ବରଗଡ଼ ଡବଲ୍‌ ମର୍ଡର ପର୍ଦ୍ଦାଫାଶ: ବାପାଙ୍କୁ ହତ୍ୟା କରିବା ପରେ ପ୍ରତିଶୋଧ ନେଇଥିଲେ ପୁଅ

ବରଗଡ଼, ୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ସୁନା ଲରମ୍ଭା ବାଘପାଲି ଗ୍ରାମରେ ଗୁରୁବାର ସଂଘଟିତ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଉକ୍ତ ହତ୍ୟାକାଣ୍ଡରେ ମୃତ ମଘା ଓରଫ ମଧୁସୂଦନ ଭୁଏ(୫୫)ଙ୍କ ପୁଅ ନେପାଳ ଓରଫ ନାମ(୨୮)ଙ୍କୁ ଗିରଫ କରିବା ପରେ ଡବଲ ମର୍ଡର ଘଟଣାର କାରଣ ପଦାକୁ ଆସିଛି। ତାଙ୍କ ବାପା ମଘାଙ୍କୁ ମୃତ ଅଭିଯୁକ୍ତ ତରଣୀ ବାଗ(୩୫) ହତ୍ୟା କରିବାରୁ ପ୍ରତିଶୋଧ ପରାୟଣ ହୋଇ ସେ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ନେପାଳ ଜେରାବେଳେ ପୋଲିସ ଆଗରେ ସ୍ବୀକାର କରିଥିବା ଭେଡେନ ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ କହିଛନ୍ତି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ବାଉଁଶ ଲାଠି, ଷ୍ଟିଲ ରଡ, ଖଟିଆର କାଠ (ଖଟପୁହା), ଗୋଟିଏ ଛୁରୀକୁ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ନେପାଳଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗ ଉପ କାରାଗାର ହାଜତକୁ ପଠାଇ ଦିଆଯାଇଛି। ମୃତ ତରଣୀଙ୍କ ବଡଭାଇ ନିତ୍ୟାନନ୍ଦଙ୍କ ଏତଲାକ୍ରମେ ନେପାଙ୍କ ବିରୋଧରେ ଏକ ହତ୍ୟା ମାମଲା (ନଂ-୧୦୦/୨୫) ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଗତ୧ତାରିଖ ବାଘପାଲି ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିଲା। ସେହି ବିବାହ ଉତ୍ସବକୁ ମୃତ ମଘାଙ୍କ ସମେତ ପରିବାର ଲୋକେ ଯାଇଥିଲେ। ସେଠାକୁ ଉକ୍ତ ଡବଲ ମର୍ଡର ଘଟଣାର ଅନ୍ୟ ମୃତକ ତରୁଣ ମଧ୍ୟ ପହଞ୍ଚିଥିଲେ। ତେବେ ସେଠାରେ ମଘା ଏବଂ ତରଣୀଙ୍କ ମଧ୍ୟରେ କିଛି ବଚସା ହୋଇଥିଲା। ଏହାପରେ ସେଠାରୁ ତରଣୀ ଚାଲି ଆସି ମଘାଙ୍କ ଘର ସମ୍ମୁଖକୁ ପହଞ୍ଚିଥିଲେ। ମଘା ଘର ଭିତରକୁ ପଶିବା ପରେ ତରୁଣ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଏବଂ ଘଟଣାସ୍ଥଳରେ ମଘାଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ବାପାଙ୍କୁ ତରଣୀ ଆକ୍ରମଣ କରୁଥିବା ସୂଚନା ପାଇ ନେପାଳ ସେଠାରେ ପହଞ୍ଚି ଥିଲେ। ସେ ମଧ୍ୟ ତରଣୀଙ୍କୁ ପାଲଟା ଆକ୍ରମଣ କରିଥିଲେ। ସେଠାରେ ତରଣୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଉଭୟଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ନେପାଳ ଫେରାର୍‌ ହୋଇଯାଇଥିଲେ। ଅନ୍ୟପକ୍ଷରେ ମଘାଙ୍କ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମଘା ଏବଂ ତରଣୀଙ୍କ ଶବ ପଡ଼ିଥିବା ଖବର ପାଇ ସେତେବେଳେ ବରଗଡ଼ ଦାୟିତ୍ୱରେ ରହିଥିବା ବଲାଙ୍ଗୀର ଏସ୍‌ପିଜି. ଅଭିଳାଷ, ବରଗଡ଼ ଅତିରିକ୍ତ ଏସ୍‌ପି ଈନ୍ଦୁରେଖା ପଶ୍ଚିମ କବାଟ, ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଭେଡେନ ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତାହାକୁ ବରଗଡ଼ ଡାକ୍ତରଖାନା ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ଶୁକ୍ରବାର ଉଭୟଙ୍କ ମୃତଦେହ ଗ୍ରାମକୁ ଫେରିଥିଲା। ମୃତ ମଘାଙ୍କ ପୁଅ ନେପାଳ ସେତେବେଳେ ଫେରାର୍‌ ଥିବା ଯୋଗୁ ତାଙ୍କ ଝିଅ ଯାଜ୍ଞସେନୀ ମୁଖାଗ୍ନୀ ଦେଇଥିଲେ। ସେହିପରି ତରଣୀଙ୍କ ଶବକୁ ତାଙ୍କ ପୁତୁରା ରାକେଶ ମୁଖାଗ୍ନୀ ଦେଇଥିଲେ । ମୃତ ତରଣୀ ଜଣେ ପେଶାଦାର ଅପରାଧୀ ଥିଲେ ଏବଂ ସେ ଫେରାର୍‌ ଥିବା ଯୋଗୁ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ହୋଇଥିବା ବେଳେ ଘଟଣା ଦିନ ସେ ଗ୍ରାମକୁ ଆସିଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri