ବୋଡ଼େନ ପାତାଳ ଗଙ୍ଗାରେ  ବୈଶାଖ ମେଳା  ପ୍ରସ୍ତୁତି

ନୂଆପଡା,୧୧।୫ (ମକାରୁ ବେମାଲ): ବୈଶାଖ ପୂର୍ଣ୍ଣିମା ଦିନ ନୂଆପଡା ଜିଲା ବୋଡ଼େନ ବ୍ଲକର ପବିତ୍ର ତୀର୍ଥପୀଠ ପାତାଳ ଗଙ୍ଗାଠାରେ ଅନୁଷ୍ଠିତ ହେବାକୁ ଥିବା ମେଳା ପାଇଁ ରବିବାର ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମନ୍ଦିର ପରିଚାଳନା କମିଟି ସଦସ୍ୟ,ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର,ଗାୟତ୍ରୀ ମନ୍ଦିର, ଦୂର୍ଗା ମନ୍ଦିର,ଅଲେଖ ମଠ,ଗୋଣ୍ଡ ସମାଜର ବୁଢ଼ା ଦେଓ ମନ୍ଦିର,ଶିବ ମନ୍ଦିର,ହନୁମାନ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏଥିରେ ଯୋଗଦାନ କରି ସେମାନଙ୍କ ମତାମତ ରଖିଥିଲେ ।  ଜିଲାପାଳ  ସମସ୍ତଙ୍କ ମତକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ନିମିତ୍ତ ଶାନ୍ତି ଶୃଙ୍ଖଳା, ପରିବହନ,ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ ଯୋଗାଣ,ଖାଦ୍ୟ ଓ ପରିମଳ,ସୱଚ୍ଛତା,ଗାଡ଼ି ଗୁଡ଼ିକର ସୁରକ୍ଷା, ପାର୍କିଂ ଇତ୍ୟାଦି ବିଷୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲମ୍ବୋଦର ନିଆଲ,ଆଇନ ଜିବୀ ଯୋଗେନ୍ଦ୍ର ନାଥ ମାଝୀ, ଅତିନ୍ଦ୍ର ଜୀତସିଂ ମଲ୍ଲିକ,ରାଜୁ ମାଝୀ,ରାଜୁ ହେର୍ଣା,ମଝିଆ ମାଝୀ,ନୀଳାମ୍ବର ମେହେର,ସଞ୍ଜୁ ଅଗ୍ରୱାଲ, ତୋପ ସିଂ ମାଝୀ ପ୍ରମୁଖ ଯୋଗଦାନ କରି ନିଜ ନିଜ ମତ ଉପସ୍ଥାପନ କରିବା ସହିତ ପାତାଳ ଗଙ୍ଗାରେ ରହିଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଥିଲେ ।
ପ୍ରଶାସନ ପକ୍ଷରୁ ଉପ ଜିଲାପାଳ ଯୋଗେନ୍ଦ୍ର ମାଝୀ, ବିଡିଓ କାର୍ମୀ ଓରାମ, ତହସିଲଦାର ଅନସୂୟା ବାଗଦେବୀ, ପୂର୍ତ୍ତ ବିଭାଗ ଏସଇ ଶଶାଙ୍କ ଶେଖର ଶୁକ୍ଳା ଓ ଏସ୍‌ଡିଓ ଅମୋଘ ନାରାୟଣ ପଣ୍ଡା, ପୋଲିସ ଏସ୍‌ଆଇ ମଞ୍ଜୁଲତା ଖଡେଙ୍ଗା, ସହକାରୀ କାର୍ଯ୍ୟ ନିର୍ବହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଏପି ଓ ରବିନାରାୟଣ ରାଉତ,କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡ଼ା, କନିଷ୍ଠଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ ଓ ଅମରେନ୍ଦ୍ର ବିଶାଳ ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତଙ୍କ ସହଯୋଗରେ ଏଥର ପାତାଳ ଗଙ୍ଗାରେ ବୈଶାଖ ମେଳାର ଭବ୍ୟ  ଆୟୋଜନ ସଫଳ ହୋଇ ପାରିବ ବୋଲି ଜିଲାପାଳ ଆଶା ପ୍ରକଟ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri