ସିଏମ୍ ଟ୍ରଫି ଚମ୍ପିଆନ: ବରଗଡ଼ ଏଫସିକୁ ଜିଲା ପ୍ରଶାସନର ସମ୍ବର୍ଦ୍ଧନା

ବରଗଡ଼,୯।୬(ପ୍ରେମାନନ୍ଦ ଖମାରୀ) :  ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ରବିବାର ହୋଇଥିବା ହୋଇଥିବା ୧୫ ବର୍ଷରୁ କମ୍ ସିଏମ ଟ୍ରଫି – ୨୦୨୫ ଫୁଟବଲ ପ୍ରତିଯୋଗିତାରେ ବରଗଡ ଏଫସି ପ୍ରତିପକ୍ଷ ଭୁବନେଶ୍ୱରକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରି ଚାମ୍ପିଆନ ହୋଇ ବରଗଡ ଜିଲାକୁ ଗୌରାବାନ୍ୱିତ କରିଛି। କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲାରୁ ୬ହଜାରରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିଥିଲେ ଓ ୮୫୮ଟି ମ୍ୟାଚ୍ ଖେଳାଯାଇଥିଲା । ଏହି ସଫଳତାକୁ ଅବଲୋକନ କରି ସୋମବାର
ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରରେ ଏକ ବିଶେଷ ସମ୍ମାନ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ଜିଲା ଏଥଲେଟିକ୍ ଅସୋସିଏସନ୍ର ଉପାଧ୍ୟକ୍ଷ ଯୁଗଳ ପ୍ରସାଦ ସିଂହ, ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଏଫଏଓର ଉପାଧ୍ୟକ୍ଷ ରବି ପଣ୍ଡା, ଏଥଲେଟିକ୍ ସେକ୍ରେଟାରୀ ହରଦୀପ୍ ସିଂହ, ଫୁଟବଲ୍ ସେକ୍ରେଟାରୀ ଏସ. କେ ସବଦର, ଡ଼ଃ ସୁଭ୍ରାଂଶୁ ଶେଖର ମହାପାତ୍ର, କ୍ରିକେଟ୍ ସେକ୍ରେଟାରୀ ଅମିୟ ଭୂଷଣ ସାହୁ, ଆଉଟଡୋର ଗେମ୍ସ ସେକ୍ରେଟାରୀ ସୁରେଶ ଦାଶ, ଓ ପରିଷଦ ସଦସ୍ୟ ପ୍ରଦୀପ ସାହୁ ଓ ମହେନ୍ଦ୍ର ଦାଶଙ୍କ ସମେତ ପୂର୍ବତନ ଖେଳାଳି ଅତିଶ ପଣ୍ଡା, ଜ୍ଞାନ ରଞ୍ଜନ ପୁଜାରୀ, ପ୍ରଦୀପ ପ୍ରଧାନ, ସଚ୍ଚିଦାନନ୍ଦ ପଣ୍ଡା, ପ୍ରଶାନ୍ତ ଜେନା, ବିକାଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ବରଗଡ଼ ଦଳକୁ ସୌରଭ କୁମାର ଭୋଇ କ୍ୟାପଟେନ୍ ଭାବେ ନେତୃତ୍ୱ ଦେଇଥିଲେ। ଦଳଟି ମୁଖ୍ୟ କୋଚ୍ ରମକାନ୍ତ ଦାଶ ଓ ସହକାରୀ କୋଚ୍ ଟିକେଶ୍ୱର ଖର୍ସେଲଙ୍କ ନିର୍ଦ୍ଦେଶନା ଅନୁସାରେ ୨୫ ଜଣ ଖେଳାଳି ସହିତ ଏହି ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଏହି ବିଜୟ ବରଗଡ଼ ଜିଲା ପାଇଁ ଏକ ଗର୍ବର ବିଷୟ ହେବା ସହିତ ଓଡ଼ିଶା ରାଜ୍ୟ ସରକାରଙ୍କ “ଖେଳ ବିକାଶ ଭିଜନ୍ ୨୦୨୯”ର ଲକ୍ଷ୍ୟ ପ୍ରତି ସାର୍ଥକ ପଦକ୍ଷେପ ଅତୁଟ ରହିଛି। ଏହା ଗ୍ରାମୀଣ ତଳସ୍ତରରେ ଯୁବ ପ୍ରତିଭାମାନେ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେବା ପାଇଁ ଅବସର ସୃଷ୍ଟି କରିବ ବୋଲି ଜିଲାପାଳ ଗୋୟଲ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri