ମୁମ୍ବାଇ: ପୁଣି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର। କେତେବେଳେ ବଲିଉଡ୍ ଅଭିନେତାଙ୍କ ସହ ପାର୍ଟି ତ କେବେ କ୍ରିକେଟର ଶୁଭମନ ଗିଲଙ୍କୁ ଡେଟ୍ କରିବା ନେଇ ସେ ଖବରରେ ରହି ଆସୁଛନ୍ତି। କିଛିଦିନ ତଳେ ତାଙ୍କର ବ୍ରେକ୍ଅପ୍ ହୋଇଥିବା କୁହାଯାଉଥିଲା। ହେଲେ ଏବେ ତାଙ୍କ ଜୀବନରେ ଜଣେ ନୂଆ ପୁରୁଷଙ୍କ ଏଣ୍ଟ୍ରି ହୋଇଛି।
ଜଣେ ବଲିଉଡ ଅଭିନେତାଙ୍କ ସହ ସାରାଙ୍କ ନାମ ଯୋଡ଼ା ଯାଉଛି। ସେ ହେଲେ ‘ଗଲି ବଏ’ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ। ଏବେ ଦୁହେଁ ଏକାଠି ସମୟ ବିତାଉଛନ୍ତି। ଦୁହେଁ ଏକାଠି ସମୟ ବିତାଉଛନ୍ତି। ବନ୍ଧୁତାରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କଧିରେ ଧିରେ ଆଗକୁ ବଢ଼ୁଛି। ଏଣୁ ସେମାନେ ଏନେଇ କାହାରିକୁ କିଛି କହିବାକୁ ଚାହୁଁ ନାହାନ୍ତି।
ଆହୁରି ପଢ଼ନ୍ତୁ…
ପୂର୍ବରୁ ସିଦ୍ଧାନ୍ତଙ୍କ ନାମ ଅମିତାଭ ବଚ୍ଚନଙ୍କ ନାତୁଣୀଙ୍କୁ ନବ୍ୟା ନବେଲି ନନ୍ଦାଙ୍କ ସହ ଯୋଡ଼ା ଯାଇଥିଲା। ସେ ନବ୍ୟାଙ୍କ ଫଟୋରେ କମେଣ୍ଟ କରୁଥିଲେ। ହେଲେ ପୁଣି ଦିନେ ହଠାତ ସେ ପରସ୍ପରକୁ ଅନ୍ଫଲୋ କରିଦେଇଥିଲେ।
View this post on Instagram
ନିଜ କ୍ୟାରିୟରରେ ସିଦ୍ଧାନ୍ତ ୫ ଫିଲ୍ମରେ କାମ କରିଛନ୍ତି। ହେଲେ ତାଙ୍କୁ ଅସଲ ନାମ ଦୀପିକାଙ୍କ ଫିଲ୍ମ ‘ଗହରାଇୟା’ରୁ ମିଳିଥିଲା। ଉଭୟଙ୍କ ରୋମାନ୍ସ ଦର୍ଶକଙ୍କ ମନ ଜିତିଥିଲା।


