ଲଘୁଚାପ ଘନୀଭୂତ: ଏହି ୪ ଜିଲା ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୮।୫(ଅନୁରାଧା ମହାରଣା):ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗେଇବା ପାଇଁ ପାଗ ଅନୁକୂଳ ରହିଛି। ସେହିପରି ଓଡ଼ିଶା ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ବୁଧବାର ରାଜ୍ୟର ୪ ଜିଲା କେନ୍ଦ୍ରାପଡ଼ା, କଟକ, ଯାଜପୁର, ଜଗତ୍‌ସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ଝଟ୍‌କା ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ। ଏନେଇ ସମ୍ପୃକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୨୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାରେ ବିଶେଷକରି ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ପବନର ଆଶଙ୍କା ରହିଛି। ଅନ୍ୟପଟେ ଲୋକଙ୍କୁ ପାଗ ଉପରେ ନଜର ରଖିବା ସହ ବଜ୍ରପାତ ସମୟରେ ରକ୍ଷା ପାଇବା ପାଇଁ ସୁରକ୍ଷିତ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଛି। ଫସଲ ଅମଳ ଉପରେ ଧ୍ୟାନଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ୩୧ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହାର ମୁକାବିଲା ଲାଗି ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ସମସ୍ତ ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୁଳି ଓ ଝଡ଼ବର୍ଷାଜନିତ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ କୁହାଯାଇଛି। ଝଡ଼ବର୍ଷା ସମୟରେ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri