ସୀମା ଟପିଲା ପୋଲିସ ବର୍ବରତା: ବିନା ମାମଲାରେ ଯୁବକଙ୍କ ହାତଗୋଡ଼ରେ ବେଡ଼ି, ଥାନାରେ ପହଞ୍ଚିଗଲେ ନାନା…

ଭୋଗରାଇ, ୧୯ା୬(ପ୍ରଦୀପ ଦାସ): ଅଭିଯୁକ୍ତ କିମ୍ବା ଅଭିଯୋଗକାରୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ତାଗିଦ୍‌ କରିଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଥାନା ପୋଲିସ ବର୍ବରତାର ସୀମା ଟପିଛି। ବିନା ମାମଲାରେ ଜଣେ ଯୁବକଙ୍କୁ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ୨ ଦିନ ଧରି ନିର୍ଯାତନା ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଶେଷରେ ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀଙ୍କ ହସ୍ତକ୍ଷେପ ଫଳରେ ଗୁରୁବାର ଅପରାହ୍ନରେ ନିର୍ଯାତନାର ଶିକାର ଯୁବକ ଥାନାରୁ ମୁକୁଳିଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ସୂଚନାନୁଯାୟୀ, ଉତ୍ତର ଭୋଗରାଇ ବାରବାଟିଆ ଗ୍ରାମର ମନ୍ମଥ ଦତ୍ତଙ୍କ ମାଇକ ଅପରେଟର ଭାବେ ଦକ୍ଷିଣ ଭୋଗରାଇ ଜୟରାମପୁର ଗ୍ରାମର କାର୍ତ୍ତିକ ଭୋଳ କାମ କରନ୍ତି। ମାଲିକ ଓ ଅପରେଟରଙ୍କ ମଧ୍ୟରେ ବାଇକ ଅଦଳବଦଳକୁ କେନ୍ଦ୍ରକରି ମାଇକ ମାଲିକଙ୍କ ସ୍ତ୍ରୀ ଜୟନ୍ତୀ ଦତ୍ତ ତାଙ୍କ ଅପରେଟର ଗାଡି ଚୋରି କରିନେଇଥିବା ଭୋଗରାଇ ଥାନରେ ୨୦ା୫ା୨୫ରିଖରେ ଅଭିଯୋଗ କରିଥିଲେ। ଅପରେଟର ଯୁବକଙ୍କୁ ବୁଧବାର ଥାନା ଅଧିକାରୀ ଡାକି ନେଇ ଜେଲ ହାଜତରେ ପୂରାଇ ମାଡ଼ ମାରିବା ଓ ହାତ, ଗୋଡ଼ ହାତରେ ବେଡ଼ି ପକାଇଥିବା ଅଭିଯୋଗ ହୋଇଥିଲା। ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁବାର ଭୋଗରାଇ ଗସ୍ତରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଥାନା ହାଜତରେ ନିର୍ଯାତୀତ ହେଉଥିବା ଯୁବକଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ସମ୍ପର୍କରେ ଏମ୍‌ପି’ଙ୍କୁ ଜଣାଇଥିଲେ।

ଏହି ଘଟଣାକୁ ସେ ଗୁରୁତ୍ୱର ସହ ନେଇ ଅପରାହ୍ନରେ ଦଳୀୟ ଶତାଧିକ କର୍ମୀ ଓ ନେତାଙ୍କ ସହ ଭୋଗରାଇ ଥାନାରେ ପହଞ୍ଚିଥିଲେ। ଥାନା ହାଜତରେ ଥିବା ଯୁବକଙ୍କ ଅବସ୍ଥା ଦେଖି କ୍ଷୁବ୍ଧ ହୋଇଥିଲେ। ଭୋଗରାଇ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ଯୁବକଙ୍କ ବିରୋଧରେ ଅଭିଯୋଗ ରେଜିଷ୍ଟ୍ରେଶନ କାହିଁକି ହୋଇ ନ ଥିବା ଏବଂ ଯୁବକଙ୍କୁ ୨ଦିନ ଧରି ଆଇନକୁ ଊଲ୍ଲଂଘନ କରି କାହିଁକି ନିର୍ଯାତନା ଦିଆଯାଉଥିଲା ବୋଲି ପଚାରିବାରୁ ତାହାର ଉତ୍ତର ଚାହିଁବାରୁ ଥାନା ଅଧିକାରୀ ହଡ଼ବଡେଇ ଯାଇଥିଲେ।

ଜଣେ ଗରିବ ଲୋକଙ୍କୁ ହାଜତରେ ହାତ ଗୋଡ଼ରେ ବେଡ଼ି ପକାଇ ମାଡ଼ ମାରିବା, ପଶୁଙ୍କ ଭଳି ବ୍ୟବହାର କରିବା ଓ ମାନସିକ ନିର୍ଯାତନା ଦେବା ମଧ୍ୟଯୁଗର ବର୍ବରତା ବୋଲି ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିବା ସହିତ ଅବିଳମ୍ବେ ବଦଳି ପାଇଁ ଏସ୍‌ପି ରାଜପ୍ରସାଦଙ୍କୁ ଭୋଗରାଇ ଥାନାରୁ ଫୋନ ଯୋଗେ ଦାବି ରଖିଥିଲେ। ଏଥିସହିତ ଯୁବକଙ୍କୁ ବିନା ସର୍ତ୍ତରେ ଛାଡି ଦେବାକୁ ଅଡି ବସିଥିଲେ। ଏସ୍‌ପିଙ୍କ ହସ୍ତକ୍ଷେପ ଯୋଗୁ ହାଜତରେ ଥିବା ନିର୍ଯାତୀତ ଯୁବକଙ୍କୁ ଏମ୍‌ପିଙ୍କ ଉପସ୍ଥିତିରେ ପୋଲିସ ହାତ ଗୋଡ଼ରୁ ବେଡ଼ି ଖୋଲି ଡାକ୍ତରୀ ପରୀକ୍ଷା ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ତେବେ ଭୋଗରାଇ ଥାନାଧିକାରୀ ଯୁବକଙ୍କୁ ମାଡ ମାରିବା ଘଟଣା ଅସ୍ବୀକାର କରିଛନ୍ତି। ଥାନାଧିକାରୀଙ୍କ ବିରୋଧରେ ନିର୍ଯାତୀତ ଯୁବକ ମଧ୍ୟ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଭୋଗରାଇ ଥାନା ପକ୍ଷରୁ ଯୁବକଙ୍କ ବିରୋଧରେ ଶେଷ ମୁହୂର୍ତ୍ତରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଆଡିଶନାଲ ଏସ୍‌ପି ଦେବଜ୍ୟୋତି ଦାସ, ଜଳେଶ୍ୱର ଏସ୍‌ଡିପିଓ ମାନସ କୁମାର ଦେଓ ଥାନାରେ ପହଞ୍ଚି ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri