ଭୁବନେଶ୍ୱରରେ ୧୦ଲକ୍ଷରେ ମିଳିବ ଘର: ଜାଣନ୍ତୁ କେମିତି….

ଭୁବନେଶ୍ୱର, ୨୮ା୫ (ରବିନାରାୟଣ ଜେନା):ରାଜଧାନୀ ଭୁବନେଶ୍ୱରରେ ଏବେ ଜମି ଅମୂଲ ମୂଲ। ଏଠାରେ ଜମି କିଣି ଘର ତିିଆରି କରିବା ପାଇଁ ବିପୁଳ ଅର୍ଥ ଆବଶ୍ୟକ, ଯାହା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଏବଂ ଗରିବଙ୍କ ପାଇଁ ସ୍ବପ୍ନ ହୋଇଯାଇଛି। ସେହିପରି ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟ୍‌ ମୂଲ୍ୟ କୋଟିଏ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଲୋକଙ୍କୁ କମ୍‌ ମୂଲ୍ୟରେ ଘର ଯୋଗାଇବା ପାଇଁ ନଗର ଉନ୍ନୟନ ବିଭାଗ ଗୁରୁତ୍ୱ ଦେଉଛି। ତଦନୁଯାୟୀ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାରେ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧ କୋଟି ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଘର ଉପଲବ୍ଧ ରହିବ, ଯାହାକୁ ଲୋକେ ସାମର୍ଥ୍ୟ ଅନୁଯାୟୀ କିଣିପାରିବେ। ଏନେଇ ନିକଟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକର ସୂଚନା ଅନୁଯାୟୀ, ରାଜ୍ୟର ବହୁ ଲୋକଙ୍କ ଇଚ୍ଛା ରାଜଧାନୀରେ ଘର ଖଣ୍ଡିଏ ପାଇବା। କମ୍‌ ମୂଲ୍ୟରେ କିଭଳି ଘର ପାଇବେ ସେଥିପାଇଁ ସରକାରଙ୍କ ପକ୍ଷରୁ ଉତ୍କଳ ହସ୍ପିଟାଲ ନିକଟସ୍ଥ ଅଞ୍ଚଳରେ ନିଜସ୍ବ ପ୍ରକଳ୍ପ କରାଯିବ। ଏହାସହିତ କେତେକ ଆବାସ ନିର୍ମାଣକାରୀ ସଂସ୍ଥା ସହିତ ମିଶି ସରକାରଙ୍କ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯିବାକୁ ଯୋଜନା ରହିଛି, ଯେଉଁଥିରେ ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡ୍‌ରେ ୬୦:୪୦ ପ୍ରତିଶତରେ ପ୍ରକଳ୍ପ ନିର୍ମାଣ କରାଯିବ। ଏହାଦ୍ୱାରା ପର୍ଯ୍ୟାୟକ୍ରମେ ରାଜଧାନୀରେ ରହିବାକୁ ଚାହୁଁଥିବା ନିମ୍ନ ଆୟକାରୀ ଲୋକଙ୍କ ଆଶା ପୂରଣ ହୋଇପାରିବ।
ଏହି ପରିପ୍ରେକ୍ଷୀରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭାଗୀୟ ଅତିରିକ୍ତ ସଚିବ ଦେବାଶିଷ ସିଂହ ଏବଂ ଅର୍ଥପରାମର୍ଶଦାତା ଶିଖା ବିଶାଳ ଫିଲିପାଇନ୍ସର ମାନିଲା ଗସ୍ତ କରିଛନ୍ତି । ସେଠାରେ ‘ଆଫୋଡେବୁଲ ହାଉସ’ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା କରାଯିବାକୁ ରହିଛି। ମାନିଲାରେ ମେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସେମିନାରରେ କିଭଳି ସହରାଞ୍ଚଳବାସୀଙ୍କୁ ‘ଆଫୋଡେବୁଲ ହାଉସ’ ଯୋଗାଇବାରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛିି ତା’ ଉପରେ ତଥ୍ୟ ଉପସ୍ଥାପନ କରାଯିବ। ଏହାସହିତ ସେଠାରେ ଯଦି କୌଣସି ଭଲ ପ୍ରକଳ୍ପ ଉପରେ ଆଲୋଚନା ହେବ ତା’ ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ଦେବାଶିଷ ସିଂହ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ଗଙ୍ଗାଧର ନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ କମ୍‌ ମୂଲ୍ୟର ଆବାସ ପ୍ରକଳ୍ପ କରିବା ପାଇଁ ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଉତ୍କଳ ହସ୍ପିଟାଲ ପାଖରେ ସରକାରଙ୍କ ପକ୍ଷରୁ ଏବଂ ଉତ୍କଳ ହାଇଟ୍ସ ନିକଟରେ ଏକ ଘରୋଇ ପ୍ରକଳ୍ପ ସହାୟତାରେ ୧୦ଲକ୍ଷରୁ ୧୧ଲକ୍ଷ ଟଙ୍କା ମଧ୍ୟରେ ଗରିବ ଶ୍ରେଣୀର ଲୋକଙ୍କୁ ଘର ଯୋଗାଇବାକୁ ଯୋଜନା ରହିଛି। ଏହାପରେ ଆଉ ୨ଟି ଆବାସ ପ୍ରକଳ୍ପ ନିର୍ମାଣ କରାଯିବ। ମାତ୍ର ଏହା ଉପରେ ବିଶେଷ ତଥ୍ୟ ଦେଲେ ସ୍ଥାନୀୟ ଅଞ୍ଚଳରେ ଜମିର ଦର ବୃଦ୍ଧିହେବା ସମ୍ଭାବନା ଥିବାରୁ ଏହାର ତଥ୍ୟ ସରକାରଙ୍କ ପକ୍ଷରୁ ପରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri