Posted inଜାତୀୟ

୧୧ ବର୍ଷ ବୟସରେ ଭିଣୋଇଙ୍କୁ ବିବାହ, ୨୩ ବର୍ଷରେ ପଡ଼ିଲେ ଦିଅରଙ୍କ ପ୍ରେମରେ..ଘରୁ ଫେରାର ହୋଇ ମନ୍ଦିରରେ…

ଜୟପୁର,୪।୫: ନାବାଳିକା ଥିବା ବେଳେ ଭିଣୋଇଙ୍କ ସହ ବିବାହ। ପରବର୍ତ୍ତୀ ସମୟରେ ଦିଅରଙ୍କ ପ୍ରେମରେ ପଡ଼ିଗଲେ ଯୁବତୀ। ଶେଷରେ ଘରୁ ଫେରାର ହୋଇ ହରିୟାଣାର ଏକ ମନ୍ଦିରରେ ଶରଣ ପଶିଛନ୍ତି ସେ। ରାଜସ୍ଥାନର ଚୁରୁର ଏଭଳି ଏକ କାହାଣୀ ଏବେ ଚର୍ଚ୍ଚାରେ ରହିଛି।

ଏବେ ତାଙ୍କୁ ୨୩ ବର୍ଷ। ହେଲେ ମାତ୍ର ୧୧ ବର୍ଷ ବୟସରେ ତାଙ୍କ ବିବାହ ଭିଣୋଇଙ୍କ ସହ ହୋଇଥିଲା। ଅର୍ଥାତ ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କୁ ପରିବାରଲୋକେ ଜୋର କରି ଭିଣୋଇଙ୍କ ସହ ବିବାହ କରାଇଥିଲେ। ହେଲେ ସମୟ ବିତିବା ସହିତ, ଝିଅଟି ଭିଣୋଇଙ୍କ ସାନ ଭାଇକୁ ପ୍ରେମ କରିଥିଲେ। ଏବେ ଉଭୟଙ୍କୁ ହତ୍ୟା ଧମକ ଦିଆଯାଉଛି। ଦୁହେଁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଭଉଣୀଙ୍କ ପିଲାମାନଙ୍କୁ ଲାଳନପାଳନ କରିବା ଭାବି ପରିବାରଲୋକେ ଯୁବତୀଙ୍କ ବିବାହ କରିଦେଇଥିଲେ। ହେଲେ ବିବାହ ପରେ ତାଙ୍କ ଜୀବନ ନର୍କ ହୋଇଯାଇଥିଲା। ତାଙ୍କ ସ୍ବାମୀ (ସେ ଯାହାଙ୍କୁ ବିବାହ କରିଛନ୍ତି) ମଦ୍ୟପାନ କରନ୍ତି। କେବଳ ଏତିକି ନୁହେଁ, ସେ ମଦ୍ୟପାନ କରିବା ପରେ ତାଙ୍କୁ ପିଟୁଥିଲେ। ସେ ତାଙ୍କୁ କେବେ ପ୍ରେମ ଏବଂ ସମ୍ମାନ ଦେଇ ନ ଥିବା ଯୁବତୀଜଣଙ୍କ ଅଭିଯୋଗ କରିଛନ୍ତି।

ଯୁବତୀ କହିଛନ୍ତି ଯେ ତାଙ୍କ ଶାଶୁ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିଲେ। ଏହି ସମୟରେ ତାକୁ ତାଙ୍କ ଦିଅର ସମର୍ଥନ କରିଥିଲେ। ସେ ଦିନମଜୁରିଆ ଭାବରେ କାମ କରନ୍ତି। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଥିଲା। ତା’ପରେ ଧୀରେ ଧୀରେ ସେମାନେ ପ୍ରେମରେ ପଡ଼ିଥିଲେ। ଦୁହେଁ ଘଣ୍ଟା ଘଣ୍ଟା ଧରି ଫୋନରେ ପରସ୍ପରର ଦୁଃଖ ବାଣ୍ଟୁଥିଲେ। ଶେଷରେ ଯୁବତୀ ଏହି ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଲେ। ତା’ପରେ ଫେବୃଆରୀ ୧୩ ତାରିଖରେ ସେ ତାଙ୍କ ଦିଅରଙ୍କ ସହିତ ଘରୁ ପଳାଇ ଆସିଥିଲେ। ଧରା ପଡ଼ିଯିବା ଭୟରେ ଦୁହେଁ ପ୍ରାୟ ଅଢ଼େଇ ମାସ ଧରି ଦେଶର ଅନେକ ରାଜ୍ୟରେ ମୁଣ୍ଡ ଗୁଞ୍ଜିଥିଲେ।

କେତେବେଳେ ସେ ଗୁରୁଗ୍ରାମରେ ରହୁଥିଲେ ତ କେତେବେଳେ ମନ୍ଦିରରେ ଆଶ୍ରୟ ନେଉଥିଲେ। ଏବେ ତାଙ୍କ ଦିଅରଙ୍କୁ ପରିବାର ଲୋକେ ହତ୍ୟା ଧମକ ଦେଉଛନ୍ତି। ସେ ଚୁରୁ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟକୁ ଆସି ସୁରକ୍ଷା ପାଇଁ ନିବେଦନ କରିଛି। ସେ କହିଛନ୍ତି ଯେ ପ୍ରଥମେ ତାଙ୍କ ବିବାହ ଜୋର ଜବରଦସ୍ତି କରାଯାଇଥିଲା। ସେ କେବେବି ତାଙ୍କ ସ୍ବାମୀଙ୍କୁ ଗ୍ରହଣ କରି ନ ଥିଲେ। ଏବେ ସେ ତାଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରିବାକୁ ଚାହୁଁଛନ୍ତି, କିନ୍ତୁ ସେ ବିପଦରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri