Posted inଫୁରସତ

ସୋଫିଆଙ୍କ ସହ ରହିଛି ରାଣୀ ଲକ୍ଷ୍ମୀବାଈଙ୍କ ସଂଯୋଗ: ଆଶ୍ଚର୍ଯ୍ୟ କରିବ ସମ୍ପୂର୍ଣ୍ଣ ..

‘ଅପରେଶନ ସିନ୍ଦୂର’ର ପ୍ରେସ୍‌ମିଟ୍‌ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କ୍ୟୁରେଶୀ।ବର୍ତ୍ତମାନ କର୍ଣ୍ଣଲଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ୨୦୧୭ରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କ ପଣଜେଜେମା ଜଣେ ଯୋଦ୍ଧା ଥିଲେ । ୧୮୫୭ ମସିହାରେ ବିଦ୍ରୋହ ସମୟରେ ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ସେ ଲଢ଼େଇ କରିଥିଲେ । ତାଙ୍କ ବାପା ଜଣେ ସେନା ଅଧିକାରୀ , ତେଣୁ ପିଲାବେଳୁ ହିଁ ଶୃଙ୍ଖଳା ଭିତରେ ସେ ବଢି ଆସିଛନ୍ତି । କର୍ଣ୍ଣଲଙ୍କ ଜେଜେବାପା ମଧ୍ୟ ଜଣେ ସୈନ୍ୟ ଥିଲେ ଏବଂ ସବୁବେଳେ କହୁଥିଲେ ଯେ ଭାରତର ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସତର୍କ ରହିବା ଏବଂ ଦରକାର ବେଳେ ନିଜ ଦେଶ ପାଇଁ ବାହାରିବା । ଏଥିରୁ ହିଁ ଜଣାପଡ଼େ ପିଢ଼ି ପରେ ପିଢ଼ି କର୍ଣ୍ଣଲ୍ ସୋଫିଆଙ୍କ ପରିବାର କେମିତି ଦେଶ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ ।

ସୋଫିଆଙ୍କ ମା’ ଚାହୁଁଥି.ଲେ ଯେ ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ସେନା ପ୍ରତି ସମର୍ପିତ ହୁଅନ୍ତୁ ଏବଂ ମା’ଙ୍କ ଏହି ଇଚ୍ଛାକୁ ପୂରଣ କରିଥିଲେ ସୋଫିଆ । ତାଙ୍କ ପରିବାରର ଇତିହାସ ଭାରତୀୟ ସେନାର କାହାଣୀ ଭଳି । ବାପା ୧୯୭୧ ରେ ବାଂଲାଦେଶ ଯୁଦ୍ଧରେ ଲଢ଼ିଥିଲେ । ଦାଦା ବିଏସଏଫରେ ସେବା ଯୋଗାଉଥିବା ବେଳେ ଦାଦାଙ୍କ ଜେଜେବାପା ବ୍ରିଟିଶ୍ ସେନାର ଅଧିକାରୀ ଥିଲେ କିନ୍ତୁ ପରେ ସେ କ୍ରାନ୍ତିର ଲଢ଼େଇରେ ସାମିଲ୍ ହୋଇଥିଲେ । ସୋଫିଆଙ୍କ ଭଉଣୀ କହିଥିଲେ ଯେ ଆମ ଜେଜେମା’ ତାଙ୍କ ଶାଶୂମା’ଙ୍କ ବୀରତ୍ବର କାହାଣୀ ସବୁବେଳେ ଶୁଣାଉଥିଲେ,କେମିତି ସେ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ରଣକ୍ଷେତ୍ରକୁ ଓହ୍ଲାଉଥିଲେ ଏବଂ ଲଢ଼େଇ କରୁଥିଲେ ସବୁକିଛି ।

ଗୁଜରାଟର କର୍ଣ୍ଣେଲ ସୋଫିଆ ବାୟୋକେମିଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ବିଜ୍ଞାନ ଅଧ୍ୟୟନ ଓ ସାମରିକ ବୈଷୟିକ ତାଲିମର ମିଶ୍ରଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। କର୍ଣ୍ଣେଲ ସୋଫିଆ  OTA (ଅଫିସର୍ସ ଟ୍ରେନିଂ ଏକାଡେମୀ)ରୁ ତାଲିମ ଗ୍ରହଣ କରିବା ପରେ ୧୯୯୯ ମସିହାରେ ଲେଫ୍ଟନାଣ୍ଟ ଭାବରେ ଯୋଗ ଦେଇଥିଲେ। ପୂର୍ବରୁ, ସେ ଉତ୍ତର-ପୂର୍ବ ଭାରତରେ ବନ୍ୟା ପରିଚାଳନାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ସୋଫିଆ କୁରେଶୀ ୧୯୯୯ ମସିହାରେ ଭାରତୀୟ ସେନାରେ ତାଙ୍କର ସେବା ଆରମ୍ଭ କରିଥିଲେ। ସେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀ (OTA) ରେ ତାଲିମ ଗ୍ରହଣ କରିଥିଲେ ଓ ସେହି ବର୍ଷ ଲେଫ୍ଟନାଣ୍ଟ ଭାବରେ କମିଶନ ପାଇଥିଲେ। କୁହାଯାଏ ଯେ ତାଙ୍କ ଜେଜେବାପା ମଧ୍ୟ ଭାରତୀୟ ସେନାରେ ଥିଲେ, ଯାହା ତାଙ୍କୁ ଦେଶ ସେବା କରିବାକୁ ପ୍ରେରଣା ଦେଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri