କୟାଁ ବ୍ୟାଘ୍ରଦେବୀ ମନ୍ଦିର ଶୁଭସ୍ତମ୍ଭ ସ୍ଥାପନ: ଜୁନ ୪ରେ ପ୍ରତିଷ୍ଠା ଉତ୍ସବ

ଭଞ୍ଜନଗର,୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନିକଟରେ ଥିବା ବହୁପୁରାତନ ମା’ ଭଗବତୀ ରାଜରାଜେଶରୀଙ୍କ କୟାଁ (ବାଟ) ବ୍ୟାଘ୍ରଦେୀ ମନ୍ଦିର ନୂତନ ପ୍ରାସାଦ ଉତ୍ସବ ଜୁନ ୪ ରୁ ୯ ତାରିଖ ୬ ଦିନ ଧରି ହେବ। ତେଣୁ ଶୁକ୍ରବାର ମନ୍ଦିର ସମ୍ମୁଖରେ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଟିତ ହୋଇଥିଲା । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ତାଙ୍କ ସହଧର୍ମିଣୀ ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ। କର୍ତ୍ତା ଭାବେ ବଳରାମ ଦାସ ଏବଂ ତାଙ୍କ ସହଧର୍ମିଣୀ ବିଜୟ ଲକ୍ଷ୍ମୀ ପାଢ଼ୀ ଥିଲେ। ଶୁଭ ସ୍ତମ୍ଭ ସ୍ଥାପନ ପୂର୍ବରୁ ମନ୍ଦିର କର୍ମକର୍ତ୍ତା
କୁଲାଡ ବ୍ୟାଘ୍ରଦେୀ ମନ୍ଦିରରୁ ଆଜି ପ୍ରତ୍ୟୁଷରୁ ଆଜ୍ଞାମାଳ ଧରି ଏକ ଶୋଭାଯାତ୍ରାରେ ଭଞ୍ଜନଗର ଭେଜିପୁଟ ଶ୍ରୀଶ୍ରୀଶ୍ରୀ ଗୁପ୍ତେଶ୍ୱର ଶିବ ମନ୍ଦିରରେ ପହଞ୍ଚି ଥିଲେ। ଏହା ପରେ ଶିବ ମନ୍ଦିର ଠାରୁ ପୁଣି ଶୋଭାଯାତ୍ରା ବାହାରି ଭେଜିପୁଟ, ଷ୍ଟେଟ ବ୍ୟାଙ୍କ ଛକ, ହାଇସ୍କୁଲ, ଖାଲାସିସାହି, ମେଇନରୋଡ, ଥାନା ଛକ ,ବସଷ୍ଟାଣ୍ଡ ହୋଇ କୟାଁ ବ୍ୟାଘ୍ରଦେୀ ମନ୍ଦିରରେ ପହଞ୍ଚିଥିଲା। ଏହାପରେ ପୂଜା ପାଠ ପରେ ଶୁଭ ସ୍ତମ୍ଭ ସ୍ଥାପନ ହୋଇଥିଲା। ଏହି ସମୟରେ ମନ୍ଦିର ପରିଚାଳନା କମିଟି ସଭାପତି ଗୋପାଳ ପାଣିଗ୍ରାହୀ, ସମ୍ପାଦକ ଶ୍ରୀରାମ ପ୍ରସାଦ ପାଳ, ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର,
ମୂରଲୀ ପଣ୍ଡା, ପ୍ରମୋଦ ଦଳବେହେରା, ଡି ଚେଲପତି ରାଓ, ମନୋଜ ପଟ୍ଟନାୟକ, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ରାଘବ ଆଚାର୍ଯ୍ୟ,ଜଗଦିଶ ପାଣିଗ୍ରାହୀ, ରାମକୃଷ୍ଟ ପଣ୍ଡା, ଗୁପ୍ତେଶ୍ୱର ସୁବୁଦ୍ଧି, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଭଞ୍ଜନଗରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ସମୟରେ କୁଲାଡରୁ ବ୍ୟାଘ୍ର ଦେବୀଙ୍କୁ ଶୋଭାଯାତ୍ରାରେ ଅଣାଯାଇଥାଏ। ଏହାପରେ ସହର ପ୍ରବେଶ ଦାରରେ ଥିବା କୟାଁ ବ୍ୟାଘ୍ରଦେୀ ମନ୍ଦିର ଠାରେ ଦେବୀ କିଛି ସମୟ ବିଶ୍ରାମ ନେବାପରେ ପୁଣି ସହରରେ ହୋଇଥିବା ଅସ୍ଥାୟୀ ମଣ୍ଡପ ଅଭିମୁଖେ ବାହାରିଥାନ୍ତି। ତେଣୁ କୟାଁ ବ୍ୟାଘ୍ରଦେବୀ ମନ୍ଦିର ଏକ ପ୍ରସିଦ୍ଧ ମନ୍ଦିର ଭାବେ ପରିଚିତ। କିନ୍ତୁ କିଛିବର୍ଷ ପୂର୍ବେ ରାସ୍ତା ସମ୍ପ୍ରସାରଣ ଯୋଗୁ ମନ୍ଦିରର ଅଧା ଅଂଶ ଭଙ୍ଗା ଯାଇଥିଲା। ଫଳରେ ନୂତନ ମନ୍ଦିର ପ୍ରାସାଦ ର୍ନିମାଣ ଆବଶ୍ୟକ ପଡ଼ିଥିଲା।

ତେଣୁ ମନ୍ଦିର କର୍ମକର୍ତ୍ତା ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହଯୋଗ କାମନା କରିଥିଲେ ୨ ବର୍ଷ ପୂର୍ବେ। ଏନେଇ ବିକ୍ରମ ଆର୍ଥିକ ବ୍ୟବସ୍ଥା କରିବା ପରେ ମନ୍ଦିର କାମ ଅଗ୍ରଗତି ହୋଇଥିଲା। ତଥାପି ମନ୍ଦିର ର ଅନେକ କାମ ଆହୁରି ବାକି ରହି ଯାଇଥିଲା। ନବ ର୍ନିବାଚିତ ବିଧାୟକ ପ୍ରଦ୍ୟୁମ୍ନ କୁମାର ଏନେଇ ଜାଣିବା ପରେ ବ୍ୟକ୍ତିଗତ ଭାବେ ମନ୍ଦିର ର ଉନ୍ନତୀ ପାଇଁ ଅର୍ଥ ଦାନ କରିବା ସହ ସରକାରୀ ଅନୁଦାନ ପ୍ରଦାନ ବ୍ୟବସ୍ଥା ମଧ୍ୟ କରାଇଥିଲେ। ଆଗାମୀ ଦିନରେ ମଧ୍ୟ ମନ୍ଦିରର ଉନ୍ନତି ପାଇଁ ଯାହା ସହଯୋଗ ଲୋଡ଼ା ତାହା ଯୋଗାଇ ଦେବାପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସମ୍ପାଦକ ଶ୍ରୀରାମ ପ୍ରସାଦ ପାଳ ଏଠାରେ ସୂଚନା ଦେଇଛନ୍ତି। ଆଜିର ପୂଜା ପାଠ ମୁଖ୍ୟ ପୁରୋହିତ ଉପେନ୍ଦ୍ର ମିଶ୍ର, ସିମାଞ୍ଚଳ ପ୍ରମୁଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri