ଦିଘା ଜଗନ୍ନାଥ ମନ୍ଦିର ବିବାଦ: ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ,୧୧।୫: ପଶ୍ଚିମବଙ୍ଗର ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଦଇତାପତି ସେବାୟତ ତଥା ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କରିଛି। ଏହି ଘଟଣା ଓଡ଼ିଶା ତଥା ପଶ୍ଚିମବଙ୍ଗରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା।

ସୂଚନା ଅନୁଯାୟୀ, ରାମକୃଷ୍ଣ ଦାସମହାପାତ୍ର ପୁରୀରୁ ବଳକା ଦାରୁ (ପବିତ୍ର କାଠ) ନେଇ ଦିଘାରେ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପ୍ରତିମା ପ୍ରତିଷ୍ଠା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାମକୃଷ୍ଣଙ୍କୁ ଏହି ବିବାଦ ସମ୍ପର୍କରେ ଜବାବ ଦେବା ପାଇଁ ଦୁଇଥର ନୋଟିସ ଜାରି କରାଯାଇଥିଲା। ପ୍ରଥମେ ୭ ଦିନ ଏବଂ ପରେ ୨ ଦିନର ସମୟ ଦିଆଯାଇଥିଲା। ତେବେ, ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି।

ରାମକୃଷ୍ଣ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ଯେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଜଣେ ଶିଷ୍ୟ ଏବଂ ତାଙ୍କୁ ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିଲେ। ସେ ତିଥି ଅନୁସାରେ ପୂଜାର୍ଚ୍ଚନା କରିବାକୁ ପରାମର୍ଶ ଦେଇଥିବା ମଧ୍ୟ କହିଥିଲେ। ଏହି ମନ୍ତବ୍ୟ ବିବାଦକୁ ଆହୁରି ବଢ଼ାଇଥିଲା।

ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ, ଏହି ଘଟଣା ଶ୍ରୀମନ୍ଦିରର ପରମ୍ପରା ଓ ନୀତିକୁ ଉଲ୍ଲଂଘନ କରୁଛି। ତଦନ୍ତରେ ରାମକୃଷ୍ଣଙ୍କ ଭୂମିକା ପ୍ରମାଣିତ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବନ ସହ ତାଙ୍କ ବିରୋଧରେ ଆଗାମୀ ଦିନରେ ଅଧିକ କଠୋର ପଦକ୍ଷେପ ନିଆଯାଇପାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri