ଧୁମ୍‌ଧାମ୍‌ରେ ପାଳନ ହେବ ପ୍ରସିଦ୍ଧ କୁଲାଡ ରଥଯାତ୍ରା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)- ଘୁମୁସରର ରାଜା ଭଞ୍ଜ ରାଜବଂଶ ପକ୍ଷରୁ ଗଞ୍ଜାମ ଜିଲା କୁଲାଡରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ଭଞ୍ଜ ରାଜବଂଶ ପକ୍ଷରୁ କୁଲାଡରେ ଅନେକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ସେଥିମଧ୍ୟରୁ ଶ୍ରୀ ଜଗନ୍ନାଥ ମନ୍ଦିର ଅନ୍ୟତମ। କୁଲାଡରେ ସ୍ଥାପିତ ମନ୍ଦିରଗୁଡ଼ିକର ପରିଚାଳନା ପାଇଁ ରାଜବଂଶ ପକ୍ଷରୁ ହଜାର ହଜାର ଭରଣ ଜମି ଦାନ ସହ ବିପୁଳ ପରିମାଣର ସୁନା, ରୂପା ଅଳଙ୍କାର ମଧ୍ୟ ଦାନ କରାଯାଇଥିଲା। କୁଲାଡ ରଥଯାତ୍ରା ହେଉଛି ଇତିହାସ ପ୍ରସିଦ୍ଧ। ରଥଯାତ୍ରାରେ ଜିଲା ଏବଂ ଜିଲା ବାହାରୁ ହଜାରହଜାର ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି।

ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପରିଚାଳନା ଦାୟିତ୍ୱ ନିଆଯାଇଛି। ତେଣୁ ଉପ ଜିଲାପାଳଙ୍କ ହାତରେ ମନ୍ଦିର ପରିଚାଳନା ଦାୟିତ୍ୱ। କିନ୍ତୁ ଆଜକୁ ବହୁ ବର୍ଷ ହେବ ମନ୍ଦିର ଜମି ଚାଷ କରୁଥିବା ବହୁ ଚାଷୀ ମନ୍ଦିରକୁ ଖଜଣା ଦେଉ ନାହାନ୍ତି। ଏଥିସହ ବହୁ ବର୍ଷ ତଳେ ମନ୍ଦିରର ସୁନା, ରୂପା ଅଳଙ୍କାର ସବୁ ଚୋରୀ ହୋଇଯାଇଥିଲା । ଆଜି ପର୍ଯ୍ୟନ୍ତ ଉକ୍ତ ଚୋରୀ ସୁନାର କୌଣସି ପତ୍ତା ମିଳୁନାହିଁ।
ତେଣୁ ମନ୍ଦିର ପରିଚାଳନାରେ ବହୁ ଅସୁବିଧା ହେଉଛି।

ଏପରକି ମନ୍ଦିର ପୂଜକଙ୍କୁ ମଧ୍ୟ ପାରିଶ୍ରମିକ ଦିଆଯାଇ ପାରୁନାହିଁ। ମନ୍ଦିରର ଅନେକ ପର୍ବ ପର୍ବାଣୀ ଅର୍ଥ ଅଭାବ ଯୋଗୁ ଆଉ ଠିକ ଭାବେ ପାଳନ ହୋଇପାରୁନାହିଁ। ବର୍ତ୍ତମାନ ରାଜସ୍ବ ବିଭାଗ ରେକର୍ଡରେ ୯୩୫ ଭରଣ ବା ୧୮୭ ଏକର ଜମି ଅଛି। ଆହୁରି ଅନେକ ଜମି ବହୁ ବର୍ଷ ପୂର୍ବେ ବିଭିନ୍ନ ଉପାୟରେ ଲୋକେ ନିଜ ନାମରେ କରିନେଲେଣି। ବର୍ତ୍ତମାନ ୧୮୭ ଏକର ଜମିରୁ ମାତ୍ର ୩୦ ଏକର ଜମିରୁ ଖଜଣା ଆଦାୟ ହେଉଛି। ବଳକା ଜମିର ଖଜଣା ଆଦାୟ ହୋଇପାରୁ ନାହିଁ। ଚାଷୀମାନେ ଜବରଦଖଲ କରି ରଖିଛନ୍ତି।

ଏହିଭଳି ପରିସ୍ଥିତିରେ ଚଳିତ ବର୍ଷ ରଥଯାତ୍ରାକୁ ଧୁମଧାମରେ ପାଳନ କରିବା ପାଇଁ ନବ ନିର୍ବାଚିତ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିଷ୍ପତ୍ତି ନେଇଛନ୍ତି। ବିଧାୟକଙ୍କ ନେତୃତ୍ୱରେ ଗୁରୁବାର ସନ୍ଧ୍ୟାରେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା।

ଏଥିରେ ଉପ ଜିଲାପାଳ ଉମାଶଙ୍କର ବେହେରା ଅଧ୍ୟକ୍ଷତା କରି ବିଗତ ଦିନରେ ଯାତ୍ରା କିଭଳି ପାଳନ ହେଉଥିଲା ଏବଂ ଚଳିତ ବର୍ଷ କିଭଳି ଯାତ୍ରା ହେବ ସେନେଇ କହିଥିଲେ। ତହସିଲଦାର ଅଭିଷ୍ପା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଆଲୋଚନାରେ ଭାଗ ନେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କହିଥିଲେ,ଯେ ଚଳିତ ବର୍ଷ ଯାତ୍ରାକୁ ଧୁମଧାମରେ ପାଳନ କରାଯିବ। ଏଥିପାଇଁ ସିଂହଭାଗ ଖର୍ଚ୍ଚ ନିଜେ ବହନ କରିବି ବୋଲି ବୈଠକରେ ଘୋଷଣା କରିଥିଲେ।

ଏଥିସହ ମନ୍ଦିରର ଦୈନନ୍ଦିନ ପରିଚାଳନା ଓ ଆଗାମୀ ପର୍ବ ପର୍ବାଣୀ ଗୁଡିକ ମଧ୍ୟ କିଭଳି ଭଲ ଭାବରେ ପାଳନ ହେବ ସେଥିପାଇଁ ସ୍ଥାୟୀ ପନ୍ଥା ବାହାର କରାଯାଇଛି। ଯାତ୍ରା ପରେ ଏକ ସ୍ବତନ୍ତ୍ର ବୈଠକ କରାଯିବ ବୋଲି ବିଧାୟକ ନାୟକ ବୈଠକରେ କହିଥିଲେ। ଫଳରେ ଚଳିତ ରଥ ଯାତ୍ରାର ଖର୍ଚ୍ଚ କିଭଳି ଭରଣ ହେବ ତାକୁ ନେଇ ବୈଠକରେ ଚିନ୍ତାରେ ଥିବା କର୍ମଚାରୀ ଏବଂ ଭକ୍ତଙ୍କ ମନରେ ଖୁସି ଭରିଯାଇଥିଲା।

ଏଥିସହ ଚଳିତ ବର୍ଷ ଯାତ୍ରାକୁ ଆସିବାକୁ ଥିବା ଭକ୍ତଙ୍କ ସୁରକ୍ଷା, ପାନୀୟଜଳ ବ୍ୟବସ୍ଥା ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଯାତ୍ରାରେ ୫୦ ହଜାରରୁ ଊଦ୍ଦର୍‌ବ ଭକ୍ତ ଯୋଗଦେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

କୁଲାଡ ରାଜସ୍ବ ନିରୀକ୍ଷକ ଭଗବାନ ବେହେରା ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ। ଅତିରିକ୍ତ ତହସିଲଦାର ଅବିନାଶ ମହାର ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ, ବିଶ୍ବ ହିନ୍ଦୁ ପରିଷଦ ନେତା ମୁରଲୀ ପଣ୍ଡା, ଅରକ୍ଷିତ ପରିଚ୍ଛା, କୁଲାଡ ସରପଞ୍ଚ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri