ଧର୍ମଘଟରେ ମୁଖ୍ୟମନ୍ତ୍ରୀ ବସ୍‌ସେବା ଡ୍ରାଇଭର ସଂଘ: ଗ୍ରାମାଞ୍ଚଳକୁ ଗଡ଼ିଲାନି ବସ୍‌

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ):ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବସ୍‌ସେବାର ଡ୍ରାଇଭର ସଂଘ ମଙ୍ଗଳବାରରୁ ଧର୍ମଘଟ ଆରମ୍ଭ କରିଛି। ବେତନ ବୃଦ୍ଧି, ବିନା ଦରମା କାଟି ମେଡ଼ିକାଲ ଲିଭ୍‌, ଠିକ୍‌ ସମୟରେ ନିୟମିତ ଦରମା ପ୍ରଦାନ, ଡ୍ରାଇଭର ସଂଖ୍ୟା ବୃଦ୍ଧି ଆଦି ଦାବି ନେଇ ଡ୍ରାଇଭରମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିରେ ବରଗଡ଼ ଜିଲାରେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ବସସେବା ଡ୍ରାଇଭରମାନେ ମଧ୍ୟ ସାମିଲ ଅଛନ୍ତି। ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଧର୍ମଘଟ ଯୋଗୁ ମୁଖ୍ୟମନ୍ତ୍ରୀ ବସ୍‌ସେବା(ଲକ୍ଷ୍ମୀ ବସ୍‌) ଚଳାଚଳ ବନ୍ଦ ହୋଇଥିବାରୁ ଜିଲାର ଗ୍ରାମାଞ୍ଚଳ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ସୂଚନା ଅନୁଯାୟୀ, ଗତପ୍ରାୟ ଏକବର୍ଷ ୩ମାସ ତଳୁ ପୂର୍ବ ସରକାରଙ୍କ ଲକ୍ଷ୍ମୀ ବସ୍‌ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସ୍‌ସେବାରେ ଡ୍ରାଇଭରମାନେ କାର୍ଯ୍ୟରତ ଅଛନ୍ତି। ତେବେ ସେମାନେ ଏହି ଯୋଜନାରେ ଅବସ୍ଥାପିତ ହେବା ପରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ଠିକ୍‌ଭାବେ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛି। ବର୍ଷେ ପରେ ବେତନ ବୃଦ୍ଧି ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ମାତ୍ର ବେତନ ବୃଦ୍ଧି ହେବା ତ ଦୂରର କଥା, ସେତେବେଳେ ବେତନ ହାର ଯାହା ମିଳିବ ବୋଲି କୁହାଯାଇଥିଲା, ତାହା ମଧ୍ୟ ମିଳୁ ନାହିଁ। ଏପରିକି ନିର୍ଦ୍ଧାରିତ ସମୟରେ ନିୟମିତ ମିଳୁ ନଥିବା ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି।
ସେହିପରି ନିଯୁକ୍ତି ସମୟରେ ଦୈନିକ ୮ଘଣ୍ଟା କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ପ୍ରାୟ ୧୨ଘଣ୍ଟା ଧରି ମଧ୍ୟ ସେମାନଙ୍କୁ କାର୍ଯ୍ୟ କରିବାକୁ ପଡୁଛି ବୋଲି ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କେବେ ଜରୁରୀ କାମରେ ଛୁଟିରେ ରହିଲେ ଦରମା କଟୁଥିବାବେଳେ ନିର୍ଦ୍ଧାରିତ ସମୟରେ ବସ୍‌ ଚାଳନା ପାଇଁ ନ ପହଞ୍ଚିଲେ ଉଦ୍ଦିଷ୍ଟ ସଫ୍ଟୱେର୍‌ରେ ରେଡ୍‌ ସିଗନାଲ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ଏପରିକି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଗୋଟିଏ ସିଫ୍ଟ ଗାଡ଼ି ଚାଳନା କରିଥିଲେ ମଧ୍ୟ ସେହିଦିନର ଦରମା ମଧ୍ୟ କାଟିଦିଆଯାଇଥିବା ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି। ଆନ୍ଦୋଳନ ଯୋଗୁ ଜିଲାରେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ଚଳାଚଳ କରୁଥିବା ପ୍ରାୟ ୫୫ବସ୍‌ ବନ୍ଦ ରହିଛି। ତେବେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଓଡ଼ିଶା ମୋଟର ଚାଳକ ସଂଘର ସଭାପତି ଉଗ୍ରସେନ ସାହୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri