ଯୁବକଙ୍କ ସହ ମହିଳାଙ୍କର ଚାଲିଥିଲା ଲୁଚାଚୋରା ପ୍ରେମ, ଦୁହେଁ ଗୋଟିଏ ଘର ଭିତରେ ଥିବାବେଳେ, ଗ୍ରାମବାସୀ ପହଞ୍ଚି…

ଆନନ୍ଦପୁର,୧୨ା୫(ସୁଶାନ୍ତ କୁମାର ସାହୁ): କଥାରେ ଅଛି, ପ୍ରେମ ଅନ୍ଧ। ଯେତେବେଳେ ପ୍ରେମ ହୁଏ ସେତେବେଳେ ଜଣେ ସବୁ କିଛି ଭୁଲିଯାଏ। ପୁଅ, ଝିଅ, ବାପା, ମା’ , ଘର, ପରିବାର ସବୁ କିଛ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅକରୁଆ ଗ୍ରାମରେ। ଇନ୍‌ଷ୍ଟାଗ୍ରାମରୁ ପ୍ରେମ କରିବା ମହଙ୍ଗା ପଡ଼ିଛି ଜଣେ ଯୁବକଙ୍କ ପାଇଁ। ରାତିସାରା ଯୁବକଙ୍କୁ ଅଟକ ରଖି ଗାଁରେ ବସିଲା ପଞ୍ଚାୟତ। ଖବର ପାଇ ପହଞ୍ଚିଲା ପୋଲିସ। ପଞ୍ଚାୟତରୁ ଯୁବକ ଓ ମହିଳାଙ୍କୁ ଉଠାଇ ନେବାକୁ ପୋଲିସ ଉଦ୍ୟମ କରିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ହାଟଡିହି ବ୍ଲକ ଆନନ୍ଦପୁର ଥାନା ଅକରୁଆ ଗ୍ରାମରେ। ଗ୍ରାମର ଜଣେ ମହିଳା ୭ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୫ବର୍ଷର ପୁଅ ଅଛି। ଦୁଇ ବର୍ଷ ତଳେ ସୋସୋ ଥାନା ବିଦ୍ୟାଧରପୁର ଗ୍ରାମର ମାନସ ଦେହୁରୀ ନାମକ ଜଣେ ଯୁବକ ସହିତ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ମହିଳା ସ୍ବାମୀଙ୍କ ଅଜାଣତରେ ବିଭିନ୍ନ ବାହାନା କହି ବନ୍ଧୁଘର ବୁଲିଯିବା ବାହାନାରେ ଯୁବକଙ୍କ ପାଖକୁ ଯାଇ ଶାରୀରିକ ସମ୍ପର୍କ ରଖୁଥିଲେ। ଯୁବକ ଜଣକ ମଧ୍ୟ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ଭାଇରାଲ କରିବାର ଭୟ ଦେଖାଇ ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ରବିବାର ମହିଳା ଜଣଙ୍କ କଟକ ଯାଇ ଯୁବକଙ୍କ ସହିତ ମିଶିବା ପରେ ରାତିରେ ଯୁବକଙ୍କ ସହିତ ଘରକୁ ଫେରିଥିଲେ। ଘର ଭିତରେ ଉଭୟ କଥାବାର୍ତ୍ତା ହେଉଥିବା ସମୟରେ ପରିବାର ଲୋକେ ବାହାରପଟୁ କବାଟ ବନ୍ଦ କରି ଗାଁ ଲୋକଙ୍କୁ ଡାକିଥିଲେ। ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା। ଯୁବକଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇ ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ କହିଥିଲେ। ପୋଲିସ ପହଞ୍ଚି ପଞ୍ଚାୟତ ଭିତରେ ବସିଥିବା ମହିଳା ଓ ଯୁବକଙ୍କୁ ଉଠାଇ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ଗାଁ ଲୋକେ ପୋଲିସ ଗାଡ଼ିକୁ ଛାଡ଼ି ନ ଥିଲେ। ରାତି ପାହିବା ପରେ ପୋଲିସ ବାଧ୍ୟ ହୋଇ ଫେରିଯାଇଥିଲା। ମହିଳା ଜଣକ ସ୍ବାମୀ ସହିତ ନ ରହି ପ୍ରେମିକଙ୍କ ପାଖରେ ରହିବେ ବୋଲି କହିବା ପରେ ଚୁକ୍ତିନାମା ଲେଖି ଗ୍ରାମବାସୀ ଯୁବକ ଓ ମହିଳାଙ୍କୁ ଛଡ଼ାଯାଇଛି ବୋଲି ଗ୍ରାମର ମାନସ ମହାଳିକ, ପର୍ଶୁରାମ ମହାଳିକ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri