ବଦଳିବ ଲାଲସିଂ ନର୍ସରୀ ଠିକଣା, ୧୦୩ ବର୍ଷ ପରେ ଡିଏଫ୍‌ଓ କାର୍ଯ୍ୟାଳୟ ପରିବର୍ତ୍ତନ ଯୋଜନା

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ବ୍ରିଟିଶ ଶାସକମାନେ ଗଞ୍ଜାମ ଜିଲା ଭଞ୍ଜନଗର (ଘୁମୁସର)କୁ ଶାସନ କରିବାକୁ ଆସିବା ପରେ ଏଠାରେ ଶିକ୍ଷା, ଜଳସେଚନ, ଗମନାଗମନ, ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ୧୮୮୪ ପୂର୍ବରୁ ପଦକ୍ଷେପ ନେଇଥିବାର ପ୍ରମାଣ ଅଛି। ତେଣୁ ଭଞ୍ଜନଗର ଲୋହରାଖଣ୍ଡି ସେତୁ, ଭଞ୍ଜନଗର (ରସଲକୋଣ୍ଡା) ଜଳଭଣ୍ଡାର, ଭଞ୍ଜନଗର ମେଡିକାଲ, ଭଞ୍ଜନଗର ସତନ୍ତ୍ର ଉପକାରାଗାର ୧୮୮୪ରେ ନିର୍ମାଣ ହୋଇଥିଲା। ଏଥିସହ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ସମେତ ଅନେକ ବିଦ୍ୟାଳୟ ସେ ସମୟ ପୂର୍ବରୁ ହୋଇଥିଲା।
ଏଥିସହ ଘୁମୁସର ଜଙ୍ଗଲର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନେଇଥିଲେ। ତେଣୁ ସେମାନେ ୧୯୦୪ରେ ବାଲିଙ୍କିଆ ପାହାଡ଼ ଉପରେ ଏକ କାଚ ଘର ନିର୍ମାଣ କରିଥିଲେ। ସେଠାରେ ବ୍ରିଟିଶ ଶାସକମାନେ ରହି ମନୋରଞ୍ଜନ କରିବା ସହ ଜଙ୍ଗଲ କର୍ମଚାରୀମାନେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ରହୁଥିଲେ। ବର୍ତ୍ତମାନ ଉକ୍ତ କାଚଘର ଭଗ୍ନ ଅବସ୍ଥାରେ ଥିବା ବେଳେ ସେଠାକୁ ଯିବାକୁ ଗମନାଗମନ ସୁବିଧା ମଧ୍ୟ ନାହିଁ। ଯେହେତୁ ଉକ୍ତ ପାହାଡ଼ର ଚତୁଃପାର୍ଶ୍ୱ ଘଞ୍ଚ ଜଙ୍ଗଲ ଘେରି ରହିଛି। ଏହାପରେ ବ୍ରିଟିଶ ଶାସକମାନେ ୧୯୧୩ରେ ରମ୍ଭା ଡାକବଙ୍ଗଳା କରିଥିଲେ। ଉକ୍ତ ଅଞ୍ଚଳଗୁଡ଼ିକ ମୁଜାଗଡ଼ ରେଞ୍ଜ ଅଧୀନରେ ଆସୁଥିଲା।
୧୯୧୫ରେ ମୁଜାଗଡ଼ ରେଞ୍ଜ ଗଠନ ହୋଇଥିବା ବେଳେ ତାହାର କୋଠା ୧୯୨୫ରେ ନିର୍ମାଣ ହୋଇଥିଲା। ତାହା ପୂର୍ବରୁ ୧୯୨୨ରେ ଘୁମୁସର ଉତ୍ତର ବନଖଣ୍ଡ ପ୍ରତିଷ୍ଠା ହୋଇଥିଲା। ୧୮୫୬ ବର୍ଗଫୁଟରେ ଡିଏଫ୍‌ଓ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। ଉକ୍ତ କାର୍ଯ୍ୟାଳୟକୁ ବର୍ତ୍ତମାନ ୧୦୩ ବର୍ଷ ପୂରିଛି। କୋଠାର କେତେକ ଅଂଶ ବର୍ତ୍ତମାନ ଦୁର୍ବଳ ଅଛି। ଅନ୍ୟପଟେ ବର୍ତ୍ତମାନ କର୍ମଚାରୀ ଏବଂ ଅଫିସର ବୃଦ୍ଧି ଘଟିଛି। ସମସ୍ତ ଅଫିସର ଏବଂ କର୍ମଚାରୀ ବସିବା ପାଇଁ ଉପଯୁକ୍ତ ସ୍ଥାନ ଅଭାବ ଦେଖାଦେଇଛି। ତେଣୁ ଆଉ ଗୋଟିଏ ନୂତନ କାର୍ଯ୍ୟାଳୟ ବର୍ତ୍ତମାନ ଆବଶ୍ୟକ ରହିଛି। ଏନେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଜାଣିବା ପରେ ନୂତନ କୋଠା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ନୂତନ କୋଠା ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ କଲେଜ ରୋଡ୍‌ ଲାଲସିଂ ସ୍ଥାୟୀ ନର୍ସରୀ ପରିସରରେ ନୂତନ ଡିଏଫ୍‌ଓ କାର୍ଯ୍ୟାଳୟ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ତେଣୁ ବନ ବିଭାଗ ପକ୍ଷରୁ କାର୍ଯ୍ୟାଳୟର ନକ୍ସା ପ୍ରସ୍ତୁତ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ପଠାଇବାକୁ ପ୍ରସ୍ତୁତି ଚାଲିଛି। ନକ୍ସା ଅନୁମୋଦନ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ। ନର୍ସରୀରେ ଡିଏଫ୍‌ଓ କାର୍ଯ୍ୟାଳୟ ନିର୍ମାଣ ହେଲେ ତାହାର ଠିକଣା ବଦଳିବ। ପ୍ରାୟ ୧୮ ହଜାର ବର୍ଗଫୁଟ ମଧ୍ୟରେ ଦୁଇ ମହଲା କୋଠା ନିର୍ମାଣ ହେବ। ଏ ବାବଦରେ ପ୍ରାୟ ୫ କୋଟିରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ଏହିଭଳି ଭଞ୍ଜନଗର ସହରରେ ବ୍ରିଟିଶ ଶାସନ ସମୟରେ ନିର୍ମାଣ ହୋଇଥିବା ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ କୋଠାକୁ ଭାଙ୍ଗି ନୂତନ କୋଠା ନିର୍ମାଣ ଆବଶ୍ୟକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri