ମାଡୁଛି ହଇଜା: ଢାବା, ଫାଷ୍ଟଫୁଡ୍ ଓ ଖାଦ୍ୟ ଦୋକାନ ବନ୍ଦ ନିର୍ଦ୍ଦେଶ, ଏସବୁ ଖାଦ୍ୟ ଉପରେ ଲାଗିଲା ପ୍ରତିବନ୍ଧକ

ଯାଜପୁର,୧୬ା୬: ଯାଜପୁର ବ୍ୟାସନଗର ଏବଂ ବିଞ୍ଝାରପୁର ଅଞ୍ଚଳରେ ସମସ୍ତ ଢାବା, ଫାଷ୍ଟଫୁଡ୍ ଷ୍ଟଲ୍ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଆଗାମୀ ୨ ସପ୍ତାହ ପାଇଁ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଚାଟ୍, ଗୁପ୍‌ଚୁପ୍, ଆଇସ୍‌କ୍ରିମ୍ ଫ୍ୟାକ୍ଟ୍ରି ତଥା ପାଣି ପାଉଚ୍, ମାଛ, ଚିକେନ୍ ଓ ମଟନ୍ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିବ।

ଏହି ନିଷ୍ପତ୍ତି ସ୍ଥାନୀୟ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସମ୍ବନ୍ଧୀୟ ଚିନ୍ତାକୁ ନେଇ ନିଆଯାଇଥିବା ଜଣାପଡ଼ିଛି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଦୋକାନୀମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ଏହା ସହିତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ନିର୍ଦ୍ଦେଶର ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।

ସେପଟେ ଯାଜପୁର ଜିଲାରେ ହଇଜା ସ୍ଥିତିର ଅନୁଧ୍ୟାନ ପରେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଫେରିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ଟିମ୍ ସ୍ପଷ୍ଟ କରିଛି ଯେ ଜିଲାରେ କଲେରା ବ୍ୟାପିଛି, ତେବେ ଏହା ପାଣ୍ଡେମିକ୍ ନୁହେଁ, ବରଂ ଏଣ୍ଡେମିକ୍ ଅବସ୍ଥାରେ ରହିଛି।

କେନ୍ଦ୍ରୀୟ ଟିମ୍ ଜଣାଇଛି ଯେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଏବଂ ଅନ୍ୟ କିଛି କାରଣରୁ ରୋଗ ବ୍ୟାପୁଛି। କେସ୍‌ ଲୋଡ୍‌ ଅନୁଧ୍ୟାନ କରାଯାଉଛି ଏବଂ ଡାଇରିଆ ମାମଲା ମଧ୍ୟ ଦେଖାଦେଇଛି। ଟିମ୍ ରାଜ୍ୟ ସରକାରଙ୍କୁ ପ୍ରତିକାରମୂଳକ ପଦକ୍ଷେପ ସୁପାରିସ କରିଥିବା ସହ ସ୍ୱଚ୍ଛତା ରକ୍ଷା ନେଇ ପରାମର୍ଶ ଦେଇଛି।

“ହଇଜା ଟିକେ ଅଧିକ ବ୍ୟାପିଛି, ତେବେ ଏହା ନିୟନ୍ତ୍ରଣାଧୀନ। ଆମେ ପୁଣି ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରି। କେଉଁ ଜିଲାକୁ ଯିବୁ, ତାହା ଖୁବ୍‌ଶୀଘ୍ର ସ୍ଥିର ହେବ,” ବୋଲି ଟିମ୍ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ସତର୍କ ରହି ଜନସାଧାରଣଙ୍କୁ ସଚେତନତା ଓ ସ୍ୱଚ୍ଛତା ରକ୍ଷା ପାଇଁ ପରାମର୍ଶ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରିପାଇବେ ୫ ଲକ୍ଷ କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି...

କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ମିଳୁନି ଚାନ୍ଦା, ଆୟ ସମ୍ପର୍କିତ ସତ୍ୟପାଠରୁ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ପରାଜୟ ପରେ ବିଜେଡିକୁ ଆଉ ଚାନ୍ଦା(ଡୋନେଶନ) ମିଳୁନାହିଁ। କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ଚାନ୍ଦା ଦେବାକୁ କେହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri