହେଉଛି ଏକ ରାସାୟନିକ ଦ୍ରବ୍ୟ, ଯାହା ସ୍ନାୟୁଗୁଡ଼ିକ ମଧ୍ୟରେ ପ୍ରେରକ କାର୍ଯ୍ୟ କରେ। ସୂତ୍ରରୁ ଜଣାପଡ଼ିଛି ଯେ ନିଜର ରକ୍ତ ସମ୍ପର୍କୀୟ ଲୋକଙ୍କଠାରେ ଏ ରୋଗ ଥିଲେ ଅନ୍ୟମାନଙ୍କୁ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଏହା ବଂଶଗତ ହୋଇପାରେ।
ଏହି ରୋଗର ଲକ୍ଷଣ ଦେଖାଦେଲେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଏହାର ଚିକିତ୍ସା, ଔଷଧ ଓ ସାଇକୋଥେରାପି ଦ୍ୱାରା କରାଯାଇଥାଏ। ଏହି ରୋଗ ପାଇଁ ଔଷଧ ଉପଯୋଗୀ ହୋଇଥାଏ। ସାଇକୋଥେରାପି ଦ୍ୱାରା ରୋଗୀ ମନରେ ଜନ୍ମୁଥିବା ଅହେତୁକ ଭୟକୁ ବୁଝାଶୁଝା ଦ୍ୱାରା କମ୍‌ କରାଯାଇଥାଏ। ଫଳରେ ରୋଗୀ ମନରୁ ଭୟ କମିଯାଏ। ଏହି ରୋଗ ଯଦିଓ କୌଣସି କାରଣରୁ ଜନ୍ମ ନେଇ ନ ଥାଏ ତଥାପି ଅନେକ କ୍ଷେତ୍ରରେ ପରିସ୍ଥିତିର ଅନୁଭୂତି ହିଁ ତା’ର ଭୟର କାରଣ ହୋଇଥାଏ।

ଡା.ସମ୍ରାଟ କର
ମାନସିକ ରୋଗ ବିଶେଷଜ୍ଞ,
ଦି’ବ୍ରେନ୍‌, ପୁରୀଘାଟ ରୋଡ୍‌, କଟକ ମୋ:୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri