Posted inଜାତୀୟ

Video: ରାସ୍ତା ଉପରେ ଲ୍ୟାଣ୍ଡିଂ ସମୟରେ କାରରେ ପିଟି ହେଲା ହେଲିକପ୍ଟର, ଲୋକେ ଭୟଭୀତ

ରୁଦ୍ରପ୍ରୟାଗ,୭।୬: ସେରସି ବଡାସୁରୁ ଚାରିଧାମ ତୀର୍ଥଯାତ୍ରୀଙ୍କୁ ନେଇ କେଦାରନାଥ ଧାମ ଯାଉଥିବା କ୍ରିଷ୍ଟାଲ ଆଭିଏସନ କମ୍ପାନୀର ଏକ ହେଲିକପ୍ଟରକୁ ରାସ୍ତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ସମୟରେ ଏହା ଏକ କାର ସହିତ ଧକ୍କା ହୋଇଥିଲା।
ବିଶ୍ୱାସ କରାଯାଉଛି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟ ସତର୍କତା ପ୍ରଦର୍ଶନ କରି ହେଲିକପ୍ଟରକୁ ରାସ୍ତାରେ ଅବତରଣ କରିଥିଲେ। ଏଥିରେ ପାଞ୍ଚ ଜଣ ଯାତ୍ରୀ ଥିଲେ, ସମସ୍ତେ ସୁରକ୍ଷିତ। ତଥାପି, ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି।
ଏହି ଏମରଜେନ୍ସି ଲ୍ୟାଣ୍ଡି ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାର କ୍ଷତିଗ୍ରସ୍ତ ହୋଇଛି, ଯଦିଓ ଏଥିରେ କେହି ନଥିଲେ। କୁହାଯାଉଛି ଯେ ହେଲିକପ୍ଟରଟି ସେରସି ବଡାସୁ ହେଲିପ୍ୟାଡରୁ ଉଡ଼ାଣ କରିଥିଲା ଏବଂ ଉଡ଼ାଣ ଭରିବା ମାତ୍ରେ ରାସ୍ତାରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।
ୟୁସିଏଡିଏର ସିଇଓ ସୂଚନା ଦେଇଛନ୍ତି ଯେ ସେରସିରୁ ଯାତ୍ରୀମାନଙ୍କୁ ନେଇ ଉଡ଼ାଣ ଭରୁଥିବା କ୍ରିଷ୍ଟାଲ ଆଭିଏସନ ପ୍ରାଇଭେଟ ଲିମିଟେଡର ହେଲିକପ୍ଟର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ହେଲିପ୍ୟାଡ ପରିବର୍ତ୍ତେ ରାସ୍ତାରେ ଅବତରଣ କରିଥିଲା। କୌଣସି କ୍ଷତି ହୋଇଥିବାର ରିପୋର୍ଟ ନାହିଁ। ଡିଜିସିଏକୁ ସୂଚନା ଦିଆଯାଇଛି। ନିର୍ଦ୍ଧାରିତ ସମୟ ଅନୁଯାୟୀ ବାକି ସଟଲ କାର୍ଯ୍ୟ ସ୍ବାଭାବିକ ଭାବରେ ଚାଲିଛି।
ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଦ୍ରପ୍ରୟାଗ ଜିଲାର ଗୁପ୍ତକାଶୀରେ ଏକ ଘରୋଇ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି,‘ଉତ୍ତରାଖଣ୍ଡର ଏଡିଜି ଆଇନ ବ୍ୟବସ୍ଥା ଡକ୍ଟର ଭି ମୁରୁଗେସନ ଏଏନଆଇକୁ ଏହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri