CBSE Result: କେନ୍ଦ୍ରୀୟ ବିଦ୍ୟାଳୟର ଆଦର୍ଶ, ସେଣ୍ଟଆନ୍ସର ଭାବନା ଟପ୍ପର

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ)-ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ପକ୍ଷରୁ ମଙ୍ଗଳବାର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସେଣ୍ଟଆନ୍ସ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ଫଳ ଭଲ ହୋଇଛି । ଯାହାକୁ ନେଇ ବିଦ୍ୟାଳୟ ଶିକ୍ଷୟତ୍ରୀ, ଶିକ୍ଷକ, ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଖୁସିବ୍ୟକ୍ତ କରିଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟର ଆଦର୍ଶ ମହାନନ୍ଦ ୯୫.୮୦ ପ୍ରତିଶତ ମାର୍କ ରଖି କ୍ଲାସ ଟପ୍ପର ହୋଇଛନ୍ତି। ସେ ହେଉଛନ୍ତି ପିତା ଦଣ୍ଡପାଣି ମହାନନ୍ଦ ଏବଂ ମାତା ଆଶାଲତା ଦିଗାଲଙ୍କ ପୁତ୍ର। ସେହିଭଳି ଜ୍ୟୋତିମୟୀ ସେଠୀ, ରୀତି ରଚୟିତା ମୁନି ୯୫ ପ୍ରତିଶତ ମାର୍କ ରଖି କ୍ଲାସରେ ଯୁଗ୍ମ ଦ୍ୱିତୀୟ ହୋଇଛନ୍ତି। ବିନାୟକ ତାରିଣୀ ୯୩.୮୦ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ ଅଛନ୍ତି, ସୌମ୍ୟା ସେଫାଳିକା ସାହୁ ୯୩.୪୦ ପ୍ରତିଶତ, ବୈଭବ ପଟ୍ଟନାୟକ ୯୨.୬, ସ୍ପନ୍ଦନ ଶତପଥି ୯୨.୬, ଶିବ ଶଙ୍କର ବେହେରା ୯୨.୨ ଏବଂ ଅଂଶୁମାନ ସେଠୀ ୯୦.୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ସୁନାମ ରଖିଛନ୍ତି। ଚଳିତ ବର୍ଷ ବିଦ୍ୟାଳୟର ୯୭.୬୭ ପ୍ରତିଶତ ଛାତ୍ରୀଛାତ୍ର ପାସ ହୋଇଛନ୍ତି । ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ, ବରିଷ୍ଠ ଶିକ୍ଷକ ସତ୍ୟବାନ ସାହୁ ସମସ୍ତ କୃତୀଛାତ୍ରୀ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ବିଦ୍ୟାଳୟର ୪୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୪୨ ଜଣ ପାସ ହୋଇଛନ୍ତି । ୯ ଜଣ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଉଦ୍ଧର୍‌ବ ମାର୍କ ଉକ୍ତ ରଖିଛନ୍ତି।

ସେହିଭଳି ସେଣ୍ଟଆନ୍ସର ଭାବନା ପ୍ରିୟଦର୍ଶିନୀ ୯୩.୬୦ ପ୍ରତିଶତ ମାର୍କ ରଖି କ୍ଲାସରେ ଟପ୍ପର ହୋଇଛନ୍ତି। ସେ ହେଉଛନ୍ତି ପିତା କେ. ଶଙ୍କର ନାରାୟଣ ପାତ୍ର ଏବଂ ମାତା କେ. ପ୍ରତିମା ପାତ୍ର ଙ୍କ ଝିଅ। ସେଣ୍ଟଆନ୍ସର ଛାତ୍ରୀ ଜ୍ଞାନଦା ବେହେରା ୯୧.୩୦ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଛାତ୍ରୀ ସାଇଶ୍ୱରୀ ସାହୁ ୮୯ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ ଅଛନ୍ତି। ବିଦ୍ୟାଳୟର ପାସ ହାର ୯୯ ପ୍ରତିଶତ ଅଛି। ବିଦ୍ୟାଳୟ ଅଧ୍ୟକ୍ଷା ସିଷ୍ଟର ସାନ୍ଥା କୁମାରୀ ସମସ୍ତ କୃତୀ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଉକ୍ତ ଦୁଇ ଶିକ୍ଷାନୁଷ୍ଠାନର ପରୀକ୍ଷା ଫଳ ଆହୁରି ଭଲ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri