ରାସ୍ତାରେ ପଡିଥିଲା ଦରପୋଡ଼ା ମୃତଦେହ, ଏବେ ଜଣାପଡ଼ିଲା ତାହା ଏଏସଆଇ ଗୋଲାପୀଙ୍କର

ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିିପୁର ଛକ ନିକଟରେ ରବିବାର ସକାଳୁ ବାଇକ ସହ ଜଣେ ପୋଲିସ ଏଏସଆଇଙ୍କ ଜଳନ୍ତା ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ପୋଲିସ ଏଏସଆଇଙ୍କ ନାମ ପବିତ୍ର ଗୋଲାପୀ(୪୩) ହୋଇଥିବାବେଳେ ତାଙ୍କ ଘର କୋରାପୁଟ ଜିଲା ବୋରିଗୁମା ଥାନା ସାନଦୁବଲି ଗ୍ରାମ ବୋଲି ଜଣାପଡିଛି। ମୃତ ପୋଲିସ ଏଏସଆଇ କଳାହାଣ୍ଡି ଜିଲାର କେଗାଁ ଥାନାରେ କାର୍ଯ୍ୟରତ ଥିବାବେଳେ ଗତ ମାସ ଶେଷରେ ତାଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିଲା। ଯାହାଫଳରେ ସେ ଭବାନୀପାଟଣାସ୍ଥିତ ପୋଲିସ ରିଜର୍ଭ ଠାରେ କାର୍ଯ୍ୟ କରୁଥିଲେ। ଶନିବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ କୋରାପୁଟକୁ ବାଇକରେ ଯାଉଥିବାବେଳେ ବାଟରେ ବନମାଲିପୁର ଛକ ନିକଟରେ ଏକ ଅଟକି ଥିବା ଟ୍ରକରେ ପିଟିହୋଇ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଠାରୁ ସୂଚନା ମିଳିଛି। ଦୁର୍ଘଟଣା ଟି ପରେ ବାଇକ ରେ ନିଆଁ ଲାଗିଯିବା ସହ ପୋଲିସ ଏ ଏସ ଆଇ ଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଜଳି ଯାଇ ପୋଡି ଯାଇଥିଲେ।ସୂଚନା ପାଇଁ ରବିବାର ସକାଳରେ ସ୍ଥାନୀୟ ପୋଲିସ ପୋଲିସ ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଆସି ତଦନ୍ତ କରିଥିଲା। ତେବେ ଦୁର୍ଘଟଣା ରାତିରେ ଉକ୍ତ ରାସ୍ତା ଦେଇ କୋରାପୁଟ ଜିଲାର ଜଣେ ପୋଲିସ ଅଧିକାରଣୀ ଓ ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖିଥିବା ପୋଲିସ ଠାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ,ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଥିବା ଜୁନାଗଡ଼ ଆଇ ଆଇ ସି ଶେଷଦେ ବେହେରା ସୂଚନା ଦେଇଛନ୍ତି। ସେହିପରି ପରିବାର ଲୋକ ଆସିବା ପରେ ପୋଲିସ ଅଧିକାରୀଙ୍କ ମୃତ ଦେହ ଉଦ୍ଧାର କରାଯିବା ନେଇଁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri