ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଗାଁକୁ ଜଳ ଯୋଗାଣ ବନ୍ଦ: ୪ ଦିନ ହେଲା ପାଣି ନ ପାଇ…

ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ବେଲଗୁଣ୍ଠା ବ୍ଲକ ନୂଆଗାଁ ପାଇପ ଜଳ ଯୋଗାଣ ପ୍ରକଳ୍ପ ଆଜକୁ ୪ ଦିନ ହେବ ଅଚଳ ହୋଇ ପଡ଼ିଛି। ଫଳରେ ଲୋକେ ବିଶୁଦ୍ଧ ପାଣି ଟୋପାଏ ପାଇ ପାରୁନାହାନ୍ତି । ଯାହାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପମ୍ପ ହାଉସ ମୋଟରଟି ଅଚଳ ଯୋଗୁ ଏହି ସମସ୍ୟା ଦେଖାଦେଇଛି। ନୂଆଗାଁ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଗ୍ରାମ। ନବୀନ ପଟ୍ଟନାୟକ ଦୀର୍ଘବର୍ଷ ଧରି ଶାସନ କ୍ଷମତାରେ ରହିବା ସମୟରେ ପୈତୃକ ଗ୍ରାମର ବିକାଶ ପ୍ରତି ଯେତିକି ଦୃଷ୍ଟି ଦେବା କଥା ଦେଇନାହାନ୍ତି। ବର୍ତ୍ତମାନ କ୍ଷମତା ଚାଲିଯିବା ପରେ ପ୍ରଶାସନ ମଧ୍ୟ ଉକ୍ତ ଗ୍ରାମବାସୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ଆଉ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଭଞ୍ଜନଗର ସହରଠାରୁ ୪ କିମି ଦୂରରେ ନୂଆଗାଁ ଅବସ୍ଥିତ। ଉକ୍ତ ଗ୍ରାମଟି ଏକ ବଡ଼ ଗ୍ରାମ ହୋଇଥିବା ବେଳେ ଗ୍ରାମରେ ଏକ ହଜାରରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ଦେଶ ସ୍ବାଧୀନତା ପୁର୍ବରୁ ଉକ୍ତ ଗ୍ରାମରେ ବ୍ରିଟିଶ ଶାସକମାନେ ନିଜର କାର୍ଯ୍ୟାଳୟ ଖୋଲିଥିଲେ। ଇତିହାସ ପ୍ରସିଦ୍ଧ ଘୁମୁସର ନୂଆଗାଁ ଆଜି ଅବହେଳିତ ଅବସ୍ଥାରେ। ଗ୍ରାମରେ ବସବାସ କରୁଥିବା ଲୋକଙ୍କୁ ବଡ଼ ନଦୀରୁ ପାଇପ ଯୋଗେ ଆଣି ଯୋଗାଇ ଦିଆଯାଉଛି। କିନ୍ତୁ ୪ ଦିନ ପୂର୍ବେ ନଦୀକୂଳରେ ଥିବା ପମ୍ପ ହାଉସ୍‌ ମୋଟରଟି ଅଚଳ ହୋଇପଡ଼ିଲା। ବିଭାଗୀୟ କର୍ମଚାରୀମାନେ ତାହାକୁ ମରାମତି କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଲୋକେ ବିକଳ୍ପ ଭାବେ ନଦୀରୁ ଚୁଆ ଖୋଳି ପାଣି ଆଣୁଥିଲେ। ତାହା ମଧ୍ୟ ନଦୀ ପୋତି ହୋଇଯିବାରୁ ସମ୍ଭବପର ହେଉନାହିଁ। ହ୍ୟାଣ୍ଡ ଟ୍ୟୁବ୍‌ଓ୍ବେଲ୍‌ରୁ ଖାର ପାଣି ବାହାରୁଥିବାରୁ ତାହାକୁ ବ୍ୟବହାର କରୁନାହାନ୍ତି। ଲୋକେ ଷ୍ଟାଣ୍ଡ୍‌ପୋଷ୍ଟରେ ପାଣି ନେବାକୁ ଦୈନନ୍ଦିନ ଅପେକ୍ଷା କରିଛନ୍ତି କିନ୍ତୁ ପାଣି ଆସୁନାହିଁ। ଗ୍ରାମର ଶନି ମନ୍ଦିରରୁ ଲୋକେ ପାଣି ନେଇ ବ୍ୟବହାର କରୁଛନ୍ତି। ତାହା ମଧ୍ୟ ଦୂରରେ ଥିବା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଧୀକ୍ଷଣ ଯନ୍ତ୍ରୀଙ୍କ ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ତାହା ସମ୍ଭବପର ହୋଇପାରିନାହିଁ। ପୂର୍ବତନ ଗଞ୍ଜାମ ଜିଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ ନାୟକ ତୁରନ୍ତ ଗ୍ରାମକୁ ପାଣି ଯୋଗାଣ କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି କାଫେ ଉଦ୍‌ଘାଟନ କଲେ ଏମ୍‌ପି

ତୁମୁଡିବନ୍ଧ,୨୬ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଶୁକ୍ରବାର ତୁମୁଡିବନ୍ଧ ଗସ୍ତ କରି ବ୍ଲକ୍‌ ପରିସରରେ ଥିବା ମିଶନ ଶକ୍ତି କାଫେ, ବେଲଘର...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri