ଦକ୍ଷିଣ ପାହାଡ ଉପରେ ଶ୍ୱେତ ଗଙ୍ଗା: ହାତ ପାତିଲେ ପଥରରୁ ଆସେ ଏକ ବୁନ୍ଦା ପାଣି

ନୂଆପଡ଼ା,୧୪ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ମିଛାପାଲି ପଞ୍ଚାୟତ ସୁନାବେଡା ଅଭୟାରଣ୍ୟର ଖୋଳିଗାଁଠାରେ ୩ଦିନ ଧରି ଚାଲିଥିବା ରାଣୀମୁହାସ ବୈଶାଖ ମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସୁନାବେଡା ଅଭୟାରଣ୍ୟ ଭିତରେ ଖୋଳିଗାଁର ପଶ୍ଚିମ ଦିଗକୁ ଥିବା ତ୍ରିଭୂଜ ଆକାର ଗୋଡା ପାହାଡର ଦକ୍ଷିଣ-ପଶ୍ଚିମ କୋଣ ଶିଖରରେ ଆମ୍ବ ଓ ବର ଗଛର ମିଳନ ହୋଇଛି। ସେହି ମିଳନ ସ୍ଥଳରୁ ଗୁପ୍ତ ଭାବରେ ଅନବରତ ପାଣି ବୋହିଯାଉଛି। ସେହି ସ୍ଥାନକୁ ଗୁପ୍ତଗଙ୍ଗା ଭାବରେ ନାମିତ କରାଯାଇ ପାହାଡ ଶିଖରରେ ବାବା ଗୁପ୍ତେଶ୍ୱର ପୂଜା ପାଉଛନ୍ତି। ଏହି ଗୁପ୍ତଗଙ୍ଗାରେ ବୁଡ ପକାଇବା ପାଇଁ ନୂଆପଡା ଜିଲା ସମେତ ବରଗଡ, ବଲାଙ୍ଗୀର, କଳାହାଣ୍ଡି ଓ ଛତିଶଗଡ ରାଜ୍ୟ ଗରିଆବନ୍ଧ, ଛୁରା ଆଦି ଅଞ୍ଚଳର ଲୋକେ ଆସିଥାନ୍ତି। ସେଠାରେ ବହୁ କିମ୍ବଦନ୍ତି ରହିଛି। ପଶ୍ଚିମ ପାହାଡ ତଳକୁ ବଡ ଓ ସାନ ବୋଲି ଦୁଇଟି ଘୁମେର (ଜଳ ପ୍ରପାତ) ରହିଛି। ଦକ୍ଷିଣ ପାହାଡ ଉପରେ ଶ୍ୱେତ ଗଙ୍ଗା ରହିଛି। ସେଠାରେ ହାତ ପାତିଲେ ପଥରରୁ ଏକ ବୁନ୍ଦା ପାଣି ପଡିଥାଏ। ତାହାକୁ ଲୋକେ ପ୍ରସାଦ ଆକାରରେ ଗ୍ରହଣ କରିଥାନ୍ତି। ତା’ ଉପରକୁ ଗଲେ ଗୋକୁଣ୍ଡ, ଭୀମମୋଡୋ, ସୁନାପାଣି, ରୂପାପାଣି, ରାଣୀମାହାସ, ଶିବ ପାର୍ବତୀ ରହିଛନ୍ତି। ଲାଲ ଧରୁଆ ଓ ରୁକା ମାଝି ମନ୍ଦିର ପୂଜାରୀ ଭାବରେ ପୂଜା କରିଆସୁଛନ୍ତି। ରାଣୀମୁହାସରେ ବର୍ଷକୁ ଦୁଇଥର ମାଘ ପଞ୍ଚମୀ ଓ ବୈଶାଖ ପୂର୍ଣ୍ଣିମାରେ ମେଳା ଆୟୋଜିତ ହୋଇଥାଏ। ଖୋଳିଗାଁ, ମଝାଗାଁ ଓ ହଲୁଆପାଲି ତିନିଟି ଗାଁର ଜନସାଧାରଣ ସହ ଅନ୍ୟ ଗାଁ ଓ ଭଦ୍ରବ୍ୟକ୍ତିଙ୍କ ଅନୁଦାନରେ ମେଳା ହୋଇଆସୁଛି। ଏହି ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଗଙ୍ଗାରାମ ଧରୁଆ ଓ ତାଙ୍କ ଧର୍ମପତ୍ନୀ ରୁଖ ଧରୁଆ କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ ସୁଶୀଳ ତ୍ରିପାଠୀ ପୂଜକ ଭାବରେ ରହିଥିଲେ । ଆୟୋଜକ କମିଟି ସଭାପତି ରାଜ କୁମାର ଧରୁଆ, ସମ୍ପାଦକ ଯୁଧିଷ୍ଠିର ମାଝି, କୋଷାଧ୍ୟକ୍ଷ ରିଖିରାମ ମାଝି, ସୁବିତ ମାଝି, ପୂର୍ଣ୍ଣ ମାଝି, ଦୁଃଶାସନ ମାଝି, ଦେବସିଂ ମାଝି, ଲଛମନ ମାଝି ପ୍ରମୁଖ ଆୟୋଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri