ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ଘଟଣାରେ ଆସିଲା ବଡ଼ ରାୟ: ପୁଞ୍ଜିଲାଲଙ୍କୁ ଏହି ଦଣ୍ଡ ଶୁଣାଇଲେ କୋର୍ଟ  

ବଲାଙ୍ଗୀର/ପାଟଣାଗଡ଼,୨୮ା୫(ସୁନିଲ କୁମାର ମହାନ୍ତି/ ସଚ୍ଚିଦାନନ୍ଦ ମହାକୁର): ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ରାୟ ଆସିଛି। ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ  ହୋଇଛନ୍ତି। ପୁଞ୍ଜିଲାଲ ମେହେରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ  କରିଛନ୍ତି। ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡାଦେଶ  ସହ ୫୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି କୋର୍ଟ।
ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ରାୟ ପ୍ରକାଶ ପାଇବାରୁ ବିଭିନ୍ନ ମହଲରେ ଏନେଇ ଉତ୍ସୁକତା ଦେଖା ଦେଇଛି। ପାଟଣାଗଡ଼ ଏଡିଜେ କୋର୍ଟରେ ଏହି ଚର୍ଚ୍ଚିତ ମାମଲାର ରାୟ ପ୍ରକାଶ ପାଇଛି।
୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟି ନବବିବାହିତ ସଫ୍ଟୱେର ଇଞ୍ଜିନିୟର ସୌମ୍ୟଶେଖର ସାହୁ, ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ମୃତ ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ନିକଟସ୍ଥ ଭଇଁଷା କଲେଜର ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏକମାତ୍ର ଓ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ଟିମ ୨୦୦୦ ପୃଷ୍ଠାର ଚାର୍ଜଶଟ ଦାଖଲ କରିବା ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ପ୍ରାୟ ୨ବର୍ଷ କାଳ ଏହାର ଶୁଣାଣି ଓ ନ୍ୟାୟିକ ପ୍ରକ୍ରିୟା ଚାଲିଥିଲା। ୬୨ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଏଡିଜେ ୨୮ ତାରିଖରେ ଏହି ଚର୍ଚ୍ଚିତ ମାମଲାର ରାୟ ପ୍ରକାଶ କରିବେ ବୋଲି ଶୁଣାଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri