ଆବେଲ ପୁରସ୍କାର-୨୦୨୫

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ପ୍ରଦାନ କରାଯାଉଥିବା ଗୋଟିଏ ଉଲ୍ଲେଖନୀୟ ପୁରସ୍କାର। ଗଣିତ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଜଣେ ଗଣିତଜ୍ଞଙ୍କୁ ଏହା ପ୍ରଦାନ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନ୍‌ରିକ ଆବେଲ (୧୮୦୨-୧୮୨୯)ଙ୍କ ନାମାନୁସାରେ ନରଓ୍ବେ ସରକାର ଏହାକୁ ୨୦୦୨ ମସିହାରେ ପ୍ରତିଷ୍ଠା କରିଛନ୍ତି। ପଞ୍ଚଘାତୀ ସମୀକରଣ ସମାଧାନ ସମ୍ଭବ ନୁହେଁ ବୋଲି ସେ ପ୍ରଥମେ ପ୍ରମାଣ କରିଥିଲେ। ମାତ୍ର ୨୭ ବର୍ଷର ସ୍ବଳ୍ପ ଜୀବନକାଳ ମଧ୍ୟରେ ସେ ଇଲିପ୍‌ଟି ଫଳନ ଓ ଆବେଲୀୟ ଫଳନ ଉପରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ।
ଆବେଲ ପୁରସ୍କାରକୁ ନୋବେଲ ପୁରସ୍କାରର ସମସ୍କନ୍ଦ ଭାବରେ ବିଚାର କରାଯାଏ। ସୂଚନାଯୋଗ୍ୟ ଯେ, ଗଣିତକୁ ସମସ୍ତ ବିଜ୍ଞାନର ରାଣୀ କୁହାଯାଉଥିଲେ ସୁଦ୍ଧା ନୋବେଲ ପୁରସ୍କାରରେ ମଧ୍ୟ ଗଣିତକୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଆବେଲ ପୁରସ୍କାରରେ ୭୫ ଲକ୍ଷ କ୍ରୋନର (୭୨୦୦୦୦ ଆମେରିକୀୟ ଡଲାର) ପ୍ରଦାନ କରାଯାଏ। ପୁରସ୍କାର ଚୟନ ପାଇଁ ଗଣିତଜ୍ଞଙ୍କର ଦେଶ, ବୟସ କିିମ୍ବା ଅଧ୍ୟୟନ କ୍ଷେତ୍ରକୁ ବିଚାର କରାଯାଏ ନାହିଁ। ଗଣିତର ଯେ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ବର୍ଷକୁ ଅତି ବେଶୀରେ ତିନି ଜଣ ଗଣିତଜ୍ଞଙ୍କୁ ଏହି ପୁରସ୍କାର ଦିଆଯାଏ। ୨୦୦୩ରୁ ଏପର୍ଯ୍ୟନ୍ତ ୨୮ ଜଣ ଗଣିତଜ୍ଞଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଚଳିତ ବର୍ଷ ପାଇଁ ଜାପାନର ୭୮ ବର୍ଷ ବୟସ୍କ ଗଣିତଜ୍ଞ ମାସାକି କାଶିଓ୍ବାରାଙ୍କୁ ଆବେଲ ପୁରସ୍କାର ପ୍ରଦାନ କରିବା ପାଇଁ ନରଓ୍ବେ ବିଜ୍ଞାନ ଓ କଳା ଏକାଡେମୀ ଘୋଷଣା କରିଛି। ବୀଜଗାଣିତିକ ବିଶ୍ଳେଷଣ ଓ ପ୍ରତିନିଧିତ୍ୱ ତତ୍ତ୍ୱରେ ଏବଂ ବିଶେଷ ଭାବେ ଡି-ମଡ୍ୟୁଲର ବିକାଶ ଓ କ୍ରିଷ୍ଟାଲ ଆଧାର ଆବିଷ୍କାରରେ ତାଙ୍କର ମୌଳିକ ଅବଦାନ ପାଇଁ ତାଙ୍କୁ ଏହି ବର୍ଷର ଆବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି।
ଆବେଲ ପୁରସ୍କାର ଘୋଷଣା ପତ୍ରରେ କୁହାଯାଇଛି, ”କାଶିଓ୍ବାରା ହେଉଛନ୍ତି ଜଣେ ବିଚକ୍ଷଣ ଗଣିତଜ୍ଞ। ତାଙ୍କ ସହିତ ୭୦ରୁ ଅଧିକ ସହଯୋଗୀ କାର୍ଯ୍ୟ କରିଛନ୍ତି। ଗତ ୫୦ ବର୍ଷ ଧରି ସେ ଗଣିତରେ ପ୍ରତିନିଧିତ୍ୱ ତତ୍ତ୍ୱ ଓ ବୀଜଗାଣିତିକ ବିଶ୍ଳେଷଣରେ ଗଭୀର ଅନୁଧ୍ୟାନ କରି ଏହାକୁ ସମୃଦ୍ଧ କରିଛନ୍ତି। ସମସାମୟିକ ଗଣିତରେ ତାଙ୍କ କାର୍ଯ୍ୟ ସର୍ବଦା ସମ୍ମୁଖ ଭାଗରେ ରହିଛି ଏବଂ ଏହା ଅନେକ ପିଢ଼ିର ଗବେଷକମାନଙ୍କୁ ପ୍ରେରଣା ଦେବ।“
କାଶିଓ୍ବାରା ୧୯୪୭ ମସିହା ଜାନୁୟାରୀ ୩୦ ତାରିଖରେ ଜାପାନର ୟୁକି ଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୯ ମସିହାରେ ସ୍ନାତକ ଓ ୧୯୭୧ରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିଲେ। ସେ ୧୯୭୪ରେ ‘ଗାଣିତିକ ବିଜ୍ଞାନ ଗବେଣଷା ପ୍ରତିଷ୍ଠାନ’ରୁ ପିଏଚ୍‌ଡି ଡିିଗ୍ରୀ ଲାଭ କରି ସେଠାରେ ୧୯୭୮ ମସିହାରେ ପ୍ରଫେସର ଓ ପରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
କାଶିଓ୍ବାରା ଜାପାନ ଏକାଡେମୀର ସଭ୍ୟ ଏବଂ ଫରାସୀ ବିଜ୍ଞାନ ଏକାଡେମୀର ବୈଦେଶିକ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଗଣିତରେ କୃତୀ ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ୨୦୧୯ରେ ତାଙ୍କୁ ଏସିଆର ଶ୍ରେଷ୍ଠ ଏକଶତ ବୈଜ୍ଞାନିକମାନଙ୍କ ମଧ୍ୟରେ ତାଙ୍କୁ ନିର୍ବାଚିତ କରାଯାଇଥିଲା।
ଆବେଲ ପୁରସ୍କାର ପାଇବାରେ କାଶିଓ୍ବାରା ହେଉଛନ୍ତି ପ୍ରଥମ ଜାପାନ ନାଗରିକ। ତାଙ୍କୁ ଚଳିତ ବର୍ଷ ମେ’ ୨୦ ତାରିଖରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର, ଫେଜ୍‌ ୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri