ଭଦ୍ରକ, ୧।୫(ସନାତନ ରାଉତ)- ଭଦ୍ରକ ଟାଉନ ହଲରେ ଗୁରୁବାର ପୂର୍ବାହ୍ନ ୯ ଟାରେ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି l ଡିଜିଟାଲ ଯୁଗରେ ମେଶିନ ଦ୍ୱାରା ସବୁ କାମ କରାଯାଉଥିଲେ ମଧ୍ୟ ମେସିନ ଚଳାଇବା ପାଇଁ ମାନବ ସମ୍ବଳର ଆବଶ୍ୟକ ଅଛି ବୋଲି ଜିଲାପାଳ ଦିଲ୍ଲୀପ ରାଉତରାଏ ମତ ରଖିଥିଲେ l ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ଜିଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଡେପୁଟି ଶ୍ରମ କମିଶନର ସଚ୍ଚିଦାନନ୍ଦ ମଲ୍ଲିକ, ଜିଲା ଶ୍ରମ ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନେ ଦେଶର ଉନ୍ନତିରେ ମୁଖ୍ୟ ଭୂମିକା ନେଇଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ l


