Posted inଖେଳ

‘RCB ଚାମ୍ପିଅନ ନ ହେଲେ ଛାଡ଼ପତ୍ର ଦେଇଦେବି’… ଫାଇନାଲ ପୂର୍ବରୁ ବଡ଼ ବୟାନ ଦେଇ ଚର୍ଚ୍ଚାରେ ମହିଳା

ନୂଆଦିଲ୍ଲୀ,୩୦।୫: ଆଇପିଏଲ୍‌ ଇତିହାସରେ RCB ଏଯାବତ କୌଣସି ଟାଇଟଲ ହାସଲ କରି ନାହିଁ ସତ, ହେଲେ ଏହାର ପ୍ରଶଂସକଙ୍କ ଭଲପାଇବା ପୂର୍ବବତ ରହିଛି। କହିବାକୁ ଗଲେ ଆର୍‌ସିବିର ପ୍ରଶଂସକମାନେ ବେଶ ବିଶ୍ୱସ୍ତ। ଚଳିତ ବର୍ଷ IPL ୨୦୨୫ର ଫାଇନାଲ ଲାଗି ଆର୍‌ସିବି ଟିକେଟ ହାସଲ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବହୁଗୁଣିତ ହୋଇଛି। ଏହାକୁ ନେଇ ଜଣେ ଆର୍‌ସିବି ପ୍ରଶଂସକ ବଡ଼ ବୟାନ ଦେଇଛନ୍ତି, ଯାହାକି ଭାଇରାଲ ହେଉଛି। ଦଳ ୨୦୨୫ରେ ଚାମ୍ପିଅନ ନ ହେଲେ ଛାଡ଼ପତ୍ର ଦେଇଦେବେ ବୋଲି କହିଛନ୍ତି।

IPL ୨୦୨୫ ର କ୍ୱାଲିଫାୟର ୧ ରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରି RCB ଫାଇନାଲ ପାଇଁ ଟିକେଟ ବୁକ୍‌ କରିଛି। ଏହି ସିଜନର ଫାଇନାଲରେ ପହଞ୍ଚିଥିବା ସେମାନେ ପ୍ରଥମ ଦଳ। ୯ ବର୍ଷ ପରେ RCB IPL ଫାଇନାଲରେ ପହଞ୍ଚିବା ପରେ, ଏହାର ପ୍ରଶଂସକଙ୍କ ଆଶା ପୁଣି ଥରେ ଜାଗ୍ରତ ହୋଇଛି।

ଦଳର ଜଣେ ମହିଳା ପ୍ରଶଂସକ ଷ୍ଟାଡିୟମରେ ଏକ ପୋଷ୍ଟର ସହ ନଜର ଆସିଥିଲେ। ସେଥିରେ ସେ କହିଛନ୍ତି ଯେ, ଯଦି RCB ଫାଇନାଲ ନ ଜିତେ, ତେବେ ସେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବେ। ଏହାପରଠାରୁ ଭାଇରାଲ ଫଟୋ ଏବଂ ଏଥିରେ ଲେଖାଯାଇଥିବା ବୟାନର ସତ୍ୟତା କେତେ ସେ ନେଇ ପ୍ରଶ୍ନ ଉଠିଛି। ଯଦି RCB ଫାଇନାଲ ଜିତି ନ ପାରିଲା ତେବେ କ’ଣ ସେହି ମହିଳା ପ୍ରକୃତରେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବେ ସେନେଇ ଅନେକେ ପ୍ରଶ୍ନ କରୁଛନ୍ତି।

ମହିଳାଜଣଙ୍କ ବିଷୟରେ କହିଲେ ସେ ଜଣେ ଆର୍‌ସିବି ପ୍ରଶଂସକଙ୍କ ସହ ଭିଡିଓ କଣ୍ଟେଣ୍ଟ ନିର୍ମାତା ମଧ୍ୟ। ତାଙ୍କର ଚିରୈୟା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଅଛି। ସେ ଇନଷ୍ଟାଗ୍ରାମରେ ତାଙ୍କର ବ୍ଲଗ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଷ୍ଟାଡିୟମରେ ସମାନ ପୋଷ୍ଟର ହଲାଇଥିବାର ଦେଖାଯାଉଛି, ଯେଉଁଥିରେ ଲେଖାଯାଇଛି ଯେ ଯଦି RCB ଫାଇନାଲ ଜିତି ନ ଯାଏ, ତେବେ ସେ ତାଙ୍କ ସୱାମୀଙ୍କୁ ଛାଡପତ୍ର ଦେବେ।

ପ୍ରକାଶ ଯେ, RCB ପ୍ରଶଂସକମାନେ ଗତ ୧୮ ସିଜିନ୍‌ ଧରି ଟ୍ରଫି ପାଇଁ ଅପେକ୍ଷା କରିଆସୁଛନ୍ତି। ଏଥର ସେହି ଅପେକ୍ଷାର ଅନ୍ତ ହେବାର ଆଶା ପୁଣି ଥରେ ଜାଗ୍ରତ ହୋଇଛି। IPL ୨୦୨୫ର ଫାଇନାଲ RCBର ଚତୁର୍ଥ ଫାଇନାଲ ହେବ। ଏହା ପୂର୍ବରୁ, ଏହା ୨୦୦୯, ୨୦୧୧ ଏବଂ ୨୦୧୬ ରେ ଆହୁରି ୩ ଟି ଫାଇନାଲ ଖେଳିଥିଲା। କିନ୍ତୁ ସବୁଥର ଏହାକୁ ରନର୍ସ ଅପ ହେବାରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇତିହାସକୁ ବଦଳାଇ ଏହାର ପ୍ରଥମ IPL ଟାଇଟଲକୁ ହାସଲ କରିବାକୁ ଚାହିଁବ। ଏହାର ପ୍ରଶଂସକମାନେ ମଧ୍ୟ ସମାନ କିଛି ଚାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri