ଗଞ୍ଜାମ,୧ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ଜଣେ ମତ୍ସ୍ୟଜୀବୀ କେନାଲରେ ମାଛ ମାରୁଥିବା ତାଙ୍କର ମୃତ୍ୟୁ ଘଟିଥିବା ସହରରେ ଚର୍ଚ୍ଚା ହେଉଛ। ମୃତ ବ୍ୟକ୍ତି ହେଉଛନ୍ତି ପୋ ଗ୍ରାମର ସି ଏଚ୍ ଗୁରେୟା l ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ସ୍ଥିତ ସାହେବ କେନାଲକୁ ପାହାନ୍ତିଆରେ ଗୁରେୟା ମାଛ ମାରିବାକୁ ଯାଇ ଘରକୁ ଫେରି ନ ଥିଲେ। ସକାଳେ ଘର ଲୋକେ ଖୋଜିଖୋଜି କରିବାରୁ କେନାଲରେ ତାଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ହେଲେ ତାଙ୍କର କେଉଁ ପରିସ୍ଥିତିରେ କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।


